ଏହି ୨ଟି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ କିମ୍ କାରଦର୍ଶିଆନ : ଜାଣନ୍ତୁ ମହିଳାଙ୍କୁ ହେଉଥିବା ଏହି ରୋଗର ଲକ୍ଷଣ,କାରଣ ଏବଂ ବର୍ତ୍ତିବାର ଉପାୟ ବିଷୟରେ

Published By : Prameya-News7 Bureau | September 11, 2019 IST

ନୂଆଦିଲ୍ଲୀ ୧୧/୯: ଆମେରିକାର ପ୍ରସିଦ୍ଧ ଟିଭି ସେଲିବ୍ରିଟି କିମ୍ କାର୍ଦଶିଆନଙ୍କ ଫ୍ୟାନଙ୍କ ପାଇଁ ଏକ ଦୁଃଖଦ ଖବର ସାମନାକୁ ଆସିଛି। କୁହାଯାଉଛି ଯେ କିମ୍ ଲ୍ୟୁପସ୍ ଏବଂ ରୁମେଟାଇଡ ଅର୍ଥୋରାଇଟସ୍ ଭଳି ମାରାତ୍ମକ ରୋଗରେ ପୀଡ଼ିତ। ନିକଟରେ ଏକ ଡାକ୍ତରୀ ପରୀକ୍ଷାରୁ ସେ ତାଙ୍କ ରୋଗ ବିଷୟରେ ଜାଣି ପାରିଥିଲେ। ସେ  ଯନ୍ତ୍ରଣା,ଗଣ୍ଠିଫୁଲା,ମୁଣ୍ଡବ୍ୟଥା,ଦୁର୍ବଳତା ଭଳି ସମସ୍ୟା ଭୋଗିଥଲେ ଯାହା ଫଳରେ ସେ ଡାକ୍ତରୀ ପରୀକ୍ଷା କରିଥିଲେ। ତାଙ୍କ ଆଣ୍ଟିବଡିରେ ଲ୍ୟୁପସ୍ ଏବଂ ରୁମେଟାଇଡ ଅର୍ଥୋରାଇଟସର ସଙ୍କେତ ଥିବା ରିପୋର୍ଟରୁ ଜଣା ପଡ଼ିଥିଲା। ଆସନ୍ତୁ ଜାଣିବା ଏହି ରୋଗ କାହିଁକି ଏବଂ କିପରି ଲୋକଙ୍କୁ ପ୍ରଭାବିତ କରିଥାଏ।

{"id":156158}

ଲ୍ୟୁପସ୍ କ’ଣ ?

ଲ୍ୟୁପସ୍ ତନ୍ତ୍ରିକାର ଏକ ଭୟଙ୍କର ରୋଗ , ଯାହା ଶରୀରର ବିଭିନ୍ନ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ। ଏହାକୁ ଅଟୋଇମ୍ୟୁନ ରୋଗ କୁହାଯାଇଥାଏ,କାରଣ ଏହାର ରୋଗୀଙ୍କ ପ୍ରତିରୋଧକ କ୍ଷମତା ତା’ର ନିଜ ଅଙ୍ଗ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ପାଇଁ ଦାୟୀ ଧଳା ରକ୍ତକୋଶିକା ଗୁଡ଼ିକର ସଂଖ୍ୟା ଏତେ ହୋଇଥାଏ ଯେ ଏହାର କୁପ୍ରଭାବ ଶରୀରର ଅନ୍ୟ ଅଙ୍ଗ ଉପରେ ମଧ୍ୟ ପଡ଼ିଥାଏ।

{"id":156159}

ଲ୍ୟୁପସର କାରଣ :

ଏହି ରୋଗର ପ୍ରକୃତ କାରଣ ବିଷୟରେ ଏଯାଏଁ ଜଣା ପଡ଼ିନାହିଁ। ଏପରି କୁହାଯାଏ ଯେ କିଛି ଲୋକଙ୍କ ମଧ୍ୟରେ ଜନ୍ମରୁ ଲ୍ୟୁପସ ରୋଗ ହେବାର ପ୍ରବୃତ୍ତି ଦେଖା ଦେଇଥାଏ। ଏହା ବ୍ୟତୀତ ସଂକ୍ରମଣ, କିଛି ଔଷଧର ସେବନ କିମ୍ବା ସୂର୍ଯ୍ୟଙ୍କ ଆଲୋକଠୁ ମଧ୍ୟ ଏହାପ୍ରତି ବିପଦ ରହିଥାଏ। ଦୁର୍ଭାଗ୍ୟବଶତଃ ଲ୍ୟୁପସକୁ ନଷ୍ଟ କରିବା ପାଇଁ କୌଣସି ଔଷଧ ନାହିଁ,ତଥାପି ଏହାର ଚିକିତ୍ସା ଲ୍ୟୁବସର ଲକ୍ଷଣଗୁଡ଼ିକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ।

ଲ୍ୟୁପସର ଲକ୍ଷଣ:

ଏହାର ଲକ୍ଷଣଗୁଡ଼ିକ ହେଲା ଆଣ୍ଠୁଗଣ୍ଠି ଯନ୍ତ୍ରଣା,ଭୀଷଣ ଜ୍ବର,ନିଃଶ୍ବାସ ନେବାରେ ଅସୁବିଧା,ଗୋଡ଼ ଫୁଲିବା,କଳା ଚିହ୍ନ,ପାଟିରେ ଘା,ଥକ୍କାପଣ,ତ୍ବଚାରେ ଲାଲ ଦାଗ,ଚୁଟି ଝଡ଼ିବା,ଅତ୍ୟଧିକ ଶୀତ ଲାଗିବା ।

ଲ୍ୟୁପସରୁ ବର୍ତ୍ତିବାର ଉପାୟ :

wp:list
  • ସୂର୍ଯ୍ୟଙ୍କ ଆଲୋକଠୁ ଦୂରରେ ରୁହନ୍ତୁ।
  • ଚିନ୍ତାମୁକ୍ତ ରୁହନ୍ତୁ।
  • ଯୋଗ ଏବଂ ମାଲିସ୍ କରନ୍ତୁ।
  • ରୋଗଗ୍ରସ୍ତ ଲୋକଙ୍କ ଆଖପାଖକୁ ଯାଆନ୍ତୁ ନାହିଁ।
  • ଧୂମପାନ କରନ୍ତୁ ନାହିଁ।
/wp:list {"id":156163}

ରୁମେଟାଇଡ ଅର୍ଥୋରାଇଟିସ୍ କ’ଣ?

ରୁମେଟାଇଡ ଅର୍ଥୋରାଇଟିସ୍ ଯେକୌଣସି ବୟସରେ ହେଉଥିବା ଏକ ରୋଗ। ଏହା ଗଣ୍ଠିରେ ଫୁଲା ଯୋଗୁଁ ହୋଇଥାଏ। ଏହା ଦ୍ବାରା ଗଣ୍ଠିରେ ବିକୃତି ଏବଂ ଚାଲିବାକୁ ଅସୁବିଧା ହୋଇଥାଏ। ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଶରୀରର କୋଷ ଏବଂ ଗଣ୍ଠିକୁ ପ୍ରଭାବିତ କରିଥାଏ। ଏଥିରେ ରୋଗ ପ୍ରତିରୋଧକ ତନ୍ତ୍ରର କିଛି କୋଷ ଠିକ ଭାବେ କାମ କରିନଥାଏ।

ରୁମେଟାଇଡ ଅର୍ଥୋରାଇଟିସର କାରଣ :

ରୁମେଟାଇଡ ଅର୍ଥୋରାଇଟିସ୍ ର କାରଣ ଏବେ ଯାଏଁ ଜଣା ପଡ଼ିନାହିଁ। କିଛି ଜୀବାଣୁ, ବ୍ୟାକ୍ଟେରିଆ ଏବଂ ଫଙ୍ଗସଙ୍କୁ ଏହାର କାରଣ ବୋଲି କୁହାଯାଇଥାଏ। କୁହାଯାଏ ଯେ ମେଦବହୁଳତା,ଆଘାତ ଯୋଗୁଁ କାର୍ଟିଲେଜର କ୍ଷତି ଏବଂ ଅତ୍ୟଧିକ ଧୂମପାନ ଯୋଗୁଁ ମଧ୍ୟ ଏହା ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.