ଆପ ଟିକେଟରୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଭବାନୀ ମା'ବାଲ୍ମୀକି ଲଢ଼ିବେ ଆହ୍ଲାବାଦ ଆସନରୁ

Published By : Prameya-News7 Bureau | March 29, 2019 IST

ପ୍ରୟାଗରାଜ ୨୯/୩ : ଉତ୍ତର ପ୍ରଦେଶ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଆମ ଆଦମୀ ପାର୍ଟି | ଲୋକସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶର ୪ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଆମ ଆଦମୀ ପାର୍ଟି | ଆହ୍ଲାବାଦ ଆସନ ପାଇଁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଭବାନୀ ମା'ବାଲ୍ମୀକିଙ୍କୁ ଟିକେଟ ଦେଇଛି ଆପ | ଏହାଛଡା ସମ୍ଭଳ ଲୋକସଭା ଆସନ ପାଇଁ ଅଙ୍କୁ ସେନି, ଲାଲଗଞ୍ଜ ଆସନରୁ ଇଂଜିନିୟର ଅଜିତ ସୋନକର ଏବଂ କାନପୁର ଦେହାତ ଆସନ ପାଇଁ ଆଶୁତୋଷ ବ୍ରହ୍ମଚାରୀଙ୍କୁ ଟିକେଟ ଦେଇଛି ଆପ | ଆପ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ |

{"id":98271}


କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଭବାନୀ ମା' ବାଲ୍ମୀକି ଆଜି ଆମ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ | ସଞ୍ଜୟ ସିଂଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ମା' ବାଲ୍ମୀକି ଆପରେ ସାମିଲ ହୋଇଥିଲେ | ଦଳରେ ସାମିଲ ହେବାପରେ ତାଙ୍କୁ ଆହ୍ଲାବାଦ ଆସନ ପାଇଁ ଟିକେଟ ଦିଆଯାଇଥିଲା | ଟିକେଟ ପାଇବ ପରେ ସେ ନିଜର ପ୍ରତିକ୍ରିୟା ରଖିଥିଲେ | ସେ କହିଥିଲେ ଯେ, ସାଧାରଣ ଜନତାଙ୍କ ସମର୍ଥନରେ ସେ ଲୋକସଭା ନିର୍ବାଚନ ନିଶ୍ଚୟ ଜିତିବେ | ବେକାରୀ ସମସ୍ୟା, ନୋଟବଂଦୀ ଏବଂ ଗରିବୀ ଭଳି ପ୍ରସଙ୍ଗକୁ ନେଇ ସେ ଜନତାଙ୍କ ମଧ୍ୟକୁ ଯିବେ ଏବଂ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ |

{"id":98272}


କିଏ ଏହି ଭବାନୀ ମା' :
ଭବାନୀ ମା' କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର | ଭବାନୀ ମା' ବହୁତ ଗରିବ ପରିବାରରେ ଜନ୍ମ ହୋଇଥିଲେ | ତାଙ୍କୁ ଯେତେବେଳେ ୧୩ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ ସେ ଜଣେ କିନ୍ନର | ଅନେକ ଆର୍ଥିକ ସମସ୍ୟା ଦେଇ ସେ ଗତି କରିଥିଲେ | ୨୦୧୦ ମସିହାରେ ସେ ହିନ୍ଦୁ ଧର୍ମ ଛାଡି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ | ୫ ବର୍ଷ ପରେ ସେ ପୁଣିଥରେ ଧର୍ମ ପରିବର୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ | ୨୦୧୬ ମସିହାରେ ସେ କିନ୍ନର ଆଖଡ଼ାରେ ସାମିଲ ହୋଇଥିଲେ ଏବଂ ଧର୍ମଗୁରୁ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ପ୍ରତିଷ୍ଠା କରିଥିଲେ | ଏହାର ବର୍ଷେ ପରେ ତାଙ୍କୁ ମହାମଣ୍ଡଳେଶ୍ୱର ଉପାଧି ମିଳିଥିଲା |

{"id":98273}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.