Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

କରୋନା କାଳରେ ଦେବଦୂତ ପାଲଟିଛନ୍ତି କିନ୍ନର ଚିନ୍ମୟୀ, ବିନା ଦ୍ୱିଧାରେ କରୁଛନ୍ତି ଲୋକଙ୍କ ସେବା

6/06/2021 at 1:31 PM

ଅନୁଗୁଳ ୬/୬ : କୋଭିଡ ସମୟରେ ଲୋକଙ୍କ ମଧ୍ୟରେ ଯେଉଁଠି ମାନବିକତା ହଜିଯାଉଛି ସେଠି ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି କିନ୍ନର ଚିନ୍ମୟୀ । ନାଁ ତାଙ୍କର ଗଗନ ବିହାରୀ ଦାସ, କିନ୍ତୁ ସେ ଚିନ୍ମୟୀ ଭାବେ ପରିଚିତ । ଜଣେ କିନ୍ନର ହୋଇ ମଧ୍ୟ ତାଙ୍କର ସେବା ମନୋଭାବ ଯୋଗୁଁ ଆଜି ସେ ପ୍ରତି ଲୋକଙ୍କ ପାଖରେ ପରିଚିତ । ୧୯୮୪ ମସିହାରେ ଜଗତସିଂହପୁର ଜିଲ୍ଲାରେ ଜନ୍ମ ହୋଇ ଅନଗୁଳକୁ ତାଙ୍କର କର୍ମକ୍ଷେତ୍ର ଭାବେ ବାଛି ନେଇଥିଲେ ।

ନିଜେ ବହୁକଷ୍ଟରେ ଯାହା ଦି ପଇସା ରୋଜଗାର କରନ୍ତି ସେଥିରେ ତାଙ୍କ ପେଟ ପୋଷିବା ପରେ ଯାହା ବଳକା ଗରିବ ଦୁଃଖୀରଙ୍କୀ ସେବାରେ ଲଗାଇ ଦିଅନ୍ତି । କେବଳ ଦୁଃଖୀରଙ୍କି କାହିଁକି ପଶୁ ପକ୍ଷୀ ମାନେ ଯେତେବେଳେ ଅସୁବିଧା ରେ ପଡ଼ନ୍ତି ସେତେବେଳେ ସେ ମଧ୍ୟ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି । ଜୀବନକୁ ବାଜି ଲଗାଇ କାହାକୁ ମେଡିକାଲରେ ପହଂଚାନ୍ତି ତ କାହାକୁ ଖାଦ୍ୟ ପାନୀୟ ଯୋଗାଇବା ଆଦି ସେବା କରିଥାନ୍ତି ସେ ।

ସବୁଠାରୁ ବଡ଼କଥା ଯେତେବେଳେ ଅସମୟରେ କୋଭିଡ ରୋଗୀଙ୍କ ମୂତ୍ୟୁ ହୁଏ ସେତେବେଳେ ସେ ମଧ୍ୟ ସେହି ରୋଗୀଙ୍କୁ ପିପିଇ କିଟ ପିନ୍ଧି ଶବ ଶତ୍କାର ମଧ୍ୟ କରିଥାନ୍ତି । କାରଣ ଅସମୟରେ ସାହାଯ୍ୟ କରିବା ତାଙ୍କର କର୍ତ୍ତବ୍ୟ ବୋଲି ସେ ଭାବିଛନ୍ତି । ନିଜେ ବଞ୍ଚିଥିବା ପର୍ଯ୍ୟନ୍ତ ଏଭଳି ସାହାଯ୍ୟ କରି ଚାଲିଥିବେ ବୋଲି ସେ କହିଛନ୍ତି । ତେବେ ତାଙ୍କର ଏହି ମହାନୀୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଟ୍ୱିଟ କରି ବେଶ୍ ପ୍ରଶଂସା କରିଛନ୍ତି ।

   Related Posts