ଆଇପିଏଲ-୨୦୨୦ : ଟସ୍ ଜିତିଲା ହାଇଦ୍ରାବାଦ, ପ୍ରଥମେ କରିବ ଫିଲ୍ଡିଂ

Published By : Prameya-News7 Bureau | October 24, 2020 IST

ଦୁବାଇ, ୨୪|୧୦:  ଶନିବାର ଆଇପିଏଲର ୪୩ତମ ମ୍ୟାଚରେ ସାମ୍ନାସାମ୍ନି ହେବେ ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ୍ ଏକାଦଶ ପଞ୍ଜାବ । ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ହାଇଦ୍ରାବାଦ । ଦଳର ଅଧିନାୟକ ଡେଭିଡ୍ ଓ୍ୱାର୍ଣ୍ଣର ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ ।

ପଞ୍ଜାବ ଟିମ୍ ଏବେ ଲଗାତର ଭାବେ ବିଜୟ ହାସଲ କରୁଛି । ହାଇଦ୍ରାବାଦ ମଧ୍ୟ ଗତ ମ୍ୟାଚରେ ବୃହତ ବିଜୟ ହାସଲ କରିଛି । ଦଳର ମନୋବଳ ଦୃଢ ରହିଛି । ଆଜିର ମ୍ୟାଚ୍ ଭାରତୀୟ ସମାୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ।

wp:html /wp:html

ହାଇଦ୍ରାବାଦ ଓ ପଞ୍ଜାବ ସମାନ ସ୍ଥିତିରେ ଅଛନ୍ତି । ଉଭୟ ଦଳ ୧୦ଟି ଲେଖାଏଁ ମ୍ୟାଚ୍ ଖେଳି ୮ ପଏଁଣ୍ଟ ପାଇଛନ୍ତି । କିନ୍ତୁ ହାଇଦ୍ରାବାଦର ନେଚ୍ ରନ୍ ରେଟ୍ ଅଧିକ ଅଛି । ଦଳ ୫ ନମ୍ବର ସ୍ଥାନରେ ରହିଛି । ପ୍ଲେ ଅଫରେ ସ୍ଥାନ ସୁନିଶ୍ଚିତ ପାଇଁ ଉଭୟ ଦଳକୁ ଲିଗର ସମସ୍ତ ମ୍ୟାଚ୍ ଜିତିବାକୁ ପଡିବ ।

ରେକର୍ଡ ଅନୁସାରେ, ହାଇଦ୍ରାବାଦ ଓ ପଞ୍ଜାବ ମଧ୍ୟରେ ଏବେସୁଦ୍ଧା ୧୫ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ହାଇଦ୍ରାବାଦ ୧୧ଟିରେ ଓ ପଞ୍ଜାବ ୪ଟି ମ୍ୟାଚ୍ ଜିତିଛି । ଏହି ସିଜିନରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚରେ ହାଇଦ୍ରାବାଦ ୬୯ ରନରେ ବିଜୟ ଲାଭ କରିଥିଲା ।

ତେବେ ପଞ୍ଜାବ ପାଇଁ ଆରମ୍ଭ ଭଲ ହୋଇନଥିଲା । ଦଳ ଲଗାତର ଭାବେ ପରାସ୍ତ ହେଉଥିଲା । କିନ୍ତୁ ଏବେ ଦଳର ଫର୍ମ ଭଲ ରହିଛି । ଶେଷ ତିନୋଟି ମ୍ୟାଚ୍ ଜିତିଛି ଦଳ । ଶକ୍ତିଶାଳୀ ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁକୁ ମଧ୍ୟ ପରାସ୍ତ କରିଛି ଦଳ । ଆଜିର ମ୍ୟାଚ୍ ଜିତି ଦଳ ବିଜୟ ଅଭିଯାନ ଜାର ରଖିବ ବୋଲି ଆଶା କରାଯାଉଛି ।

ସେହିପରି ସନରାଇଜର୍ସକୁ ପ୍ଲେ ଅଫରେ ପହଁଚିବାକୁ ହେଲେ ଶେଷ ୪ଟି ମ୍ୟାଚ୍ ଜିତିବାକୁ ପଡିବ । ଲଗାତର ତିନୋଟି ପରାଜୟ ପରେ ଦଳ ରାଜସ୍ଥାନକୁ ୮ ଓ୍ୱିକେଟରେ ପରାସ୍ତ କରିଥିଲା । ଏବେ ଦଳର ମନୋବଳ ଅଧିକ ରହିଛି । ଅଧିନାୟକ ଡେଭିଡ ଓ୍ୱାର୍ଣ୍ଣର ଆଜର ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.