ହଲିଉଡ୍ ଅଭିନେତ୍ରୀ କିମ୍ କାର୍ଦାସିଆନ ସ୍ବାମୀଙ୍କୁ ଦେବେ ଛାଡପତ୍ର, ବିବାହର ୬ବର୍ଷ ପରେ ହେବେ ଅଲଗା !
7/01/2021 at 11:51 AM

ମୁମ୍ବାଇ ୭।୧: ନିଜ ହଟ୍ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କିମ୍ କାରଦସିଆନ ବର୍ତ୍ତମାନ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ । କିମ୍ ଏବଂ ତାଙ୍କ ସ୍ବାମୀ କାନ୍ୟେଙ୍କ ମଧ୍ୟରେ ସମ୍ପର୍କ ଭଲନାହିଁ । ଅଭିନେତ୍ରୀ ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
ବର୍ତ୍ତମାନ ଉଭୟ ଅଲଗା ଅଲଗା ରହୁଛନ୍ତି । କିମ୍ ତାଙ୍କର ୪ଜଣ ପିଲାଙ୍କ ସହ ଲସ୍ ଏଞ୍ଜେଲେସରେ ରହୁଥିବା ବେଳେ ସ୍ବାମୀ କାନ୍ୟେ ୱେଷ୍ଟ ଓ୍ବିୟୋମିଙ୍ଗରେ ଥିବା ନିଜ ଫାର୍ମ ହାଉସରେ ରହୁଛନ୍ତି ।
ସୂତ୍ର ଅନୁସାରେ ଛାଡପତ୍ର ପାଇଁ କିମ୍ ଜଣେ ଓକିଲଙ୍କୁ ନିଯୁକ୍ତ କରିଛନ୍ତି । ତାଙ୍କ ସହ ସେ ଛାଡପତ୍ର ପାଇଁ କଥା ମଧ୍ୟ ହୋଇସାରିଛନ୍ତି । ଦୁଇ ଜଣ ଅଲଗା ହେବା କଥା ଏହା ପ୍ରଥମ ନୁହଁ ବରଂ ପୂର୍ବରୁ ଅନେକ ଥର ଏମାନେ ଏ ବିଷୟରେ କଥା ହୋଇସାରିଛନ୍ତି । କିନ୍ତୁ ଏଥର ମାମଲା ଅତ୍ୟନ୍ତ ଗମ୍ଭୀର । ଉଭୟ ଏହାକୁ ଅଧିକ ଗୁରୁତ୍ବ ଦେଉନାହାଁନ୍ତି, କିନ୍ତୁ ସେମାନେ ଅଲଗା ହେଉଛନ୍ତି । କିମ୍ ଏଥିପାଇଁ ଲାରା ବାସରଙ୍କ ସହ ପରାମର୍ଶ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, କିମ୍ ଫ୍ୟାସନ ଡିଜାଇନର କାନ୍ୟେ ୱେଷ୍ଟଙ୍କୁ ୨୦୧୪ରେ ବିବାହ କରିଥିଲେ । କାନ୍ୟେଙ୍କ ସହ କିମ୍ ତୃତୀୟ ବିବାହ କରିଥିଲେ । କିମ୍ ସେଲିବ୍ରିଟି ପରିବାରର ହୋଇଥିବା ବେଳେ ହଲିଉଡ୍ ର ଜଣେ ଜଣାଶୁଣା ଅଭିନେତ୍ରୀ ।