ଗେଲ୍-ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ବିଜୟ ଧାରାକୁ ଫେରିଲା ପଞ୍ଜାବ, ୮ ଓ୍ୱିକେଟରେ ହାରିଲା ବାଙ୍ଗାଲୋର

Published By : Prameya-News7 Bureau | October 15, 2020 IST

ଦୁବାଇ, ୧୫।୧୦:  ଲଗାତର ପରାଜୟ ପରେ ଶେଷରେ ବିଜୟ ଧାରାକୁ ଫେରିଛି କିଙ୍ଗସ୍ ଏକାଦଶ ପଞ୍ଜାବ । ଦଳ ଗୁରୁବାର ଖେଳାଯାଇଥିବା ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଓ୍ୱିକେଟରେ ପରାସ୍ତ କରିଛି ।

ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର । ତେବେ ଦଳର ଓପନର ଯୋଡି ବିଫଳ ହୋଇଥିଲେ । ୩୮ ରନରେ ଦେବଦତ ପାଡିକଲ ଆଉଟ ହୋଇଥିଲେ । ସେ ୧୮ ରନ୍ କରିଥିଲେ । ଏହାପରେ ଆରୋନ ଫିଞ୍ଚ ୨୦ ରନ୍ କରି ପ୍ୟାଭିଲିୟନ ଫେରିଥିଲା । ଦଳର ରନ୍ ଗତି ଧିମେଇ ଯାଇଥିଲା । ସେହିପରି ଶିବମ ଦୁବେ(୨୩), ଓ୍ୱାଶିଂଟନ ସୁନ୍ଦର(୧୩)  ରନ୍ କରି ଆଉଟ୍ ହେବା ପରେ ଦଳ ସଙ୍କଟରେ ପଡିଥିଲା । ବିରାଟ କୋହଲି ଏକମାତ୍ର ଖେଳାଳି ଭାବେ ପଞ୍ଜାବ ବୋଲରଙ୍କୁ ସାମ୍ନା କରୁଥିଲେ ମଧ୍ୟ ୪୮ ରନ କରି ମହମ୍ମଦ ସାମିଙ୍କ ଶିକାର ହୋଇଥିଲେ । ପୂର୍ବ ମ୍ୟାଚରେ ବିସ୍ଫୋରକ ଇନିଂସ ଖେଳିଥିବା ଏବି ଡିଭିଲର୍ସ ମାତ୍ର ୨ ରନ୍ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ରିସ୍ ମୋରିସ ୨୫ , ଇସୁରୁ ଉଦାନା ୧୦ ରନ୍  କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୭୧ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ସେହିପରି ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ଓ ଏମ ଅଶ୍ୱିନୀ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ  ଆଶାରଦୀପ ସିଂ ଓ କ୍ରିସ ଜୋର୍ଡାନ ଗୋଟିଏ ଲେଖାଏଁ ଓ୍ୱିକେଟ୍ ହାସଲ କରିଥିଲେ ।

{"id":345190,"sizeSlug":"large"}

୧୭୨ ରନର ପିଛା କରୁଥିବା ପଞ୍ଜାବ ପାଇଁ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ୱାଲ ଓପନିଂ ପାଇଁ ଓହ୍ଲାଇଥିଲେ । ଉଭୟ ଖେଳାଳି ବିସ୍ଫୋରକ ବ୍ୟାଟିଂ କରିଥିଲେ । କୌଣସି ବାଙ୍ଗାଲୋର ବୋଲରଙ୍କୁ ଉଭୟେ ଖାତିର କରିନଥିଲେ । ମୟଙ୍କ ଅଗ୍ରଓ୍ୱାଲ ଦ୍ରୁତ ୪୫ ରନ୍ କରି ଆଉଟ ହୋଇଥିଲେ । ଏହାପରେ କ୍ରିଜକୁ ଆସିଥିଲେ କ୍ରିସ୍  ଗେଲ୍ । ସେ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ । ରାହୁଲ ୬୧ ରନ୍ କରିଥିଲେ । ଗେଲ୍ ୫୩ ରନ୍ ଆଉଟ୍ ହୋଇଥିଲେ ।

ଆରସିବି ପକ୍ଷରୁ ୟୁଜବେନ୍ଦ୍ର ଚହଲ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.