Monday, February 18, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କ୍ରିକେଟ ଖେଳାଳି ଯୁବରାଜ ସିଂଙ୍କ ମା’ ଏହି ଅଭିନେତ୍ରୀଙ୍କୁ ବୋହୁ କରିବାକୁ ମନା କରିଦେଇଥିଲେ : ବାହା ହୋଇଥିଲେ ୩ଟି ପିଲାର ବାପାକୁ, ୭ବର୍ଷ ପରେ ହୋଇଗଲା ବିବାହ ବିଚ୍ଛେଦ

ମୁମ୍ବାଇ ୨୧/୧ : ବଲିଉଡ ଅଭିନେତ୍ରୀ କିମ ଶର୍ମାଙ୍କୁ ୩୯ ବର୍ଷ ବୟସ ହେଲାଣି | ୧୯୮୦ ମସିହା ଜାନୁଆରୀ ୨୧ ତାରିଖରେ ମହାରାଷ୍ଟ୍ରରେ ତାଙ୍କର ଜନ୍ମ ହୋଇଥିଲା | ଫିଲ୍ମ ମୋହବାତେନ ରୁ ନିଜ ଫିଲ କ୍ୟାରିଅର ଆରମ୍ଭ କରିଥିଲେ କିମ | କ୍ରିକେଟ ଖେଳାଳି ଯୁବରାଜ ସିଂଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା | ୪ ବର୍ଷ ପର୍ଯ୍ୟନ୍ତ କିମ ଏବଂ ଯୁବରାଜଙ୍କ ମଧ୍ୟରେ ସମ୍ପର୍କ ରହିଥିଲା | ଉଭୟ ପରସ୍ପରକୁ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ | କିନ୍ତୁ ଯୁବରାଜଙ୍କ ମା’ଙ୍କୁ କିମ ପସନ୍ଦ ନଥିଲେ | ସେ କିମଙ୍କୁ ବୋହୁ ଭାବେ ଗ୍ରହଣ କରିବାକୁ ମନା କରିଦେଇଥିଲେ | ଫଳରେ ୨୦୦୭ ମସିହାରେ ଉଭୟଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା | ଯୁବରାଜ ସିଂ ମା’ଙ୍କ କଥା ଅମାନ୍ୟ କରିନଥିଲେ | ମା’ଙ୍କ କଥାରେ ସେ କିମଙ୍କ ଠାରୁ ଅଲଗା ହୋଇଯାଇଥିଲେ | ବ୍ରେକଅପ ପରେ ଏକ ଇଣ୍ଟରଭିୟୁରେ କିମ କହିଥିଲେ ଯେ, ତାଙ୍କ ଏବଂ ଯୁବରାଜଙ୍କ ମଧ୍ୟରେ ଭଲ ବୁଝାମଣା ନଥିଲା | ସେଥିପାଇଁ ସେମାନେ ଜାଣିଶୁଣି ପରସ୍ପରଠାରୁ ଅଲଗା ହୋଇଗଲେ |

ଯୁବରାଜଙ୍କ ଠାରୁ ଅଲଗା ହେବାପରେ କିମ ସ୍ପେନିସ ବଏଫ୍ରେଣ୍ଡ କାର୍ଲସ ମାର୍ଟିନଙ୍କୁ ଡେଟ କରିଥିଲେ | ଉଭୟ ବିବାହ କରିବା ପାଇଁ ପ୍ରସ୍ତୁତ ଥିଲେ | ଉଭୟଙ୍କ ନିର୍ବନ୍ଧ ମଧ୍ୟ ହୋଇସାରିଥିଲା | କିନ୍ତୁ କୌଣସି କାରଣରୁ ମାର୍ଟିନଙ୍କ ସହ ମଧ୍ୟ କିମଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା |

ଦୁଇଟି ବ୍ରେକଅପ ପରେ ୨୦୧୦ ମସିହାରେ କେନ୍ୟାରେ ରହୁଥିବା ଜଣେ ବ୍ୟବସାୟୀ ଅଲି ପଂଜାନୀଙ୍କୁ ବିବାହ କରିଥିଲେ | ଅଲି ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ୩ଟି ପୁଅଝିଅ ଥିଲେ | ପ୍ରଥମ ସ୍ତ୍ରୀ ଠାରୁ ଛାଡପତ୍ର ନେଇ ସେ କିମଙ୍କୁ ବିବାହ କରିଥିଲେ | ୨୦୧୬ ମସିହାରେ ଅଲି ଏବଂ କିମଙ୍କ ବିବାହ ବିଚ୍ଛେଦ ହୋଇଥିଲା |

ବର୍ତ୍ତମାନ କିମ ନିଜଠୁ ୪ ବର୍ଷ ସାନ ହର୍ଷବର୍ଦ୍ଧନ ରାଣେଙ୍କୁ ଡେଟ କରୁଛନ୍ତି | ଉଭୟଙ୍କୁ ଅନେକ ଜାଗାରେ ଏକସଙ୍ଗେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି |

ମୋହାଵତେନ ଫିଲ୍ମ ପରେ ଫିଲ୍ମ ଜଗତରୁ ଉଭେଇ ଯାଇଥିଲେ କିମ | ଇଣ୍ଡଷ୍ଟ୍ରିରେ ତାଙ୍କୁ ଆଉ ଦେଖିବାକୁ ମିଳିନଥିଲା | ଗତ ୧୩ ବର୍ଷ ହେଲା ତାଙ୍କୁ କୌଣସି ଫିଲ୍ମର ଅଫର ମିଳିନାହିଁ | ୯ ବର୍ଷର ଫିଲ୍ମ କ୍ୟାରିଅରରେ କିମ ପାଖାପାଖି ୧୫ଟି ଫିଲ୍ମରେ ଅଭିନୟ କରିଛନ୍ତି |

283 Views

   ସମ୍ବନ୍ଧିତ ଖବର