ଗଣ୍ଡାହାତୀରେ ଖେଳୁଛନ୍ତି ବିଶାଳ ଅହିରାଜ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | September 17, 2021 IST

ଗଜପତି , ୧୭।୦୯ : ଗଜପତି ଜିଲ୍ଲା ଗଣ୍ଡାହାତୀ ଜଳପ୍ରପାତ ନିକଟରେ ଦେଖିବାକୁ ମିଳିଛି ଏକ ମନୋହର ଦୃଶ୍ୟ ।  ଦୁଇଟି ବିରଳ ପ୍ରଜାତିର ଅହିରାଜ ସର୍ପ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।   

ସୂଚନାନୁସାରେ, ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗଣ୍ଡାହାତୀର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବା ପାଇଁ ସବୁବେଳେ ଭିଡ ଲାଗି ରହିଥାଏ । ଶୁକ୍ରବାର ହଠାତ୍ ଦୁଇଟି ସର୍ପ ଖେଳୁଥିବା ଦେଖି ଲୋକେ ଚକିତ ହୋଇଯାଇଥିଲେ । ପର୍ଯ୍ୟଟକ ଏହାକୁ ଭରପୁର ଉପଭୋଗ କରିଥିବା କୁହାଯାଉଛି ।

wp:html /wp:html

ଏ ସମ୍ପର୍କରେ ବନ ବିଭାଗକୁ ଖବର ଦିଆଯାଇଥିଲା ।  କେବଳ ଗଣ୍ଡାହାତୀ ନୁହେଁ ମହେନ୍ଦ୍ରଗିରି ଏବଂ ଲଖାରି ଜଙ୍ଗଲରେ ମଧ୍ୟ ବହୁ ସଂଖ୍ୟକ ଏହି ବିରଳ ପ୍ରଜାତିର ସର୍ପ ରହିଛନ୍ତି ।  ବନ ବିଭାଗର  କହିବାନୁସାରେ, ଅଧିକାଂଶ ସନ୍ତସନ୍ତିଆ ଅଞ୍ଚଳରେ ଏମାନେ ବସବାସ କରନ୍ତି । ବର୍ତ୍ତମାନ ସମୟରେ ସେମାନଙ୍କ ମିଳନ ଋତୁ ହୋଇଥିବା କାରଣରୁ ବାହାରକୁ ଆସିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.