ବଲାଙ୍ଗୀରରେ କିଙ୍ଗ୍ ଗ୍ୟାଙ୍ଗ୍ ଆତଙ୍କ, ଧମକପୂର୍ଣ୍ଣ ଭିଡିଓ ସହ ମାରଣାସ୍ତ୍ର ଫଟୋ ଭାଇରାଲ୍

Published By : Prameya-News7 Bureau | November 11, 2021 IST

ବଲାଙ୍ଗୀର ୧୧।୧୧: ମାତିଛନ୍ତି ଗ୍ୟାଙ୍ଗ । ଭୁବନେଶ୍ବର ଓ କଟକ ପରେ ଏବେ ବଲାଙ୍ଗୀର । ବଲାଙ୍ଗୀରରେ କିଙ୍ଗ ଗ୍ୟାଙ୍ଗର ଧମକପୂର୍ଣ୍ଣ ଭିଡିଓ ସହ ମାରଣାସ୍ତ୍ର ଫଟୋ ଭାଇରାଲ । ବଲାଙ୍ଗୀର ପୁଇଁତଲା ଥାନା ଅନ୍ତର୍ଗତ କୌଣସି ଏକ ସ୍ଥାନରୁ ଏଭଳି ଭିଡିଓ ଓ ଫଟୋ ଭାଇରାଲ ହୋଇଥିବା ସୂଚନା ମିଳିଛି । ଖରାପ ଭାଷାରେ ଗାଳି ଗୁଲଜ ସହ କିଛି ବ୍ୟକ୍ତିଙ୍କୁ ମାରିବା ଓ ଘରୁ ନବାହାରିବାକୁ ଚେତାବନୀ ଦେଉଥିବା ଭିଡିଓରେ ଶୁଣିବାକୁ ମିଳୁଛି । ବଲାଙ୍ଗୀର ପୁଇଁତଳା ସହ ବଲାଙ୍ଗୀର ଟାଉନ ଥାନା ସଦର ଥାନା ଅଞ୍ଚଳରେ ଏଭଳି କିଛି ଯୁବକ ଗ୍ୟାଙ୍ଗ ଆତଙ୍କରାଜ କରିଆସୁଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.