ଦକ୍ଷିଣ କୋରିଆକୁ ନାଲିଆଖି ଦେଖାଇଲେ କିମ୍‌ଙ୍କ ଭଉଣୀ, ଚେତାବନୀ ଦେଇ କହିଲେ-'ସମ୍ପର୍କ ଶେଷ କରିଦେବୁ'...

Published By : Prameya-News7 Bureau | September 16, 2021 IST

ନୂଆଦିଲ୍ଲୀ, ୧୬।୦୯ : ଉତ୍ତରକୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗଙ୍କ ଭଉଣୀ ବୁଧବାର ଦକ୍ଷିଣ କୋରିଆକୁ ଧମକ ଦେଇଛନ୍ତି । ଏହାସହ ସେ ଉତ୍ତର କୋରିଆ ରାଷ୍ଟ୍ରପତିଙ୍କୁ କଟାକ୍ଷ ମଧ୍ୟ କରିଛନ୍ତି । ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ସମ୍ପୂର୍ଣ୍ଣ ଭାବେ ଶେଷ କରିବାକୁ ସେ ଚେତବନୀ ଦେଇଛନ୍ତି ।

କିମ ଜଙ୍ଗଙ୍କ ଭଉଣୀ ହେଲେ କିମ୍ ୟୋ । ତାଙ୍କ ବୟାନ ଉଭୟ ଦେଶ କରିଥିବା ମିସାଇଲ ପରୀକ୍ଷଣର କିଛି ସମୟ ପରେ ସାମ୍ନାକୁ ଆସିଛି । ପରୀକ୍ଷଣକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ମିସାଇଲ ପରୀକ୍ଷଣ ପରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେଇ ଉନ୍ କହିଥିଲେ ଯେ, ଦେଶର ମିସାଇଲ ପରୀକ୍ଷଣ ଉତ୍ତର କୋରିଆକୁ କାଉଣ୍ଟର କରିବ । ଏହାଦ୍ୱାରା ଉତ୍ତର କୋରିଆ ବିରୋଧରେ ପ୍ରତିରୋଧକ ଭାବେ କାମ କରିବ । ମୁନଙ୍କ ଏହି ବୟାକୁ ୟୋ ନାପସନ୍ଦ କରିବା ସହ ଧମକ ଦେଇଥିଲେ । ଏପରି ବୟାନ ବାଜି କଲେ ଦ୍ୱିପାକ୍ଷିକ ସମ୍ପର୍କ ଶେଷ କରିବାକୁ ସେ ଧମକ ଦେଇଥିଲେ ।

ୟୋ ଆହୁରି କହିଥିଲେ ଯେ, ଉତ୍ତର କୋରିଆ କୌଣସି ଦେଶକୁ ଟାର୍ଗେଟ ନକରି ନିଜର ଆତ୍ମରକ୍ଷା ପାଇଁ ଶକ୍ତି ବୃଦ୍ଧିକରୁଛି । ଦକ୍ଷିଣ କୋରିଆ ମଧ୍ୟ ନିଜ କ୍ଷମତା ବୃଦ୍ଧି କରୁଛି । ମୁନ୍ କୌଣସି ପ୍ରକାର ଆମ ବିପକ୍ଷରେ ଆସିଲେ ମୁହଁତୋଡ ଜବାବ ଦିଆଯିବ । କିନ୍ତୁ ସମାନେ ଏପରି କରିବାକୁ ଚାହାଁନ୍ତି ନାହିଁ ।

କିମ୍‌ଙ୍କ ପରେ ମୁନ୍ କରିଥିଲେ ମିସାଇଲ ପରୀକ୍ଷଣ

ଦକ୍ଷିଣ କୋରିଆ ଓ ଜାପାନ ସେନା ଉତ୍ତର କୋରିଆ ଦ୍ୱାରା ସମୁଦ୍ରରେ ଦୁଇଟି ବାଲିଷ୍ଟିକ୍ ମିସାଇଲ ପରୀକ୍ଷଣ ବାବଦରେ ସ୍ପଷ୍ଟ କରିଥିଲେ । ଏହାର କିଛି ଘଣ୍ଟା ପରେ ଦକ୍ଷିଣ କୋରିଆ ମଧ୍ୟ ମିସାଇଲ ପରୀକ୍ଷଣ କରିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.