ଯୁବକଙ୍କୁ କିନ୍ନର ସଜେଇବାକୁ କାଟିଦେଲେ ଗୁପ୍ତାଙ୍ଗ, ପରିବାରଲୋକ ଥାନାରେ କଲେ ଅଭିଯୋଗ

Published By : Prameya-News7 Bureau | January 22, 2019 IST

ହରଦୌଇ ୨୨/୧- କିନ୍ନର ସଜାଇବାକୁ କାଟିନେଲେ ଯୁବକଙ୍କ ଗୁପ୍ତାଙ୍ଗ । ଚା ରେ ନିଶାଦ୍ରବ୍ୟ ମିଶାଇ ଏହି କାରନାମା କରିଥିବା ସଂପୃକ୍ତ କିନ୍ନର ଓ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ ।

{"id":77052}

ଏହିଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ହରଦୌଇ ଅଂଚଳରେ । ବିକାଶ ନାମକ ଜଣେ ଯୁବକଙ୍କୁ କିନ୍ନର ସଜେଇବାକୁ ତିନିଜଣ କିନ୍ନର ଓ କିଛି ଯୁବକ ଏହିକାମ କରିଥିବା ଅଭିଯୋଗ ହୋଇଛି ।

ବିକାଶ ବି.ଏ. ପ୍ରଥମ ବର୍ଷରେ ପଢ଼େ । ବିକାଶ ବଧୌଲୀ ଅଂଚଳକୁ ନିଜର ବହିଖାତା କିଣିବାକୁଜାନୁଆରୀ ୧୧ ତାରିଖରେ ବଜାରକୁ ଯାଇଥିଲେ । ସେ କିଣିସାରି ଫେରିବା ବେଳକୁ ଗୋଟିଏ ଚା ଦୋକାନ ପାଖରେ ୩ଜଣ କିନ୍ନର ଓ ଜଣେ ଯୁବକ ଠିଆହୋଇଥିଲେ । ସେମାନେ ବିକାଶକୁ ଡ଼ାକି ସେମାନଙ୍କ ସହ କିନ୍ନର ବୃତ୍ତି କରିବାକୁ କହିଥିଲେ । କିନ୍ତୁ ବିକାଶ ସେମାନଙ୍କ କଥାରେ ରାଜି ହୋଇ ନ ଥିଲେ । ସେମାନେ ବିକାଶକୁ ଚା ପିଇବାକୁ ଦେଇଥିଲେ ।  ଚା ରେ ନିଶାଦ୍ରବ୍ୟ ମିଶିଥିବାରୁ ବିକାଶ ସଂଜ୍ଞା ହରାଇ ପଡ଼ିଥିଲା । ସେହି ମୌକାରେ ବିକାଶର ଗୁପ୍ତାଙ୍ଗ କାଟିଦେଇଥିଲେ । ବିକାଶ ସଂଜ୍ଞା ଫେରିବା ବେଳକୁ ଏହିକଥା ସବୁ ଜାଣି ପାରିଥିଲା ।

ବିକାଶ ଘରକୁ ଫେରି ପରିବାରଲୋକଙ୍କ ପାଖରେ ସବୁକଥା କହିଥିଲା । ପରିବାର ଲୋକ ଥାନାରେ ସେହି କିନ୍ନରଙ୍କ ନାଁରେ ଅଭିଯୋଗ ଆଣିଥିଲେ ।

ବିକାଶକୁ କିନ୍ନର ସଜେଇବାକୁ ଏପରି କରିଥିବାର ପରିବାର ଲୋକ ଥାନାରେ ଅଭିଯୋଗ ଆଣିଛନ୍ତି । ବିକାଶର ଗୁପ୍ତାଙ୍ଗ କାଟିନେବା ପରେ ସେ କିନ୍ନରଙ୍କ ସହ ମିଶି ଏହିକାମ କରିବାକୁ ବାଧ୍ୟହେଵ ବୋଲି ପରିବାର ଲୋକ କିନ୍ନରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

କିନ୍ନର ଓ ସଂପୃକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି କିନ୍ନରଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣା ସହିତ ଜଡ଼ିତ ଥିବା ଯୁବକଙ୍କୁ ପତ୍ତା ଲଗାଉଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.