Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ସ୍ବାଧୀନତା ପରେ କାଶ୍ମୀରର ରାଜା ହରି ସିଂ କେମିତି ମାଉଣ୍ଟବେଟନଙ୍କୁ ଦେଖା ନକରିବା ପାଇଁ ପେଟ କାଟିବାର ବାହାନା କରିଥିଲେ ଜାଣନ୍ତୁ…

5/08/2019 at 8:34 PM

ନୂଆଦିଲ୍ଲୀ୫|୮: ସ୍ବାଧୀନତା ସମୟରେ କାଶ୍ମୀର ସ୍ଥିତି କି’ଣ ଥିଲା? ସେହି ସମୟର ତତ୍କାଳୀନ କାଶ୍ମୀର ରାଜା ହରି ସିଂହଙ୍କ ମାନସିକ ସ୍ଥିତି କିପରି ଥିଲା?  ଇଂରାଜୀଙ୍କ ନିୟମନୁସାରେ ସ୍ବାଧୀନତା ପରେ କାଶ୍ମୀର ସହ ଜଡିତ ଥିବା ଅଞ୍ଚଳ ବିଚ୍ଛିନ୍ନ ହେବାକୁ ଚାହୁଁଥିଲେ। କାଶ୍ମୀର ରାଜା ହରି ସିଂହ କିନ୍ତୁ ସେ ସବୁକୁ ବାନ୍ଧି ରଖିବାକୁ ଚାହୁଁଥିଲେ । ଭାରତ ବା ପାକିସ୍ତାନ କାହାର ଆଧିପତ୍ୟ ସେ ଚାହୁଁନଥିଲେ ।ସେ ବହୁତ ଗର୍ବୀ ଓ ପରାକ୍ରମଶାଳୀ ଥିଲେ।ୟୁରୋପର ସ୍ବିଜରଲାଣ୍ଡ ସହର ଭଳି କାଶ୍ମୀରକୁ କରିବାକୁ ଚାହୁଁଥିଲେ।ସର୍ବୋପରି କାଶ୍ମୀରକୁ ଅଲଗା ଦେଶ କରିବାକୁ ସେ ଇଚ୍ଛା ରଖିଥିଲେ । ତେବେ କାଶ୍ମୀରକୁ ସମ୍ଭାଳିବା ବା ସୁରକ୍ଷା ଦେବା ତାଙ୍କ କ୍ଷମତା ବାହାରେ ଥିଲା । ପାକିସ୍ତାନର ଲୋଲୁପ ଦୃଷ୍ଟି କାଶ୍ମୀର ଉପରେ ପଡିସାରିଥିଲା ।   

ସ୍ବାଧୀନତା ପରେ କାଶ୍ମୀରରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଥାଏ। ଏହି ସମସ୍ୟା ଉପରେ ଆଲୋଚନା କରିବା ପାଇଁ ମାଉଣ୍ଟବେଟନ ଦିଲ୍ଲୀରେ ରାଜା ହରି ସିଂହଙ୍କୁ ଅପେକ୍ଷା କରିଥାନ୍ତି। ରାଜା ହରି ସିଂହଙ୍କ ପାଖକୁ ମାଉଣ୍ଟବେଟନ୍ ଖବର ପଠାଇଥିଲେ।ହେଲେ ମାଉଣ୍ଟବେଟନଙ୍କ ପାଖକୁ ଗଲେ କାଶ୍ମୀର ସମ୍ପର୍କରେ କୌଣସି ନିଷ୍ପତ୍ତି ନେବାକୁ ତାଙ୍କୁ ବାଧ୍ୟ କରାଯାଇପାରେ ବୋଲି ରାଜା ହରି ସିଂଙ୍କ ଭୟ ଥିଲା । ସମ୍ଭବତଃ କାଶ୍ମୀରକୁ ଭାରତ କିମ୍ବା ପାକିସ୍ତାନ ସହ ସମ୍ମିଶ୍ରଣ ପାଇଁ ମାଉଣ୍ଟବେଟନ ଚାପ ପକାଇପାରନ୍ତି ବୋଲି ସେ ଆଶଙ୍କା କରୁଥିଲେ । ସେଥିପାଇଁ ପେଟ ଯନ୍ତ୍ରଣା ବାହାନା ଦେଖାଇ ରାଜା ହରି ସିଂହ ଦିଲ୍ଲୀ ଯାଇପାରିବେ ନାହିଁ ବୋଲି ମନା କରିଦେଇଥିଲେ। ରାଜା ହରି ସିଂହଙ୍କର ନିଜର ସୈନ୍ୟ ବାହିନୀ ଥିଲା। ଏଥିସହ ତାଙ୍କର ବିଶାଳ ସାମ୍ରାଜ୍ୟ ମଧ୍ୟ ଥିଲା।

ରାଜା ହରି ସିଂହ ଅନ୍ୟ ରାଜାଙ୍କ ଭଳି ମଧ୍ୟ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ଗୋଡ଼ା ଦୌଡ଼ରେ ତାଙ୍କର ବହୁତ ଆଗ୍ରହ ଥିଲା।ଏଥିପାଇଁ ମୁମ୍ବାଇ  ଯା’ ଆସ ତାଙ୍କର ଲାଗି ରହିଥାଏ। ରାଜା ହରି ସିଂହ ସମୟ ପାଇଲେ ଜଙ୍ଗଲରେ ଶିକାର କରୁଥିଲେ। ତାଙ୍କ କାର୍ଯ୍ୟରୁ ସମୟ ମିଳିଲେ ସେ ଲୋକଙ୍କ ସେବା କରୁଥିଲେ। ସେହି ସମୟରେ କାଶ୍ମୀର ଚର୍ତୁପାର୍ଶ୍ବର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନଲୋଭା ଥିଲା।କୁହାଯାଏ, ସ୍ବର୍ଗଠାରୁ ବି ଅତି ସୁନ୍ଦର ଥିଲା କାଶ୍ମୀର ପରିବେଶ। କାଶ୍ମୀରକୁ ଆସୁଥିବା ପର୍ଯ୍ୟଟକଙ୍କ ପଇସାରେ ଲୋକଙ୍କ ଗୁଜୁରାଣ ମେଣ୍ଟୁଥିଲା।

ହରି ସିଂହଙ୍କ ପୂର୍ବପୁରୁଷ  ୧୮୪୦ରେ ଇଂରାଜୀମାନଙ୍କ ଠାରୁ କାଶ୍ମୀରକୁ ମୁକ୍ତ କରିବାରେ ସକ୍ଷମ ହୋଇଥିଲେ। ପୂର୍ବରୁ ହରି ସିଂହଙ୍କ ବଂଶଧର କାଶ୍ମୀରର ଲଦାଖ ଅଂଚଳକୁ ନିଜ ଅକ୍ତିଆରକୁ ନେଇସାରିଥିଲେ । ରାଜା ହରି ସିଂ ଙ୍କ ଆଶଂକା ଥିଲା ଯେ, ସେ ଅକ୍ତିଆର କରିଥିବା ଅଞ୍ଚଳ ଭାରତ ଓ ପାକିସ୍ତାନ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। ହେଲେ ପାକିସ୍ତାନର ତାଡନା ଓ ଆକ୍ରମଣ ବାଧ୍ୟ କରିଥିଲା ରାଜା ହରି ସିଂଙ୍କୁ ଭାରତର ଶରଣ ପଶିବା ପାଇଁ । ଶେଷରେ ଭାରତ ସହ ସମ୍ମିଶ୍ରଣ  ଦସ୍ତବିଜରେ ସେ ଦସ୍ତଖତ କରିଥିଲେ। ଭାରତ ପାକିସ୍ତାନ ସହ ଯୁଦ୍ଧ କରି କାଶ୍ମୀରକୁ ସୁରକ୍ଷିତ କରିଥିଲା । ହେଲେ ସେତେବେଳକୁ ପାକିସ୍ତାନ କାଶ୍ମୀରର କିଛି ଅଂଶ ଅକ୍ତିଆର କରିସାରିଥିଲା । ଯାହାକୁ ଏବେ ପାକ ଅଧିକୃତ କାଶ୍ମୀର ବା ପିଓକେ ବୋଲି କୁହାଯାଉଛି ।

ଡୋଗ୍ରା ବଂଶର ରାଜା ହରି ସିଂହ ଜମ୍ମୁ-କାଶ୍ମୀର​ର ଅନ୍ତିମ ଶାସକ ଥିଲେ। ୧୯୪୭ ମସିହା ଅକ୍ଟୋବର ୨୬ ତାରିଖରେ ରାଜା ହରି ସିଂହ ସମ୍ମିଶ୍ରଣ ଦସ୍ତାବିଜରେ ଦସ୍ତଖତ କରି ତାଙ୍କର ସବୁ କ୍ଷମତାକୁ ଭାରତକୁ ହସ୍ତାନ୍ତର କରିଥିଲେ। ଏହି ସମ୍ମିଶ୍ରଣ ଦସ୍ତାବିଜରେ ଲେଖାଥିଲା, ‘ମୁଁ ଶ୍ରୀମାନ ଇନ୍ଦ୍ର ମହେନ୍ଦ୍ର ରାଜାରାଜେଶ୍ବର ମହାରାଜା ଶ୍ରୀ ହରି ସିଂହ ଜି, ଜମ୍ମୁ-କାଶ୍ମୀର ରାଜା ତଥା ଜାମ୍ମୁ-କାଶ୍ମୀରର ଶାସକ, ଭାରତ ସହ ସମ୍ମିଶ୍ରଣ ଚୁକ୍ତିରେ ଦସ୍ତଖତ କରି ସେ  ଶାସନର ସତ୍ତା ହରାଉଛି।

   Related Posts