Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଏମିତି ଜଣେ ରାଜା ଯିଏ ପ୍ରତିବର୍ଷ ବିବାହ କରନ୍ତି : ଏବେ ଅଛନ୍ତି ତାଙ୍କର ୧୫ ରାଣୀ

26/05/2020 at 3:49 PM

ସ୍ଵାଜିଲ୍ୟାଣ୍ଡ ୨୬/୦୫ : ପୁରାତନ ଯୁଗରେ ସାରା ଦୁନିଆରେ ରାଜାଙ୍କ ରାଜୁତି ଚାଲୁଥିଲା | କିନ୍ତୁ ରାଜାମାନଙ୍କ କାର୍ଯ୍ୟକଳାପ ଯୋଗୁଁ ସାରା ଦୁନିଆରୁ ରାଜାମାନଙ୍କ ରାଜୁତି ଶେଷ ହୋଇଗଲା | କିନ୍ତୁ ଏବେ ମଧ୍ୟ ଦୁନିଆର ଏକ ମାତ୍ର ଦେଶ ରହିଛି ଯେଉଁଠାରେ ସମ୍ପୂର୍ଣ ରୂପେ ରାଜାଙ୍କ ଶାସନ ଜାରି ରହିଛି | ସ୍ଵାଜିଲ୍ୟାଣ୍ଡ ଏମିତି ମାତ୍ର ଦେଶ ଯେଉଁଠାରେ ଏବେ ବି ରାଜା ମହାରାଜାଙ୍କ ଶାସନ ଚାଲୁଛି | କିନ୍ତୁ ନିକଟରେ ରାଜା ମସ୍ଵତି ତୃତୀୟ ଦେଶର ନାଁ ବଦଳାଇ କିଙ୍ଗଡମ ଇଶ୍ୱତିନି ରଖିଛନ୍ତି |

ଏହି ଦେଶ ଆଫ୍ରିକା ମହାଦ୍ଵୀପର ଦକ୍ଷିଣ ଆଫ୍ରିକା ସହ ସଂଲଗ୍ନ | ଦକ୍ଷିଣ ଆଫ୍ରିକା ଲୋକଙ୍କୁ କ୍ରିକେଟ ପାଇଁ ଭାରତରେ ବହୁତ ଲୋକ ଜାଣି ଯାଇଛନ୍ତି | ଦକ୍ଷିଣ ଆଫ୍ରିକା ଏବଂ ମୋଜୋମ୍ବେକ ସୀମାରେ ଥିବା ଏହି ଦେଶକୁ ନେଇ ନିକଟରେ ଅନେକ ଚର୍ଚ୍ଚା ହୋଇଥିଲା | 

ଡ଼ ଗର୍ଜିୟନ ସରିକହି ୱେବସାଇଟରେ ପ୍ରକାଶିତ ହୋଇଥିଲା ଯେ, ଏଠାକାର ରାଜା ମସ୍ଵତି ତୃତୀୟ ନିଜ ରାଜ୍ୟରେ ସନ୍ଦେଶ ଦେଇଛନ୍ତି ଯେ ଯଦି ସେଠାରେ କୌଣସି ପୁରୁଷଙ୍କର ପାଞ୍ଚରୁ କମ ପତ୍ନୀ ଥିବେ ତେବେ ତାଙ୍କୁ କାରାଗାରରେ ବନ୍ଦୀ କରିଦିଆଯିବ | କିନ୍ତୁ ରାଜା ଏହାକୁ ଖଣ୍ଡନ କରିଥିଲେ | ରାଜା ନିଜେ ଏବେ ପର୍ଯ୍ୟନ୍ତ ୧୫ ବିବାହ କରି ସାରିଛନ୍ତି | କିନ୍ତୁ ତାଙ୍କ ପାଖରେ ବର୍ତ୍ତମାନ ୧୪ ପତ୍ନୀ ଅଛନ୍ତି | ଗତ ବର୍ଷ ତାଙ୍କର ଜଣେ ପତ୍ନୀ ଆତ୍ମହତ୍ୟା କରିଥିଲେ | ତେବେ ରାଜାଙ୍କ ପତ୍ନୀ ବାଛିବା ନିୟମ ମଧ୍ୟ ଅଜବ |

ଏହି ଦେଶରେ ସେପ୍ଟେମ୍ବର ମାସରେ ରାଜା ଦେଶର ସମସ୍ତ କୁମାରୀ କନ୍ୟାଙ୍କର ଏକ ପ୍ୟାରେଡ଼ କରାନ୍ତି | ଏହି ପ୍ୟାରେଡ଼ରେ ଯୁବତୀମାନଙ୍କୁ ଟପଲେସ ରଖାଯାଏ |ଏମାନଙ୍କ ମଧ୍ୟରୁ ରାଜା ନିଜ ମନ ମୁତାବକ ବାଛି ନିଜ ପତ୍ନୀ କରି ନିଅନ୍ତି | ଗତ ବର୍ଷ ଦେଶର ଅନେକ ଯୁବତୀ ଏହି ରୀତିକୁ ବିରୋଧ କରିଥିଲେ | ଅନେକ ଯୁବତୀ ଏହି ପ୍ୟାରେଡ଼ରେ ଭାଗ ନେବା ପାଇଁ ମଧ୍ୟ ମନା କରି ଦେଇଥିଲେ | କିନ୍ତୁ ରାଜାଙ୍କ କାନକୁ ଏହି ଖବର ପହଞ୍ଚିବା ପରେ ଯୁବତୀମାନଙ୍କ ଘରଲୋକଙ୍କୁ ଜରିମାନା ଦେବାକୁ ପଡିଥିଲା | ରାଜାଙ୍କୁ ନେଇ ଆଉ ଏକ ଅଭିଯୋଗ ମଧ୍ୟ ରହିଛି | ରାଜା ନିଜେ ବହୁତ ଅଏସ-ଆରାମରେ ରୁହନ୍ତି କିନ୍ତୁ ଦେଶର ଏକ ବଡ ଜନସଂଖ୍ୟା ନିହାତି ଗରିବ |

ଦେଶରେ ପୁରୁଷମାନଙ୍କୁ ୫ଟି ପତ୍ନୀ ବିବାହ ନେଇ ବିବାଦ ମୁଣ୍ଡ ଟେକିଥିଲା | କିନ୍ତୁ ରାଜା ଏହାକୁ ଖଣ୍ଡନ କରିଥିଲେ | ସେ ଏହାକୁ ଏକ ଗୁଜବ ବୋଲି କହିଥିଲେ | କାରଣ ୫ଟି ପତ୍ନୀ ରଖିବା ସେ ଦେଶର ଲୋକଙ୍କ ପାଇଁ ସହଜ ନୁହେଁ ଯେଉଁଠି ଗୋଟିଏ ପତ୍ନୀ ନେଇ ଚଳିବା କଷ୍ଟକର |

ସ୍ଵାଜିଲ୍ୟାଣ୍ଡ ରାଜା ନିଜର ୫୦ତମ ଜନ୍ମଦିନ ଅବସରରେ ନିଜର ୧୫ ପତ୍ନୀଙ୍କୁ ରୋଲସ ରୟସ ସେଲୁନ ଉପହାର ଦେଇଥିଲେ | ଏହି ସମସ୍ତ କାର ପାଖାପାଖି ୧୭୫ କୋଟି ଟଙ୍କା | ନିଜ ପାଇଁ ମଧ୍ୟ ସେ କିଛି ବିଏମଡବ୍ଲୁ ଓ ରୋଲସ ରୟସ କାର କିଣିଛନ୍ତି | ସ୍ଵାଜିଲ୍ୟାଣ୍ଡ ଗରିବ ଦେଶ, ସେଥିପାଇଁ ସେଠାରେ ରାଜାଙ୍କ ଏହି ଲଜ୍ଜରି ଜୀବନ ଶୈଳୀକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ | ଏପରିକି ରାଜାଙ୍କ ପାଖରେ ନିଜର ଜେଟ ବିମାନ ଏବଂ ନିଜର ଏକ ବ୍ୟକ୍ତିଗତ ବିମାନବନ୍ଦର ମଧ୍ୟ ଅଛି |

   Related Posts