Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : IGIT କଲେଜରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ହାତାହାତି, ହଷ୍ଟେଲରେ ପସି ଭଙ୍ଗାରୁଜା
  • ||
  • ଅଖିଳେଶ ଯାଦବ କରୋନା ପଜିଟିଭ୍‌, ନିଜେ ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ବିଏମସିର ପଦକ୍ଷେପ, ଏଣିକି ଆଦାୟ କରିବେ ପାର୍କିଂ ଫି’

3/03/2021 at 12:34 PM

ଭୁବନେଶ୍ବର ୩।୩: କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସ୍ବାବଲମ୍ବୀ ହେବାକୁ ବିଏମସି ଉଠାଇଛି ନିଆରା ପଦକ୍ଷେପ । କିନ୍ନର ଗୋଷ୍ଠୀଙ୍କୁ ପୂର୍ବରୁ ହୋଲଡିଂ ଟ୍ୟାକ୍ସ ଆଦାୟ କ୍ଷେତ୍ରରେ ନିୟୋଜିତ କରିଥିବା ବେଳେ ଏବେ ପାର୍କିଂ ଫି ଆଦାୟରେ ମଧ୍ୟ ନିୟୋଜିତ କରିଛି ବିଏମସି । ପୂର୍ବରୁ ଟିଜି ସ୍ଵୀକୃତି ଗ୍ରୁପକୁ ପାର୍କିଂ ସ୍ଲଟ୍ ଦିଆଯାଇଥିବା ବେଳେ ଆଜି ପୁଣି ଦ୍ବିତୀୟ କିନ୍ନର ଗୋଷ୍ଠୀ ଭାବେ ଟିଜି ପରିଚୟ ନାମକ ଅନ୍ୟ ଏକ ଗୋଷ୍ଠୀକୁ ପାର୍କିଂ ସ୍ଲଟ୍ ପ୍ରଦାନ କରାଯାଇଛି । ଏବେ ଏମାନେ ଏଜି ଛକରୁ ବାଣୀବିହାର ଓ ଆଇଡିବିଆଇ ଛକରୁ ବାଣୀବିହାର ଯାଏ ପାର୍କିଂ ସ୍ଲଟ୍ ରୁ ଫି ଆଦାୟ କରିବେ ।

ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ୟୁନିଟ୍ ୨ ଫଳ ମାର୍କେଟ ସାମ୍ନାରେ କାର୍ଯ୍ୟକ୍ରମକୁ ଫ୍ଲାଗ ଦେଖାଇ ଉଦ୍ଘାଟନ କରିଛନ୍ତି ।  ଏହାଦ୍ବାରା କେବଳ କିନ୍ନରମାନେ ଭିକ୍ଷାବୃତ୍ତିରୁ ନିବୃତ ରହିବେ ଏହା ନୁହେଁ ବରଂ ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ସେପଟେ ଏହାଦ୍ବାରା ସମାନ୍ତରାଳ ଭାବେ ଏମାନେ ବିଏମସିର ରାଜସ୍ବ ବୃଦ୍ଧିରେ ମଧ୍ୟ ସହାୟକ ହେବେ ବୋଲି ଆଶା କରାଯାଇଛି।

ପାର୍କିଂ ଫି ଆଦାୟ ଛଡ଼ା ଏହି ଗ୍ରୁପ୍ ବାକି ପଡିଥିବା ହୋଲଡିଂ ଟ୍ୟାକ୍ସ ମଧ୍ୟ ଆଦାୟ କରିବ ବୋଲି କହିଛନ୍ତି କମିଶନର ।  ଆଉ ଏକ କାର୍ଯ୍ୟକ୍ରମରେ ବିଏମସି କେସରୀ ମଲ୍ ସାମ୍ନାରେ ଥିବା ନବ ନିର୍ମିତ ଭେଣ୍ଡିଂ ଜୋନ୍ ରେ ୧୫ ଜଣ ଦୋକାନୀଙ୍କୁ ଘର ପ୍ରଦାନ କରିଛନ୍ତି କମିଶନର । ସେପଟେ କୌଣସି ଘୃଣ୍ୟ କାମ କରିବା କାମରୁ ନିବୃତ ହୋଇ ବିଏମସି ସହ ମିଶି କାମ କରିବାକୁ ଆହ୍ବାନ ଦେଇଛନ୍ତି କିନ୍ନର ମୀରା ପରିଡା ।

   Related Posts