Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ୱାଲର୍ଡ ରେକର୍ଡ କଲେ କାନ୍ୟେ ୱେଷ୍ଟ, ୧୩ କୋଟିରେ ନିଲାମ ହେଲା ତାଙ୍କ ଜୋତା

29/04/2021 at 8:26 AM

ନୂଆଦିଲ୍ଲୀ ୨୯/୦୪: ବଲିଉଡ ହେଉ କିମ୍ବା ହଲିଉଡ, ପ୍ରତ୍ୟେକ ସେଲିବ୍ରିଟି କେବଳ ଦାମୀ ଡ୍ରେସ୍ ନୁହେଁ, ଦାମୀ ଆସେସୋରିଜ୍, ଦାମୀ ଜୋତା ଏବଂ ସେମାନଙ୍କ କାର ମଧ୍ୟ ବିଳାସପୂର୍ଣ୍ଣ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ କଳ୍ପନା କରିପାରିବେନି କି ଏହି ସେଲିବ୍ରେଟମାନଙ୍କ ଡ୍ରେସ୍, ଆସେସୋରିଜ୍, ଜୋତା କେତେ ମହଙ୍ଗା ।  

PunjabKesari

ବାସ୍ତବରେ ଆମେରିକାର କାନ୍ୟେ ୱେଷ୍ଟ ନିଜର ଦାମୀ ଜୋତା ଯୋଗୁଁ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାରେ  ରହିଛନ୍ତି । ତାଙ୍କ ନାମରେ ଏକ ନୂଆ ୱାଲର୍ଡ ରେକର୍ଡରେ ଯୋଡା ହୋଇଛି । ଗ୍ରାମୀ ଆୱାର୍ଡରେ କାନ୍ୟେ ପିନ୍ଧିଥିବା ସ୍ନିକର୍ସ ନିଲାମରେ ୧.୮ ୟୁ.ଏସ୍ ମିଲିୟନ ଡଲାରରେ ବିକ୍ରି ହୋଇଛି । ସୋଥେବି ସୋମବାର ଏହି ନିଲାମର ଘୋଷଣା କରିଛନ୍ତି ।

ବାସ୍ତବରେ, ୨୦୦୮ ଗ୍ରାମୀ ଆୱାର୍ଡ ସୋ’ରେ ‘ହୈ ମାମା’ ଏବଂ ‘ଷ୍ଟ୍ରଙ୍ଗର’ ପ୍ରଦର୍ଶନ ସମୟରେ କାନ୍ୟେ ୱେଷ୍ଟ୍ ତାଙ୍କ ଫୁଟୱେଆର ଫ୍ୟାସନ୍ ଜନସାଧାରଣଙ୍କ ନିକଟରେ ପ୍ରଦର୍ଶନ କରିଥିଲେ । ସେ ୨୦୧୩ ରେ ନାଇକ୍ ସହିତ ତାଙ୍କର ଆସୋସିଏସନ ଶେଷ କରି ଆଡିଡାସ୍ ବ୍ରାଣ୍ଡରେ ଯୋଗ ଦେଇଥିଲେ ।

କାନ୍ୟେ ୱେଷ୍ଟଙ୍କର ଏହି ୧୨ ସାଇଜ୍ ବ୍ଲାକ୍ ଲେଦର୍ ସ୍ନିକର୍ସରେ ୟେଜି ଫ୍ରୁଫୁଟ୍ ଷ୍ଟ୍ରାପ୍ ଅଛି ଏବଂ ବ୍ରାଣ୍ଡର ଲେସ୍ ରେ Y ମ୍ୟାଡଲାଇନ୍ ଅଛି । ସୋମବାର ନିଲାମରେ ଏହାକୁ ନ୍ୟୁୟର୍କ କଲେକ୍ଟର ରିଆନ୍ ଚାଙ୍ଗ ସୋଥେବିରେ ବିକ୍ରୟ ପାଇଁ ରଖିଥିଲେ । ନିଲାମରେ, କାନ୍ୟେ ୱେଷ୍ଟଙ୍କର ଏହି ସ୍ନିକର୍ସ ପାଇଁ ୧.୮ ମିଲିୟନ୍ ଅର୍ଥାତ୍ ୧୩,୪୧,୮୨,୪୪୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଏହାକୁ ସ୍ନିକର ଇନଭେଷ୍ଟିଙ୍ଗ୍ ପ୍ଲାଟଫର୍ମ RARES କିଣିଛି । ଯାହାକି ପୂର୍ବରୁ କୌଣସି ସ୍ନିକର୍ ଏତେ ଟଙ୍କାରେ ନିଲାମ ହୋଇନଥିଲା ।

   Related Posts