Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଶିଶୁପୁତ୍ରକୁ କିନ୍ନର ଅପହରଣ କରି ନେବା ଘଟଣା: ଛତିଶଗଡ଼ର କୋର୍ବାରୁ ଉଦ୍ଧାର କଲା ପୋଲିସ୍

12/11/2020 at 8:43 PM

ଝାରସୁଗୁଡା୧୨/୧୧: କିନ୍ନର ଦ୍ୱାରା ଅପହୃତ ଶିଶୁ ଛତିଶଗଡ଼ର କୋର୍ବାରୁ ଉଦ୍ଧାର ହୋଇଛନ୍ତି। ବ୍ରଜରାଜନଗର ନିକଟସ୍ଥ ମଣ୍ଡଳିଆ ଅଞ୍ଚଳରେ ରହୁଥିବା ଜଣେ ମହିଳା ଘରେ ନଥିବାର ସୁଯୋଗ ନେଇ ତାଙ୍କ ଘରକୁ ନିୟମିତ ଆସୁଥିବା ଜଣେ କିନ୍ନର ଶିଶୁକୁ ଅପହରଣ କରି ନେଇ ଫେରାର ହୋଇ ଯାଇଥିଲା। କିନ୍ନର ଶିଶୁପୁତ୍ରକୁ ନେଇ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଟ୍ରେନରେ ଥିବା ରେଳ ସୁରକ୍ଷା କର୍ମଚାରୀଙ୍କ ହାବୁଡ଼ରେ ପଡିଥିଲା।

ରେଳ ସୁରକ୍ଷା କର୍ମଚାରୀ ଜଣେ କିନ୍ନର କିପରି ଏକ ଶିଶୁପୁତ୍ରକୁ ନେଇ ଯାତ୍ରା କରୁଛି ତାହା ଜାଣିବାକୁ ଉଦ୍ୟମ କରିବା ସମୟରେ ଗତ 1 ତାରିଖରୁ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରୁ ଶିଶୁକୁ ଅପହରଣ କରିଥିବା ସ୍ୱୀକାର କରିଥିଲା। ଗତ ୯ ତାରିଖରେ ଏ ସମ୍ପର୍କରେ କୋର୍ବା ରେଳବାଇ ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜ୍ଜୁ ହେବା ପରେ ଗତକାଲି ଶିଶୁକୁ ତା ମାକୁ ହସ୍ତାନ୍ତର କରିଛି ପୋଲିସ। ଏ ସମ୍ପର୍କରେ ଶିଶୁର ମା ଓରିଏଣ୍ଟ ଥାନାରେ ପୂର୍ବରୁ ଶିଶୁ ନିଖୋଜ ସମ୍ପର୍କରେ ଏକ ଏତଲା ଦେଇଥିଲେ। ପୋଲିସ ଏହି ମାମଲାରେ କିନ୍ନରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

   Related Posts