କିନ୍ନର ଚିନ୍ମୟୀଙ୍କ କରୋନା ବିରୋଧୀ କ୍ୟାମ୍ପେନ୍ : ଘଣ୍ଟ ବାଡେଇ, ଶଙ୍ଖ ଫୁଙ୍କି ଲୋକଙ୍କୁ କଲେ ସଚେତନ, ଦେଲେ ମାସ୍କ ଓ ହ୍ୟାଣ୍ଡୱାସ୍
21/03/2020 at 2:16 PM

ଅନୁଗୋଳ ୨୧।୩: ସାରା ବିଶ୍ଵରେ ଏବେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ୍ ।ଆମ ରାଜ୍ୟରେ ଦୁଇ ଜଣଙ୍କ ଠାରେ ଏହି ଭୟଙ୍କର ଭାଇରସ୍ ପଜିଟିଭ୍ ଥିଲେ ବି ସାରା ଦେଶରେ ସ୍ଥିତି କିନ୍ତୁ ଦିନକୁ ଦିନ ଜଟିଳ ହେଉଛି , ଦେଶରେ ଆକ୍ରାନ୍ତଙ୍କ ୨୫୦ ଟପିଲାଣି । ତେଣୁ ସଂଜମତା ଓ ତଥା ସତର୍କତାକୁ ଗୁରୁତ୍ବ ବେଳେ ସତର୍କତା ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପମାନ ବେଳେ ସଚେତନତା ହିଁ ମୁକାବାଲାର ଏକ ପ୍ରଦାନ ଅସ୍ତ୍ର ।

ସେହି ଗୁରୁତ୍ବକୁ ଉପଲବ୍ଧି କରି କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ସଚେତନତା ଅଭିଯାନକୁ ତ୍ବରାନ୍ନିତ କରାଯାଇଛି ।ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ସହ ବ୍ୟକ୍ତି ବିଶେଷ ବି ସେଥିରେ ସାମିଲ ହୋଇଛନ୍ତି । ଏହି ଅଭିଯାନରେ ସାମିଲ ହୋଇଛନ୍ତି କିନ୍ନର ଚିନ୍ମୟୀ । ନିଆରା ଢଙ୍ଗରେ ସେ କରିଛନ୍ତି କରୋନା ସଚେତନତା, ବାଣ୍ଟିଛନ୍ତି ମାସ୍କ ଏବଂ ହ୍ୟାଣ୍ଡୱାସ୍ । ବୁଝାଇଛନ୍ତି କିପରି ରହିବା ସାବଧାନ, କିପରି କରୋନାକୁ ଦେବା ଦୂରେଇ ।

‘ସତର୍କତା ହିଁ ସୁରକ୍ଷା’ ଏହି ନାରା ଦେଇ କିନ୍ନର ଚିନ୍ମୟୀ ଦାସ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି। ଚିନ୍ମୟୀ ନିଜେ ଡେଙ୍ଗୁରା ବଜାଇ, ଘଣ୍ଟ ପିଟି, ଶଙ୍ଖ ଫୁଙ୍କି ଲୋକଙ୍କୁ କରୋନା ଭାଇରସ୍ ବିଷୟରେ ବୁଝାଉଥିବା ଦେଖିବାକୁ ମିଳିଛି । ଏହାସହ ମାସ୍କ ବାଣ୍ଟିବା ସହ ହାତ ଧୋଇବା ପାଇଁ ହ୍ୟାଣ୍ଡ ୱାସ୍ ମଧ୍ୟ ବାଣ୍ଟିଛନ୍ତି।

ସାମାଜିକ ଦୂରତା ସଂପର୍କରେ ଲୋକଙ୍କୁ ବୁଝାଇ ସଚେତନ କରିଚନ୍ତି ଚିନ୍ମୟୀ । ସରକାରଙ୍କ ଗାଇଡ୍ ଲାଇନ୍ ବା ନିର୍ଦ୍ଦେଶାବଳୀକୁ ଗ୍ରହଣ କରି ଗହଳି ସ୍ଥାନକୁ ଲୋକଙ୍କୁ ନ ଯିବା ପାଇଁ କହିବା ସହ ଅଯଥାରେ ବାହାରେ ନବୁଲିବାକୁ ଦେଇଛନ୍ତି ପରାମର୍ଶ ।ବାରମ୍ବାର ସାବୁନରେ ହାତ ଧୋଇବାକୁ କହି ସଚେତନ କରିଛନ୍ତି । ନିଜେ ସୁରକ୍ଷିତ ରୁହନ୍ତୁ ଅନ୍ୟକୁ ସୁରକ୍ଷିତ ରଖନ୍ତୁ , ଏହି ବାର୍ତ୍ତା ଦେଇଛନ୍ତି ଚିନ୍ମୟୀ ।

ଅନୁଗୁଳ ସହରର ବିଭିନ୍ନ ସ୍ଥାନରେ କିନ୍ନର ଚିନ୍ମୟୀଙ୍କ ସହ ଅନ୍ୟ ସହଯୋଗୀମାନେ ମଧ୍ୟ ବଜାର ଏବଂ ଗାଁ ଗାଁ ବୁଲି ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା ତ ହୋଇଛି , ତା ସହ ଲୋକେ ତାହାକୁ ବେଶ୍ ସହଜରେ ଗ୍ରହଣ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।