କିଙ୍ଗ ଖାନ ଜେଲରେ ବିତାଇଲେ ରାତି, ଜାଣନ୍ତୁ କଣ ଥିଲା ଅନୁଭବ
27/10/2019 at 4:14 PM

ମୁମ୍ବାଇ୨୭|୧୦: ଛୋଟ ପରଦାରେ ନିଜ କ୍ୟାରିଅର ଆରମ୍ଭ କରିଥିବା ଅଭିନେତା ଶାହରୁଖ ଖାନ ବଲିଉଡର କିଙ୍ଗ ଖାନ ଭାବେ ପରିଚିତ। କଠିନ ପରିଶ୍ରମ କରିବା ପରେ ସେ ବଲିଉଡରେ ସଫଳତା ହାସଲ କରିଥିଲେ। ପରଦାରେ ତାଙ୍କ ପ୍ରଦର୍ଶନ ଦର୍ଶକ ବହୁତ ପସନ୍ଦ କରନ୍ତି।

ନିକଟରେ ଏକ ଶୋ’ ରେ ଶାହରୁଖ ଖାନ ଜେଲରେ ରାତି ବିତାଇବାର ଖରାପ ଅନୁଭବ ସେୟାର କରିଥିଲେ। ଜେଲରେ ରାତି ବିତାଇଥିବା ସମୟରେ କୌଣସି ସୋସିଆଲ ମିଡିଆର କ୍ରେଜ ନଥିଲା। ତଥାପି ସବୁ ମିଡିଆ ଚ୍ୟାନାଲକୁ ସେ ନିଜ ପ୍ରତିକ୍ରିୟା ଦେଉଥିଲେ। ସେତେବେଳ ଯାଏଁ ସେ ନିଜେ ଜାଣିନଥିଲେ ପ୍ରକୃତରେ ଘଟଣା କଣ ହୋଇଛି।

ସୂଚନାଯୋଗ୍ୟ ଯେ, ଶାହରୁଖଙ୍କର ଗୋଟେ ଦିନ ଶୁଟିଂ ସମୟରେ ଶୁଟିଂ ସେଟ୍ରେ ପୋଲିସ ଯାଇ ପହଞ୍ଚିଥିଲେ। ପୋଲିସ ଶାହରୁଖଙ୍କୁ କିଛି ପଚାରିବା ପାଇଁ ଯାଇଥିଲେ।ତେବେ ତା ପର ଦିନ ଖବର ପ୍ରକାଶ ପାଇଥିଲା ଯେ, ଶାହରୁଖ ଗୋଟେ ଦିନ ପାଇଁ ଜେଲରେ ଥିଲେ।

ଆଶ୍ଚର୍ଯ୍ୟ ହୋଇ ଶାହରୁଖ ସାମ୍ବାଦିକଙ୍କୁ ଫୋନ କରିଥିଲେ ଓ ପଚାରିଥିଲେ ଯେ, ଏଭଳି କଣ ପାଇଁ ଛପା ଯାଇଛି। ଶାହରୁଖ ଖାନ ବହୁତ ରାଗିଯାଇଥିଲେ। ପରେ ସମ୍ପାଦକ ତାଙ୍କୁ ଜବାବ ଦେଇଥିଲେ ଯେ, ଏହି ସବୁ ମଜାରେ ଲୋଖାଯାଇଛି କାରଣ ଲୋକେ ଏହା ପଢିବାକୁ ପସନ୍ଦ କରୁଥିଲେ।