କିନ୍ନରଙ୍କ ଗଳାକାଟି ହତ୍ୟା: ଅଳିଆଗଦାରୁ ଉଦ୍ଧାର ହେଲା ଶବ, ପାର୍ଟନର ହତ୍ୟା କରିଥିବା ସନ୍ଦେହ

Published By : Prameya-News7 Bureau | September 30, 2019 IST

ଦୁର୍ଗାନଗର୩୦|୯: ଛତିଶଗଡ଼ର ଦୁର୍ଗାନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କିନ୍ନରଙ୍କ ଗଳାକାଟି ହତ୍ୟା କରାଯାଇଛି। ଦୁର୍ଗାନଗର ଅଞ୍ଚଳରେ ଥିବା ଅଳିଆଗଦାରୁ ମୃତ କିନ୍ନରଙ୍କ ଶବ ଉଦ୍ଧାର କରାଯାଇଛି। କିନ୍ନରଙ୍କ ଗଳାକାଟି ତାଙ୍କୁ ହତ୍ୟା କରାଯାଇଥିବା କଥା ପୋଲିସ ସୂଚନା ଦେଇଛି।

ପୋଲିସର ସୂଚନା ମୁତାବକ, ଆଜି ସକାଳୁ ଦୁର୍ଗାନଗର ଅଞ୍ଚଳରେ ଥିବା ଅଳିଆଗଦାରୁ ଜଣେ କିନ୍ନରଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପ​‌ରେ ସ୍ଥାନୀୟ ଲୋକ କୋତଓ୍ବାଲି ଥାନାକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ କିନ୍ନରଙ୍କ ଶବ ଉଦ୍ଧାର କରିବା ସହ ମୃତଙ୍କ ପରିଚୟ ମଧ୍ୟ ପାଇଥିଲେ। ମୃତ କିନ୍ନରଙ୍କ ନାଁ ଛାୟା ଓରଫ ସୋନୁ ସେ ରାଜୀବ ନଗରରେ ନିଜ ନାନୀଙ୍କ ସହ ରହୁଥିଲେ। ସୋନୁ ଓ ତାଙ୍କ ପାର୍ଟନର ଦୁଇଜଣ ଏକାଠି ରାଜୀବ ନଗରରେ ରହୁଥିବା କଥା ପୋଲିସ କହିଛି। ଏହି ଘଟଣା ପରେ ତାଙ୍କ ପାର୍ଟନର କୁଆଡ଼େ ଫେରାର ହୋଇଯାଇଛି।

ସୂଚନାଯୋଗ୍ୟ ଯେ, ମୃତ କିନ୍ନର ସୋନୁଙ୍କ ପାର୍ଟନର ଏକ ସପ୍ତାହ ତଳେ ମନବ ଚାଲାଣ ଅଭିଯୋଗରେ ଜେଲ ଯାଇଥିଲା। ଏବେ ଜେଲରେ ତାଙ୍କ ସାଥୀମାନେ ରହିଥିବା କଥା ପୋଲିସ ସୂଚନା ଦେଇଛି।

 ମୃତ କିନ୍ନରଙ୍କ ସଂପର୍କୀୟଙ୍କ କହିବା ଅନୁସାରେ ପ୍ରାୟ ରାତି ୧୦ଟାରେ ତାଙ୍କ ସାଙ୍ଗ ଅର୍ଥାତ ଅନ୍ୟ ଜଣେ କିନ୍ନର ତାଙ୍କୁ ଫୋନ କରିଥିଲେ। ଏହାପରେ ଘରେ ମୋବାଇଲ ଛାଡ଼ି ବାହାରକୁ ସୋନୁ ଚାଲି ଯାଇଥିଲେ। । ଏହି ସମୟରେ ମଧ୍ୟରେ ତାଙ୍କ ହତ୍ୟା କରାଯାଇଥିବା କଥା ପରିବାର ଲୋକ କହିଛନ୍ତି। ପୋଲିସ ସବୁ ଦିଗକୁ ଲକ୍ଷ୍ୟକରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.