Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||
  • ଚାନ୍ଦବାଲି : ଧାମରା ରେଳପଥରେ କଟି ଯୁବକଙ୍କ ମୃତ୍ୟୁ, ପାରିବାରିକ କଳହରୁ ଆତ୍ମହତ୍ୟା ସନ୍ଦେହ
  • ||
  • ଖୋର୍ଦ୍ଧା : ବେଆଇନ ମାଙ୍କଡା ପଥର ଚାଲାଣ ବେଳେ ଚଢାଉ, ୭ଟି ଟ୍ରକ୍ ଜବତ
  • ||
  • ଉଦଳା : ଅନ୍ୟ ଜିଲ୍ଲାକୁ ଚାଲାଣ ବେଳେ ୪ ଶିଶୁ ଶ୍ରମିକ ଉଦ୍ଧାର
  • ||
  • କୋରାପୁଟ : କୋଟିଆରେ ଓଡିଶା-ଆନ୍ଧ୍ର ଛକାପଞ୍ଝା, ରାଜ୍ୟ ବାଣ୍ଟୁଛି କରୋନା ଟିକା, ଆନ୍ଧ୍ର ବାଣ୍ଟୁଛି ବାର୍ଦ୍ଧକ୍ୟ ଭତ୍ତା
  • ||

କିଙ୍ଗସ୍ ଏକାଦଶ ପଞ୍ଜାବ ସେୟାର କଲା ଖେଳାଳିଙ୍କ ଭିଡିଓ, ଦଳର ମାଲିକାଣୀ ପ୍ରୀତି ଜିଣ୍ଟା ଦେଲେ ମଜାଳିଆ କମେଣ୍ଟ, କହିଲେ…

13/09/2020 at 3:23 PM

ନୂଆଦିଲ୍ଲୀ, ୧୩|୦୯:  ଆଇପିଏଲ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ସେପ୍ଟେମ୍ବର ୧୯ରୁ ଗତ ଥରର ଚାମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସ ଅପ୍ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ସମସ୍ତ ଟିମ୍ ରଣନୀତି ପ୍ରସ୍ତୁତ କରି ସାରିଛନ୍ତି । ସମସ୍ତ ଦଳର ସୋସିଆଲ ମିଡିଆ ଆକାଉଣ୍ଟରେ ଖେଳାଳିଙ୍କ ପ୍ରାକ୍ଟିସ୍ ଭିଡିଓ ସେୟାର କରାଯାଉଛି । ଏପରିକି ଅନେକ ଥରେ ସେମାନଙ୍କ ମଜାମସ୍ତିର ଭିଡିଓ ମଧ୍ୟ ପୋଷ୍ଟ ହେଉଛି । ଏହା ମଧ୍ୟରେ ଥରେ ହେଲେ ଟ୍ରଫି ଜିତିନଥିବା କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଏକ ଭିଡିଓ ଜାରି ହୋଇଥିଲା । ଏହି ଭିଡିଓରେ ଦଳର ମାଲିକାଣୀ ପ୍ରୀତି ଜିଣ୍ଚା ମଜାଳିଆ କମେଣ୍ଟ ଦେଇଛନ୍ତି ।

ଦଳ ପକ୍ଷରୁ ଏହି ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିଲା । ଏଥିରେ ଖେଳାଳି ଅର୍ଶଦୀପ ସିଂ ଓ ହରପ୍ରିତ ନାଚ କରୁଥିବା ନଜର ଆସିଥିଲା । ନାଚିବା ପୂର୍ବରୁ ଅର୍ଶଦୀପ ବୋଲିଂ କରୁଥିଲେ । ସେହିପରି ହରପ୍ରିତଙ୍କ ହାତରେ ବ୍ୟାଟ୍ ରହିଥିଲା । ଏହି ଭିଡିଓକୁ ଅନେକ ଫ୍ୟାନ୍ ସେୟାର ଓ ଲାଇକ୍ କରିଥିଲେ ।  ପ୍ରୀତି ଜିଣ୍ଟା ମଧ୍ୟ ଏହି ଭିଡିଓରେ କମେଣ୍ଟ ଦେଇଛନ୍ତି ।

ସେ ତାତ୍ସଲ୍ୟ କରି କହିଛନ୍ତି ଯେ, ଲାଗୁଛି ଖେଳାଳିମାନେ କଠିନ ପରିଶ୍ରମ କରୁଛନ୍ତି । ସୂଚନାଯୋଗ୍ୟ, ପଞ୍ଜାବ ଚଳିତ ଥର କେଏଲ ରାହୁଲଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ । ସେପ୍ଟେମ୍ବର ୨୦ରେ ଦଳ ପ୍ରଥମ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ।

   Related Posts