Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ନିଜ ୧୫ଜଣ ପତ୍ନୀଙ୍କ ପାଇଁ ଗରିବ ଦେଶର ରାଜା କିଣିଲେ ୧୧୯କୋଟିର ଲକ୍ଜରି କାର୍

27/11/2019 at 3:34 PM

ସ୍ବାଜିଲାଣ୍ଡ ୨୭/୧୧: ବିଶ୍ବରେ ଏପରି ଅନେକ ଦେଶ ରହିଛି ଯେଉଁଗୁଡ଼ିକ ନିଜର ବିଚିତ୍ର ପରମ୍ପରା ପାଇଁ ପ୍ରସିଦ୍ଧ। ଆଜି ଆମେ ଏପରି ଏକ ଦେଶ ବିଷୟରେ କହିବୁ ଯାହା ବିଶ୍ବର ସବୁଠୁ ଗରିବ ଦେଶରୁ ଗୋଟିଏ ଏବଂ ପାଖାପାଖି ୬୦ ପ୍ରତିଶତ ଲୋକେ ଦାରିଦ୍ର୍ୟ ସୀମା ରେଖା ତଳେ ରୁହନ୍ତି କିନ୍ତୁ ତଥାପି ଏହି ଦେଶର ରାଜା ଅତ୍ୟନ୍ତ ବିଳାସବ୍ୟସନରେ ଜୀବନ ବିତାନ୍ତି। ଆମେ କହୁଛୁ ଆଫ୍ରିକୀୟ ଦେଶ ସ୍ବାଜିଲାଣ୍ଡ ବିଷୟରେ। ସ୍ବାଜିଲାଣ୍ଡର ରାଜା ମସ୍ବାତି-୩ଙ୍କ ୧୫ଜଣ ପତ୍ନୀ ଅଛନ୍ତି ଏବଂ ନିକଟରେ ସେ ପତ୍ନୀଙ୍କ ପାଇଁ ୧୧୯କୋଟି ଟଙ୍କାର ଲକ୍ସରୀ କାର କିଣିଛନ୍ତି ଯାହା ବିଷୟରେ ଜାଣି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି।

ପ୍ରକୃତରେ ପୂର୍ବରୁ ମଧ୍ୟ ସ୍ବାଜିଲାଣ୍ଡ ଅନେକ କାରଣ ପାଇଁ ବଦନାମ ରହିଛି କାରଣ ଏଠାରେ ବହୁବିବାହ ଆଇନସମ୍ମତ। ଏବେ ଏହି ରାଜାଙ୍କ ୧୫ଜଣ ପତ୍ନୀ ଅଛନ୍ତି। ତାଙ୍କର ଜଣେ ପତ୍ନୀଙ୍କର ମୃତ୍ୟୁ ହୋଇ ସାରିଛି। ସ୍ବାଜିଲାଣ୍ଡରେ ପ୍ରତିବର୍ଷ ଟପଲେସ୍ ଅବିବାହିତା ଯୁବତୀଙ୍କର ପ୍ୟାରେଡ ହୋଇଥାଏ ଏବଂ ରାଜା ସେମାନଙ୍କ ମଧ୍ୟରୁ ନିଜ ପାଇଁ ଜଣଙ୍କୁ ଏଥିରୁ ପତ୍ନୀ ବାଛିଥାଆନ୍ତି। କୁହାଯାଇଥାଏ ଯେଉଁ ଯୁବତୀମାନେ ଏହି ପ୍ୟାରେଡରେ ଆସିନଥାଆନ୍ତି ସେମାନଙ୍କୁ ବିଭିନ୍ନ ପ୍ରକାରର ଦଣ୍ଡ ଦିଆଯାଇଥାଏ। ଅନେକ ଲୋକ ଏହି ପ୍ରଥା ଉପରେ ପ୍ରଶ୍ନ ଉଠାଇଛନ୍ତି କିନ୍ତୁ ଅନେକ ବିରୋଧ ସତ୍ବେ ମଧ୍ୟ ଏହାକୁ ବନ୍ଦ କରାଯାଇ ପାରିନାହିଁ।

ସୂଚନା ଅନୁଯାୟୀ ରାଜା ନିକଟରେ ନିଜ ୧୫ଜଣ ପତ୍ନୀଙ୍କ ପାଇଁ ୧୫ଟି ରୋଲସ-ରୟସ ଏବଂ ୧୨ଟି ବିଏମଡବ୍ଲ୍ୟୁ କାର୍ କିଣିଛନ୍ତି। ଗତ ବର୍ଷ ନିଜ ଜନ୍ମଦିନରେ ରାଜା ନିଜ ଦେଶର ନାଁ ବଦଳାଇ ଦେଇଥିଲେ। ସେ ଦେଶର ନାଁ ସ୍ବାଜିଲାଣ୍ଡରୁ ପରିବର୍ତ୍ତନ କରି ଇସ୍ବାତିନି କରି ଦେଇଥିଲେ।

ରାଜାଙ୍କର ୧୪୩୪କୋଟିର ସମ୍ପତ୍ତି ରହିଛି ଏବଂ ତାଙ୍କ ପାଖରେ ପ୍ରାଇଭେଟ ଜେଟସଠୁ ନେଇ ନିଜର ଏୟାରପୋର୍ଟ ରହିଛି। ସ୍ବାଜିଲାଣ୍ଡର ରାଜାଙ୍କର ୨୫ରୁ ଅଧିକ ଛୁଆପିଲା ଅଛନ୍ତି।

   Related Posts