ଦକ୍ଷିଣ କୋରିଆର ୨ ଅଧିକାରୀଙ୍କୁ ଗୁଳି କରି ହତ୍ୟା ଘଟଣା, କ୍ଷମା ମାଗିଲେ କିମ୍ ଜଙ୍ଗ୍

Published By : Prameya-News7 Bureau | September 25, 2020 IST

ସିଓଲ, ୨୫।୦୯: ଦକ୍ଷିଣ କୋରିଆର ୨ ଅଧିକାରୀଙ୍କୁ ଉତ୍ତର କୋରିଆରେ ନୃଶଂସ ଭାବ ଗୁଳି କରି ହତ୍ୟା ଘଟଣାରେ କ୍ଷମା ପ୍ରାର୍ଥନା କରିଛନ୍ତି କିମ୍ ଜଙ୍ଗ୍ । ଏହି ଘଟଣାରେ ସେ ଦୁଃଖ ପ୍ରକାଶ କରିଛନ୍ତି ।

ସୂଚନାନୁସାରେ, ଦକ୍ଷିମ କୋରିଆର ୨ ଅଧିକାରୀଙ୍କୁ ଉତ୍ତର କୋରିଆରେ ଗୁଳିକରି ହତ୍ୟା କରାଯାଇଥିଲା । ଏହାସହ ସେମାନଙ୍କ ମୃତଦେହକୁ ମଧ୍ୟ ପୋଡି ଦିଆଯାଇଛି । ଯାହାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ବଢିବ ବୋଲି ଆଶଙ୍କା କରାଯାଉଛି ।

ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରାଳୟରକହିଥିଲା ଯେ, ୨ ଅଧିକାରୀଙ୍କୁ ଶେଷତର ପାଇଁ ଉତ୍ତର କୋରିଆ ଉପକୂଳରେ ଦେଖିବାକୁ ମିଳିଥିଲା । ସେମାନେ କୌଣସି ସୂଚନା ପାଇ ସେଠାରେ ପହଁଚିଥିଲେ । ସେଠାରେ ଉତ୍ତର କୋରିଆର କିଛି ସୈନିକ ଅଧିକାରୀ ଦ୍ୱୟଙ୍କୁ ଗୁଳିକରିବା ସହ ମୃତଦେହକୁ ପୋଡି ଦେଇଥିଲେ । ତେବେ ଏହି ଘଟଣାକୁ ଦକ୍ଷିଣ କୋରିଆ ସରକାର କଡା ନିନ୍ଦା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.