ଦୁନିଆର ସବୁଠାରୁ ବଡ ପରିବାର: ମୁଖିଆ ବଞ୍ଚିରହିଥିବା ଦାବି କରୁଛନ୍ତି ସଂପର୍କୀୟ,ଏଯାଏ କରିନାହାଁନ୍ତି ଅନ୍ତ୍ୟେଷ୍ଟି

Published By : Prameya-News7 Bureau | June 15, 2021 IST

ନୂଆଦିଲ୍ଲୀ ୧୫/୦୬: ବିଶ୍ୱର ସବୁଠାରୁ ବଡ ପରିବାରର ମୁଖ୍ୟ ଭାବରେ ଜଣାଶୁଣା ମିଜୋରାମର ଜିଓନା ଚନା ଶେଷ ନିଶ୍ୱାସ ତ୍ୟାଗ କରିବାର ୩୬ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ତାଙ୍କ ପ୍ରିୟଜନମାନେ ତାଙ୍କୁ ବିଦାୟ ଦେବାକୁ ପ୍ରସ୍ତୁତ ନୁହଁନ୍ତି । ସେ ଜୀବିତ ଥିବା ଦାବି କରିଛନ୍ତି।

ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ପୀଡିତ ଜିଓନା-ଚନାଙ୍କୁ ରବିବାର ଦିନ ଆଇଜୱାଲର ଟ୍ରିନିଟି ହସ୍ପିଟାଲରେ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ତେବେ ପରିବାର ସଦସ୍ୟ ଜିଦ୍ ଧରିଥିଲେ ଯେ ତାଙ୍କ ଶରୀର ଗରମ ଅଛି ଏବଂ ନାଡ ଏବେ ବି ଚାଲିଛି।

ଲାଲପା କୋହରାନ୍ ଥାରଙ୍କ ସଚିବ ଜୈତିନଖୁମା କହିଛନ୍ତି ଯେ ଡାକ୍ତରଖାନାରୁ ଘରକୁ ଆଣିବା ପରେ ଜିଓନାଙ୍କ ନାଡ ପୁଣି ଚାଲିବାକୁ ଲାଗିଲା। ସେ କହିଛନ୍ତି, ‘ତାଙ୍କ ପରିବାର ସଦସ୍ୟ ଏବଂ ବକ୍ତାୱଙ୍ଗ ଗାଁର ଚୁଆନ୍ତର ଲୋକମାନେ ତାଙ୍କୁ ଏପରି ପରିସ୍ଥିତିରେ କବର ଦେଇ ପାରିବେ ନାହିଁ।‘

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.