ପରମାଣୁ ନିରସ୍ତ୍ରୀକରଣର ପ୍ରତିଶ୍ରୁତି ପରେ ମଧ୍ୟ ICBM ଲଞ୍ଚର ଫ୍ୟାକ୍ଟ୍ରି ପରିଦର୍ଶନ କରିଛନ୍ତି କିମ୍ ଜୋଙ୍ଗ ଉନ୍ !

Published By : Prameya-News7 Bureau | September 25, 2020 IST

୨୦୧୮ ମସିହାରେ ଉତ୍ତରକୋରିଆ ଏକଛତ୍ରବାଦୀ କିମ୍‌ ଜୋଙ୍ଗ ଉନ୍‌ ପରମାଣୁ ନିରସ୍ତ୍ରିକରଣ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତା ପରଠାରୁ ଦେଶରେ ଏପରି କାର୍ଯ୍ୟକ୍ରମ ସହ ଜଡିତ ସ୍ଥଳକୁ ଲୁଚି ଛପି ଗସ୍ତ କରିଛନ୍ତି ଅଥବା ଏହି ସବୁ ଗସ୍ତକୁ ଲୁଚେଇଥିବାର ଏବେ ଜଣାପଡିଛି। ଏନକେ ନ୍ୟୁଜ କିମ୍‌ ଜୋଙ୍ଗଙ୍କ ଏପରି କିଛି ଗସ୍ତ କାର୍ଯ୍ୟକ୍ରମକୁ ଉଜାଗର କରିଛି। ଏଥିରେ ଜୁନ ୨୦୧୮ ସିଙ୍ଗାପୁର ସମ୍ମିଳନୀର କଛି ସପ୍ତାହ ପରେ ଆମେରିକା ସ୍ୱାଧୀନତା ଦିବସ ଅବସରରେ କିମ୍‌ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଆଣବିକ କାର୍ଯ୍ୟକ୍ରମ ସ୍ଥଳ ପରିଦର୍ଶନ କରିଥିବାର ପ୍ରମାଣ ମିଳିଛି।

{"id":334481,"sizeSlug":"large"}

୪ ଜୁଲାଇ ୨୦୧୮ରେ କିମ୍‌ ଜୋଙ୍ଗ ସିଙ୍ଗାପୁରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହାର ମାତ୍ର କିଛି ସପ୍ତାହ ପରେ ସେ ଦେଶର ପ୍ରଥମ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର(ଆଇସିବିଏମ) ପରୀକ୍ଷଣ କରିଥିଲେ। ଏନକେ ପ୍ରୋ ଅନୁସାରେ ହ୍ୱାସଙ୍ଗ-୧୫ନାମକ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଲାଗି ୨୦୧୭ ମସିହାରେ ଏକ ସ୍ମାରକ ନିକଟରେ ଅଟକିଥିଲେ। ଏଥିରୁ ହୁଏତ ଏହା ଅନୁମାନ କରାଯାଇପାରେ କି ଏହି ପରିକ୍ଷଣର ପୂର୍ବରାତ୍ରିରେ କିମ ଜୋଙ୍ଗ ଏଥିରୁ ଓହରି ଯିବାକୁ ବାଧ୍ୟ ହୋଇଥିଲେ।

{"id":334482,"width":580,"height":380,"sizeSlug":"large"}

କିମ୍‌ଙ୍କ ଏଭଳି ଗୁପ୍ତ ଯାତ୍ରାର ପ୍ରାଥମିକ ପ୍ରମାଣ ଫ୍ୟାକ୍ଟ୍ରିରେ ଲଗଯାଇଥିବା ଏକ ବ୍ୟାନର। ଯେଉଁଥିରେ କିମ୍‌ ଜୋଙ୍ଗ ୪ ଜୁଲାଇ ୨୦୧୮ରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିବା ଉଲ୍ଲେଖ ରହିଛି। ଏଥିରୁ ସ୍ୱାଧୀନତା ଦିବସ ପୂର୍ବରୁ ଆମେରିକାକୁ ବାର୍ତାଦେବାକୁ ହ୍ୱସଙ୍ଗ-୧୪ ଆଇସିବିଏମ୍‌ ପରୀକ୍ଷଣ ନିର୍ଦ୍ଧାରିତ ହୋଇଥିବା ନିଶ୍ଚିତ ହେଉଛି। କିମ୍‌ଙ୍କ ଏଭଳି ଯାତ୍ରା ସମ୍ପର୍କରେ ଦେଶର ଗଣମାଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ନିରବ ରହିଥିଲା। ତେବେ ୨ ଜୁଲାଇ ୨୦୧୯ରେ ରାଷ୍ଟ୍ରପତିଙ୍କ ଗସ୍ତ ସାର୍ବଜନିକ କରାଯାଇଥିଲା।

{"id":334483,"width":582,"height":387,"sizeSlug":"large"}

କାହିଁକି ଲୁଚା ଯାଉଥିଲା କିମ୍‌ ଜୋଙ୍ଗଙ୍କ କାର୍ଯ୍ୟକ୍ରମ
୨୦୧୮ ମସିହା ପ୍ରାରମ୍ଭରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍-ଜାଏ ଇନ୍‌ଙ୍କ ସହ ଉତ୍ତରକୋରିଆ ରାଷ୍ଟ୍ରପତିଙ୍କ ଦ୍ୱିପାକ୍ଷୀକ ଆଲୋଚନା ଆରମ୍ଭ ହୋଇଥିଲା। ଏଥିଲାଗି କିମ୍‌ ଜୋଙ୍ଗ ଉନ୍‌ଙ୍କ ଭଉଣୀ ଶୀତକାଳୀନ ଅଲିମ୍ପିକ୍‌ରେ ଯୋଗଦେଇ କ୍ଷେତ୍ର ପ୍ରସ୍ତୁତ କରିଥିଲେ। ଏଥିରୁ ଆମେରିକା ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା ପର୍ଯ୍ୟନ୍ତ କଥା ଯାଇଥିଲା।

{"id":334484,"sizeSlug":"large"}

ଏଥିରେ ଉଭୟ ଦକ୍ଷିଣ କୋରିଆ ଓ ଆମେରିକା ଉତ୍ତର କୋରିଆ ଉପରେ ଅଣୁ ନିରସ୍ତ୍ରିକରଣ ଲାଗି ଚାପ ପକାଇଥିଲେ। ତେବେ ଏ ନେଇ ଏପ୍ରିଲ ୨୭ରେ ମୁନ୍‌ ଜାଏ ଇନ୍‌ ଓ ଜୁନ୍‌ ୧୨ରେ ଆମେରିକା ସହ ରାଜିନାମା ସ୍ୱାକ୍ଷରରୁ ଉତ୍ତରକୋରିଆ ଓହରି ଯାଇଥିଲା। ହେଲେ ସେମାନଙ୍କ ସର୍ତ୍ତରେ ସହମତ ହୋଇଥିଲେ କିମ୍‌ ଜୋଙ୍ଗ। ସାଙ୍ଗେ ସାଙ୍ଗେ ଦେଶର ଏ ସମ୍ପର୍କିତ କାର୍ଯ୍ୟକ୍ରମକୁ ବନ୍ଦ କରିପାରିବେନି ବୋଲି କହିଥିଲେ କିମ୍‌ ଜୋଙ୍ଗ। ତେବେ ଏହାକୁ କ୍ରମଶଃ ସଂକ୍ଷିପ୍ତ କରିବାକୁ ସହମତ ହୋଇଥିଲେ। ଏଣୁ ଏଭଳି କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ଥିଲେ କିମ୍‌ ଜୋଙ୍ଗ। ତଥାପି କାର୍ଯ୍ୟକ୍ରମ ସହ ସମ୍ପୃକ୍ତ ଥିବାର ଏବେ ପ୍ରମାଣ ମିଳୁଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.