Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମଉଜ ମସ୍ତିର ଦିନକୁ ମନେ ପକାଇଲେ କିମ : କହିଲେ ‘କରୋନା’ର ମାନେ ଥିଲା ଆଉ କିଛି

12/03/2020 at 5:02 PM

ନୂଆଦିଲ୍ଲୀ ୧୨/୦୩ : ମୋହଵତେ ଅଭିନେତ୍ରୀ କିମ ଶର୍ମା ପ୍ରୀତି ଝାଂଗିଆନିଙ୍କ ସହ ଏକ ପୁରୁଣା ଫଟୋ ସେୟାର କରିଛନ୍ତି | ଫଟୋ ସେୟାର କରି କିମ କରୋନା ଭାଇରସ ସମ୍ପର୍କରେ ଏଭଳି ଲେଖିଛନ୍ତି ଯେ ଆପଣ ମଧ୍ୟ ଶୁଣିଲେ ହସିବେ | ସେ ଲେଖିଛନ୍ତି ଯେ, ବ୍ୟାଙ୍କକରେ କେବେଦିନେ ସେ ମଉଜମସ୍ତିରେ ମସଗୁଲ ଥିଲେ | ସେତେବେଳେ କରୋନା ନାମକ ଏକ ବିଅର ମିଳୁଥିଲା | ଫଟୋରେ କିମ ଏବଂ ପ୍ରୀତି ମଉଜମସ୍ତିରେ ମସଗୁଲ ଥିବା ଦେଖିବାକୁ ମିଳିଛି | କିମଙ୍କ ପୋଷ୍ଟ ପରେ ପ୍ରୀତି ମଧ୍ୟ ତାଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି | ସେ ଲେଖିଛନ୍ତି, ନାଇଟଆଉଟ ଅର୍ଥାତ ବେଳାଭୂମିରେ ପିନ୍ଧାଯାଉଥିବା ଡ୍ରେସ ଓ ମେକଅପ୍ ନୁହଁ |

କିମ ଶର୍ମା ଓ ପ୍ରୀତିଙ୍କ ଏହି ଥ୍ରୋବ୍ୟାକ ଫଟୋ ଚଳଚିତ୍ର ମୋହାଵତେ ସମୟ ମନେପକାଇ ଦେଇଛି | କିମ ଶର୍ମା ଏହି ଫିଲ୍ମରେ ଜୁଗଲ ହଂସରାଜଙ୍କ ବିପକ୍ଷରେ ଅଭିନୟ କରିଥିଲେ | ପ୍ରୀତି ଜିମି ସେରଗିଲଙ୍କ ବିପକ୍ଷରେ ଅଭିନୟ କରିଥିଲେ

|

କିମ ଶର୍ମା ଓ ପ୍ରୀତିଙ୍କ ଛଡା ଫିଲ୍ମରେ ସମିତା ସେଟ୍ଟୀ ମଧ୍ୟ ଅଭିନୟ କରିଥିଲେ | ସମିତା ଆଦିତ୍ୟ ଚୋପଡାଙ୍କ ବିପକ୍ଷରେ ଅଭିନୟ କରିଥିଲେ | ଫିଲ୍ମରେ ଅମିତାଭ ବଚ୍ଚନ ଓ ଶାହରୁଖ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ | ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏହି ଫିଲ୍ମରେ ଅଭିନୟ କରିଥିଲେ |

ସୂଚନାଯୋଗ୍ୟ ଯେ, କରୋନା ଭାଇରସ ଚୀନର ବୁହାନ ସହରରୁ ଆରମ୍ଭ କରି ବିଶ୍ୱର ଅନେକ ଦେଶକୁ ବ୍ୟାପିବାରେ ଲାଗିଛି | ଏହି ଭାଇରସ ବିଶ୍ୱର ୧୦୦ରୁ ଅଧିକ ଦେଶରେ ପାଖାପାଖି ୧.୨୫ ଲକ୍ଷ ଲୋକଙ୍କୁ ସଂକ୍ରମିତ କରି ସାରିଲାଣି | ଭାରତରେ ୭୦ରୁ ଅଧିକ ଲୋକ ଏହି ସଂକରଣର ଶିକାର ହୋଇସାରିଲେଣି |

   Related Posts