ହିଟ୍ ହେଲା ପରେ ବି ଫିଲ୍ମରୁ ଦୁରେଇ ଯାଇଥିଲେ 'ଜୁମ୍ମା-ଚୁମା ଗର୍ଲ': ଜାଣନ୍ତୁ ଏବେ କ’ଣ କରୁଛନ୍ତି ଟାର୍ଜନ୍ ଅଭିନେତ୍ରୀ

Published By : Prameya-News7 Bureau | June 17, 2021 IST

ନୂଆଦିଲ୍ଲୀ ୧୭/୦୬: ୯୦ ଦଶକରେ କିମି କାଟକରଙ୍କ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲର ସମସ୍ତେ ଦିବାନା ଥିଲେ । ପ୍ରତ୍ୟେକ ଫିଲ୍ମ ନିର୍ମାତା ଏବଂ ଅଭିନେତା ତାଙ୍କ ସହ କାମ କରିବାକୁ ଚାହୁଁଥିଲେ। କିମି ମାତ୍ର ୨୦ ବର୍ଷ ବୟସରେ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ସେ ୨୦ ବର୍ଷ ବୟସରେ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କୁ ପ୍ରଥମେ ‘ପଥର୍ କା ଦିଲ୍’ ଫିଲ୍ମରେ ଏକ ସହାୟକ ଭୂମିକାରେ ଦେଖିବାକୁ ମିଳିଥିଲା। କିନ୍ତୁ ସେ ଫିଲ୍ମ 'ଆଡଭେଞ୍ଚର ଅଫ୍ ଟାରଜନ୍'ରୁ ସ୍ୱୀକୃତି ପାଇଥିଲେ । ଏହି ଫିଲ୍ମରୁ ସେ ବହୁତ ଲୋକପ୍ରିୟ ହୋଇଥିଲେ ଏବଂ 'ଟାରଜନ୍ ଗର୍ଲ' ନାମରେ ପରିଚିତ ହୋଇଥିଲେ ।

{"width":644,"height":476}

୧୯୯୧ ଫିଲ୍ମ 'ହମ୍'ରେ କିମି କାଟକର୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିଥିଲେ ଏବଂ ଉଭୟଙ୍କ ଉପରେ ସୁଟିଂ ହୋଇଥିବା ଗୀତ ବଡ଼ ହିଟ୍ ହୋଇଥିଲା। ଏହି ଫିଲ୍ମର 'ଜୁମ୍ମା ଚୁମା ଦେ ଦେ' ଗୀତ ଆଜି ବି ଲୋକପ୍ରିୟ । ଏହି ଗୀତ ପରେ ସେ 'ଜୁମ୍ମା-ଚୁମା ଗର୍ଲ' ଭାବରେ ପରିଚିତ ହୋଇଥିଲେ । ଅମିତାଭ ବଚ୍ଚନଙ୍କ ସହ କାମ କରିବା ପରେ ଏବଂ ଏହି ଗୀତ ହିଟ୍ ହେବା ପରେ କିମିଙ୍କ ଡିମାଣ୍ଡ ଆହୁରି ବଢିଯାଇଥିଲା । ୧୯୮୫ ରୁ ୧୯୯୨ ପର୍ଯ୍ୟନ୍ତ କିମି ପ୍ରାୟ ୫୦ଟି ଫିଲ୍ମରେ ଅଭିନୟ କରିଥିଲେ। ସେମାନଙ୍କ କ୍ୟାରିୟରର ଏହି ପର୍ଯ୍ୟାୟରେ ସେ ବିବାହ କରିବାକୁ ସ୍ଥିର କରିଥିଲେ ।

ଡିସେମ୍ବର ୧୧, ୧୯୬୫ ରେ ଜନ୍ମଗ୍ରହଣ କରିଥିବା କିମି କାଟକର ୧୯୯୨ ରେ ଜଣାଶୁଣା ଫଟୋଗ୍ରାଫର ତଥା ଫିଲ୍ମ ନିର୍ମାତା ଶାନ୍ତନୁ ଶୌରୀଙ୍କୁ ବିବାହ କରିଥିଲେ ଏବଂ ଫିଲ୍ମ ଜଗତକୁ ସବୁଦିନ ପାଇଁ ବିଦାୟ ଦେଇଥିଲେ। ତାଙ୍କର ଶେଷ ଫିଲ୍ମ ଜୁଲ୍ମ କି ହୁକୁମତ ୧୯୯୨ ରେ ରିଲିଜ୍ ହୋଇଥିଲେ। ଏହି ଫିଲ୍ମରେ ସେ ଗୋବିନ୍ଦା ଏବଂ ଧର୍ମେନ୍ଦ୍ରଙ୍କ ପରି ଷ୍ଟାରଙ୍କ ସହ ଅଭିନୟ କରିଥିଲେ।

{"width":646,"height":430}
Kimi Katkar created Tehelka with 'Jumma Chumma', know what she is doing  away from films now - Today Talk Latest News Updated

ବିବାହ ପରେ କିମି କାଟକର ଫିଲ୍ମ ଇଣ୍ଡଷ୍ଟ୍ରିରୁ ମୁହଁ ଫେରାଇ ନେଇଥିଲେ । କିଛି ଦିନ ପରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହା ପରେ ସେ କିଛି ସମୟ ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ। ସେ ଭାରତକୁ ଫେରିବା ପରେ ପରଦାରୁ ଦୂରରେ ରହିଥିଲେ। ବର୍ତ୍ତମାନ ସେ ଗୋଆରେ ତାଙ୍କ ପରିବାର ସହ ରହୁଛନ୍ତି। ତାଙ୍କର ସର୍ବଶେଷ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କୁ ଅନେକ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.