Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଭଲ ପାଉଥିଲେ, ଏକାଠି ରହିଥିଲେ, ଶେଷରେ କିରୋସିନି ଢାଳି ଜାଳି ଦେଲେ : କିନ୍ନର ହତ୍ୟାକାରୀ ପ୍ରେମିକ ଗିରଫ, ତଥାପି ଅସ୍ପଷ୍ଟ ପ୍ରେମ-ପ୍ରତାରଣାର ରହସ୍ୟ

20/04/2021 at 4:05 PM

କଟକ ୨୦।୪: କିନ୍ନରଙ୍କ ସହ ପ୍ରଥମେ ପ୍ରେମ ଓ ପରେ ରହୁଥିଲେ ଲିଭ୍ ଇନ୍ ରିଲେସନସିପ୍ ରେ । ଏହାପରେ କଲେ ହତ୍ୟା । ଏଭଳି ଏକ ଘଟଣା ଘଟିଛି କଟକ ମାଲଗୋଦାମ ଥାନା ଅନ୍ତର୍ଗତ କୋଇଲା ଡିପୋ ଡକ ୟାର୍ଡରେ । ଗତ ମାର୍ଚ୍ଚ ମାସ ୩୧ ତାରିଖରେ ତାରା କିନ୍ନରକୁ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ଯୁବକ । ଚଳିତ ମାସ ୯ ତାରିଖରେ ତାରା କିନ୍ନରଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣାରେ ଅଭିଯୁକ୍ତ ବଙ୍କୁଲି ଓରଫ ପ୍ରତାପ ଦାସକୁ ଗିରଫ କରିଛି ମାଲଗୋଦାମ ଥାନା ପୋଲିସ ।

ବଙ୍କୁଲି ଓରଫ ପ୍ରତାପ ଦାସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ୨୦୧୪ ମସିହାରେ କଲେଜ ଛକ ରବି ଲେଙ୍କା ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ଜେଲ ଯାଇଥିଲା । ତେବେ ଜେଲରୁ ଫେରିବା ପରେ ତାରା କିନ୍ନରଙ୍କ ସହ ଭେଟ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ଉଭୟ ଲିଭ୍ ଇନ୍ ରିଲେସନସିପ୍ ରେ ରହୁଥିଲେ । ତେବେ ଗତ ୩୧ ତାରିଖରେ ବଙ୍କୁଲି ତାରା କିନ୍ନରଙ୍କୁ ଟଙ୍କା ମାଗିଥିଲା ହେଲେ ତାରା ଟଙ୍କା ନ ଦେବାରୁ ଉଭୟଙ୍କ ମଧ୍ୟରେ ଝଗଡା ହେବା ପରେ ବଙ୍କୁଲି ରାଗିଯାଇ କିରୋସିନି ଢାଳି ତାରା ଦେହରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି ପୋଲିସ ସୂଚନା ଦେଇଛି । ପୂର୍ବରୁ ବଙ୍କୁଲି ନାଁରେ ଦୁଇଟି ହତ୍ୟା ମାମଲା ସହ ସହରର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ତଦନ୍ତରୁ ଜଣାପଡିଛି ।

   Related Posts