ରାଗିଗଲେ କିମ୍‌ଙ୍କ ଭଉଣୀ : ଦକ୍ଷିଣ କୋରିଆକୁ ରୋକ୍‌ଠୋକ୍‌ ଶୁଣାଇଦେଲେ, 'ସୀମା ଲଂଘିଲେ ପରିଣାମ ଭୋଗିବ'

Published By : Prameya-News7 Bureau | June 08, 2020 IST

ପୋଙ୍ଗାୟାଙ୍ଗ ୦୮।୦୬: ସଦାସର୍ବଦା ନିଜ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ଉତ୍ତରକୋରିଆର ଶାସକ କିଛି ଦନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଅନେକ ପ୍ରକାରର କଥା ଆଗକୁ ଆସିଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚର୍ଚ୍ଚା ହୋଇଥିବା କଥାରେ କେତେ ଯେ ସତ, ତାହା ସ୍ପଷ୍ଟ ହୋଇନାହିଁ । ନିଜ ଦେଶରେ ଏକଛତ୍ରବାଦ ଶାସନ ଚଳାଇଥିବା କିମ୍‌ ଜୋଙ୍ଗ-ଉନ୍‌ ସର୍ବଦା ନିଜର କ୍ରୁର ଶାସନକୁ ନେଇ ସମାଲୋଚିତ ହୋଇଥାନ୍ତି । ଉତ୍ତରକୋରିଆ ଶାସକଙ୍କ ଦଣ୍ଡ ମଧ୍ୟ ସାରାବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ । ତେବେ କିମ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ଖବର ନେଇ ସାରାବିଶ୍ୱରେ ଚର୍ଚ୍ଚା ହୋଇଥିବା ବେଳେ ଆଉ ଗୋଟିଏ ନାମ ମଧ୍ୟ ଖୁବ ଚର୍ଚ୍ଚାକୁ ଆସିଥିଲା । କିମ୍‌ଙ୍କ ପରେ ଶାସନ ଗାଡିରେ କିଏ ବସିବ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଥିବା ବେଳେ କିମ୍‌ଙ୍କ ଭଉଣୀ ନାମ ମଧ୍ୟ ଖୁବ ଆଗରେ ଥିଲା । ଧୀରେ ଧୀରେ ସେ ଚର୍ଚ୍ଚା ଥମିଥିଲା । କିନ୍ତୁ ଏବେ କିମ୍‌ଙ୍କ ଭଉଣୀଙ୍କୁ ନେଇ ଆଉ ଗୋଟିଏ ଚର୍ଚ୍ଚା ହେଉଛି । ତାହା ହେଉଛି ତାଙ୍କ ନିଜ ପଡୋଶୀ ଦେଶ ଦକ୍ଷିଣ କୋରିଆକୁ ଧମକ ଦେବା ଘଟଣାରେ ।   

{"id":282915,"width":578,"height":425,"sizeSlug":"large"}

ସୂଚନାଯୋଗ୍ୟ ଯେ, ଉଭୟ ଦେଶ (ଉତ୍ତର କରୋଇ-ଦକ୍ଷିଣ କୋରିଆ) ମଧ୍ୟରେ ସୀମା ବିବାଦ ଲାଗିରହିଛି । ଯାହାକୁ ନେଇ ଦୁଇ ଦେଶ ସୀମାରେ ଉତ୍ତର କୋରିଆ ବିରୋଧୀ ଲିଫଲେଟ୍ ଉତ୍ତୋଳନ କରାଯାଇଥିଲା । ସେହି ସମୟରେ ଉତ୍ତରକୋରିଆ ବିରୋଧରେ ସୀମାରେ ଗ୍ୟାସ୍‌ ବେଲୁନ୍‌ ଛାଡିବା  ଏବଂ ବେଲୁନ୍‌ ଉପରେ କିମ୍ ଜୋଙ୍ଗଙ୍କ ବିରୋଧରେ ଖରାପ ମନ୍ତବ୍ୟ ଲେଖିଯାଇଥିଲା । ଯାହାକୁ ନେଇ ଉତ୍ତରକୋରିଆ କ୍ରୋଧିତ ହୋଇଯାଇଥିଲା ।  ସେହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରି ଦକ୍ଷିଣ କୋରିଆକୁ ଧମକ ଦେଇଥିଲେ।

{"id":282916,"width":585,"height":392,"sizeSlug":"large"}

'ଦି ଗାର୍ଡିଆନ୍'ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କିମଙ୍କ ଭଉଣୀ କିମ ୟୋ ଜୋଙ୍ଗ ଧମକ ଦେଇଛନ୍ତି ଯେ, ଦକ୍ଷିଣ କୋରିଆ ବାରମ୍ବାର ବାହାନା କରିବା ଏବଂ ଯଦି ଏପରି କାର୍ଯ୍ୟକଳାପ ନିୟନ୍ତ୍ରଣ ନହୁଏ ତେବେ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ। କେବଳ ଏତିକି ନୁହେଁ କିମ ୟୋ ଜୋଙ୍ଗ ଏହା ମଧ୍ୟ କହିଛନ୍ତି ଯେ,  ୨୦୧୮ରେ ହୋଇଥିବା ସାମରିକ ଚୁକ୍ତି ବାତିଲ ହେବ ଏବଂ ସୀମାରେ ଥିବା ଯୋଗାଯୋଗ କାର୍ଯ୍ୟାଳୟ ବନ୍ଦ କରାଯିବ।

{"id":282917,"sizeSlug":"large"}

 କିମ ୟୋ ଜୋଙ୍ଗ ଦକ୍ଷିଣ କୋରିଆକୁ ଏ ବିଷୟରେ ଚେତାବନୀ ଦେଇ ସୀମାରେ ଏପରି କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ଏହାପୂର୍ବରୁ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନ ମଧ୍ୟ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇସାରିଛନ୍ତି। କିମ୍ ୟୋ-ଜୋଙ୍ଗ ଉତ୍ତର କୋରିଆର ବିଦ୍ରୋହୀମାନଙ୍କୁ ବର୍ଣ୍ଣନା କରିଛନ୍ତି ଯେଉଁମାନେ ଏହି ବେଲୁନ୍ ଉଡାଇଥିବା ଲୋକଙ୍କୁ 'ଦୋଗ୍‌ଲା କୁତା' ବୋଲି କହିଛନ୍ତି ।  ଯିଏ ନିଜ ଦେଶ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ପୂର୍ବରୁ କାର୍ଯ୍ୟକର୍ତ୍ତାଙ୍କ ଉପରେ କ୍ରୋଧିତ ହୋଇସାରିଛନ୍ତି ।

{"id":282918,"sizeSlug":"large"}

ଖବର ଅନୁଯାୟୀ, ଦକ୍ଷିଣ କୋରିଆ ଓ ଉତ୍ତର କୋରିଆ ସୀମାରେ ଅନେକ ଥର ବେଲୁନ୍ ଉଡ଼ାଯାଇଛି ।  ଏହି ବେଲୁନ୍ ମାଧ୍ୟମରେ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ସେମାନଙ୍କୁ ବିରୋଧ କରଯାଇଛି ଏବଂ ତାଙ୍କ ବିଷୟରେ ଖରାପ ମନ୍ତବ୍ୟ ମଧ୍ୟ ଲେଖାଯାଉଛି। ଅନେକ ଥର କିମ ଜୋଙ୍ଗ ଉନଙ୍କ ଆଣବିକ କାର୍ଯ୍ୟକ୍ରମ ବିରୋଧ କରାଯାଉଛି।

{"id":282919,"sizeSlug":"large"}

କିଏ ସେ କିମ୍‌ ୟଙ୍ଗ ଜୋଙ୍ଗ

ଉତ୍ତର କୋରିଆ ରାଜ ପରିବାରର ସଦସ୍ୟ କିମ ୟଙ୍ଗ ଜୋଙ୍ଗ ସଂପ୍ରତି କିମ ଜୋଙ୍ଗ ଉନଙ୍କ ବ୍ୟକ୍ତିଗତ ସହାୟକ ଅଛନ୍ତି। ନିକଟ ମାସରେ ତାଙ୍କୁ କୋରିଆର ଶାସକ ପାର୍ଟିର ପଲଟି ବ୍ୟୁରୋ ସଦସ୍ୟ ଭାବେ ପୁନଃସ୍ଥାପିତ କରାଯାଇଛି। ସେ କିମ୍ ପରିବାରର ଏକ ମାତ୍ର ବ୍ୟକ୍ତି ଯିଏ କିମ ଜୋଙ୍ଗ ଉନଙ୍କ ପରେ ଶାସନ ପ୍ରଣାଳୀର ଶକ୍ତିଶାଳି ଚେହେରା।

{"id":282920,"sizeSlug":"large"}

ସେ ଉତ୍ତର କୋରିଆର ଶାସକ ପରିବାର ପକ୍ଷରୁ ପ୍ରଥମ ସଦସ୍ୟ ଯିଏ ଦକ୍ଷିଣ କୋରିଆର ରାଜଧାନୀ ସିଓଲ ପରିଦର୍ଶନରେ ଯାଇଥିଲେ। ଏହା ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କିମ୍ ଉନଙ୍କ ସାକ୍ଷାତ ବେଳେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ସେ ଜଣେ ସହାୟକ ନେତୃତ୍ଵକାରୀ ରୂପେ ନିଜକୁ ଉପସ୍ଥାପିତ କରିଛନ୍ତି। ତେଣୁ କିମ ଜୋଙ୍ଗ ଉନଙ୍କ ପରେ କିମ ୟୋ ଜୋଙ୍ଗ ଶକ୍ତିଶାଳୀ ବୋଲି କୁହାଯାଏ। ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗଙ୍କୁ ଦେଶର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଚେହେରା ଭାବେ ବିବେଚନା କରାଯାଏ ।

{"id":282924,"width":587,"height":490,"sizeSlug":"large"}

କିମ ୟୋଙ୍ଗ ମଧ୍ୟ ଦେଶ ବାହାରେ ଅନେକ ଥର ଉତ୍ତର କୋରିଆର ପ୍ରତିନିଧିତ୍ୱ କରିଛନ୍ତି। କିମ ଜୋଙ୍ଗ ଉନ ଦେଶ ତଥା ବିଶ୍ୱରେ ଭାବମୂର୍ତ୍ତି ପ୍ରସ୍ତୁତ କରିବାରେ ତାଙ୍କ ଭଉଣୀଙ୍କ ପ୍ରମୁଖ ଭୂମିକା ରହିଛି । ୨୦୧୮ ରେ ଦକ୍ଷିଣ କୋରିଆରେ ହେବାକୁ ଥିବା ଶୀତକାଳୀନ ଅଲିମ୍ପିକ୍ସ ସମୟରେ କିମ ୟୋ ଜୋଙ୍ଗ ଉତ୍ତର କୋରିଆ ଦଳର ପ୍ରତିନିଧିତ୍ୱ କରିଥିଲେ।   ଯେତେବେଳେ ଦକ୍ଷିଣ କୋରିଆ ଉତ୍ତର କୋରିଆର ସାମରିକ ଅଭ୍ୟାସକୁ  ବିରୋଧ କରିଥିଲା, ସେତେବେଳେ କିମ ୟୋ-ଜୋଙ୍ଗ ପ୍ରଥମ ଥର ପାଇଁ ଏକ ବିବୃତ୍ତି ଦେଇ କହିଥିଲେ ଯେ ଦକ୍ଷିଣ କୋରିଆ 'ଭୟଭୀତ କୁକୁର ପରି ଭୁକୁଛି'। ଉଭୟ କିମ ଜୋଙ୍ଗ ଉନ ଏବଂ ତାଙ୍କ ଭଉଣୀ ସ୍ୱିଜରଲ୍ୟାଣ୍ଡରେ ଅଧ୍ୟୟନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.