Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

‘କିଙ୍ଗ୍ ଚିଲି’ ଗଲା ଲଣ୍ଡନ : ବିଶ୍ୱର ସବୁଠୁ ରାଗ ଲଙ୍କାର ରପ୍ତାନୀ କଲା ଭାରତ, ଏମିତି କହିଲେ ମୋଦୀ…

29/07/2021 at 8:30 AM

ନୂଆଦିଲ୍ଲୀ, ୨୯/୦୭ :  ଲଣ୍ଡନରେ ପହଁଚିଲା ସବୁଠୁ ରାଗ ଲାଗୁଥିବା ଲଙ୍କା । ନାଗାଲାଣ୍ଡର କିଙ୍ଗ୍ ଚିଲି ବା ଭୁତ ଜାଲୋକିଆ ନାମରେ ପରିଚିତ ଏହି ଲଙ୍କାକୁ ପ୍ରଥମ ଥର ପାଇଁ ଲଣ୍ଡନ ରପ୍ତାନୀ କରାଯାଇଛି । ଏହାକୁ ବିଶ୍ୱର ସବୁଠାରୁ ରାଗ ଲଙ୍କା କୁହାଯାଏ ।

ବାଣିଜ୍ୟ ମନ୍ତ୍ରାଳୟ ବୁଧବାର ଏହି ସୂଚନା ଦେଇଛି । ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ରାଜା ଲଙ୍କା ନାଗାଲାଣ୍ଡରୁ ବୁଧବାର ଲଣ୍ଡନରେ ପହଁଚିଛି । ଗୌହାଟୀ ହୋଇ ଏହି ପ୍ରଥମ ଥର ଲଣ୍ଡନ ଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହା ଉପରେ ଖୁସି ଜାହିର କରିଛନ୍ତି । ସେ ଲେଖିଛନ୍ତି ଯେ, ଚମତ୍କାର ଖବର । ଯେଉଁ ଲୋକମାନେ ଏହି ଲଙ୍କା ଖାଇଛନ୍ତି କେବଳ ସେମାନେ ହିଁ ଏହାର ରାଗ ବାବଦରେ ଜାଣିଛନ୍ତି ।

ଏହି ଲଙ୍କାକୁ ସ୍କବାଇଲ୍ ହିଟ୍ ୟୁନିଟ୍ ଆଧାରରେ ବିଶ୍ୱର ସବୁଠାରୁ ରାଗ ଲଙ୍କା ବୋଲି ମନେ କରାଯାଏ । ଲଣ୍ଡନ ପଠାଯାଇଥିବା ଲଙ୍କା ନାଗାଲାଣ୍ଡର ପାରେନ୍ ଜିଲ୍ଲାରୁ ଅଣାଯାଇଛି । ଏହି ଲଙ୍କାକୁ ୨୦୦୮ରେ ଜିଆଇ ଟ୍ୟାଗ୍ ମିଳିସାରିଛି ।

ତେବେ ଏହି ଲଙ୍କା ବହୁତ ଶୀଘ୍ର ଖରାପ ହୋଇଯାଏ । ତେଣୁ ଏହାକୁ ରପ୍ତାନୀ କରିବା ଏକ ଚ୍ୟାଲେଞ୍ଜ ଥିଲା । କିଙ୍ଗ୍ ଚିଲ୍ଲି ବା ରାଜା ଲଙ୍କା ସୋଲାନାସିଏ ପ୍ରଜାତିର ଅଟେ । ଏହାପୂର୍ବରୁ ଆସାମରୁ ଲଣ୍ଡନକୁ ଲେମ୍ବୁ ରପ୍ତାନୀ କରାଯାଇଛି । ଏପରିକି ଆମେରିକାକୁ ନାଲି ଚାଉଳ ମଧ୍ୟ ରପ୍ତାନୀ କରିଛି ଭାରତ ।

   Related Posts