Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ବିବାଦ ପରେ ବିବାଦ, ବାର୍ଥ ଡେ’ ସେଲିବ୍ରେସନ୍‌ ଫଟୋ ସେୟାର କରି ଚର୍ଚ୍ଚାରେ କିମ୍‌ କର୍ଦାସିଆନ୍

30/10/2020 at 6:14 PM

ମୁମ୍ବାଇ ୩୦/୧୦: ଜୋରଦାର  ପ୍ରତିବାଦକୁ ଭ୍ରୁକ୍ଷେପ ନକରି ୪୦ ତମ ଜନ୍ମଦିନର ଫଟୋ ସେୟାର କରିଚାଲିଛନ୍ତି  ଟିଭି ଅଭିନେତ୍ରୀ  କିମ୍‌ କର୍ଦାସିଆନ୍। କରୋନା କାଳରେ ରାଜକୀୟ ଢ଼ଙ୍ଗରେ ଜନ୍ମ ଉତ୍ସବ ମନାଇବା ସହ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ନେଇ ବିବାଦ ଦେଖାଦେଇଥିଲା। କରୋନା କଟକଣା ନିୟମ ଉଲ୍ଲଂଘନ କରି ଜନ୍ମଦିନ ପାଳୁଥିବା ନେଇ ଅଭିଯୋଗ ହୋଇଥିଲେ ହେଁ କିମ୍‌ଙ୍କୁ କିଛି ଫରକ ପଡ଼ୁଥିବା ମନେ ହେଉନାହିଁ ।ବାରମ୍ବାର ପ୍ରତିବାଦ ଓ ଟ୍ରୋଲ୍‌ର ଶିକାର ହେବା ପରେ ମଧ୍ୟ ପୁଣି ଗୁରୁବାର  ନିଜର ଜନ୍ମଦିନ ଫଟୋ ଇନ୍‌ଷ୍ଟା​‌ରେ ପୋଷ୍ଟ କରିଛନ୍ତି କିମ୍‌ କର୍ଦାସିଆନ୍।

View this post on Instagram

Night Swim

A post shared by Kim Kardashian West (@kimkardashian) on

ମହାମାରୀ  ସମୟରେ ମଉଜକୁ ନେଇ ଫ୍ୟାନ୍ସ ବି ତାଙ୍କୁ ଜୋରଦାର ଟ୍ରୋଲ୍‌ କରିଥିଲେ। ଏପରିକି ତାଙ୍କୂ ବଧିର ବୋଲି କହିଥିଲେ ୟୁଜର। କିନ୍ତୁ ୧ ମିଲିୟନ୍‌ ଡଲାର ବ୍ୟୟ କରି ସେଲିବ୍ରେସନ୍‌ ହୋଇଥିବା ଜନ୍ମଦିନକୁ ଫିକା କରିବାକୁ ଦେଇନାହାନ୍ତି କିମ୍‌। ତାହିତିର ବ୍ରାଣ୍ଡୋ ରିଜୋର୍ଟରେ ନିଜ ଭଉଣୀ ଓ ଅନ୍ୟ ସାଥିମାନଙ୍କ ସହ ଜନ୍ମଦିନ ପାଳନ କରିବା ସହ ଏହି ଫଟୋ ଏବେ ସେ ସେୟାର କରୁଛନ୍ତି।

କିମ୍ ନିଜ ଭଉଣୀ  କୋର୍ଟନେ କର୍ଦାସିଆନ୍‌, ପୂର୍ବତନ ପିଏ ଷ୍ଟିଫେନ୍‌ ସେଫାର୍ଡ ଓ ଲାଲା ଆଣ୍ଟୋନିଙ୍କ ସହ ମଜା କରୁଥିବା ଫଟୋ ଛାଡ଼ିବା ସହ କ୍ୟାପ୍ସନ ଦେଇଛନ୍ତି ‘ନାଇଟ୍‌ ସ୍ବିମ୍‌’। ଏହା ବ୍ୟତୀତ ଭିଡିଓ ପୋଷ୍ଟ କରି କିମ୍‌ ଲେଖିଛନ୍ତି ଗତରାତିର ସର୍ପରାଇଜ୍‌ ଯାହାକି ଆଇଲ୍ୟାଣ୍ଡରେ ରବିବାର ଉପଲବ୍ଧ ହୋଇଥାଏ। ତେବେ ଏହି ଭିଡିଓରେ ହିଁ ତାଙ୍କ ସ୍ବାମୀ କାନି ଓ୍ବେଷ୍ଟ ନଜର ଆସିଛନ୍ତି।

ବ୍ୟକ୍ତିଗତ ଆଇଲ୍ୟାଣ୍ଡରେ ଜନ୍ମଦିନ ପାଳିବାକୁ ୧ ମିଲିୟନ୍‌ ଡଲାର ଖର୍ଚ୍ଚ କରିଛନ୍ତି କିମ୍‌। ଭିତର ଅଞ୍ଚଳରେ ବୁଲିବା ପାଇଁ ବୋଇଂ ୭୭୭ ବୁକ୍‌ କରିବା ସହ ଜନ୍ମଦିନ ପାଳନ କରିଥିଲେ। ତେବେ କରୋନା କାଳରେ ଏଭଳି ଗ୍ରାଣ୍ଡ ସେଲିବ୍ରେସନକୁ କିମ୍‌ଙ୍କ ଫ୍ୟାନ୍ସ ନାପସନ୍ଦ କରିଛନ୍ତି। କରୋନା କଟକଣା ପାଇଁ ଲୋକେ ପ୍ରିୟଜନଙ୍କୁ ଭେଟିପାରୁନଥିବା ବେଳେ କିମ୍‌ଙ୍କ ଏଭଳି ଔଦ୍ଧତ୍ୟକୁ ଲୋକେ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି।

   Related Posts