Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋମାରେ କିମ୍ ଜଙ୍ଗ୍, ଦକ୍ଷିଣ କୋରିଆ ଅଧିକାରୀଙ୍କ ସାଙ୍ଘାତିକ ସୂଚନା

23/08/2020 at 3:07 PM

ନୂଆଦିଲ୍ଲୀ, ୨୩।୦୮: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କିମ୍ ଏବେ କୋମାରେ ଥିବା ଓ ତାଙ୍କ ଭଉଣୀଙ୍କୁ ଶାସନ ହସ୍ତାନ୍ତର କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । ଏହି ଅଧିକାରୀଜଣଙ୍କ ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତିଙ୍କ ସହଯୋଗୀ ରହିଥିଲେ ।

ଏହି ଅଧିକାରୀଜଣଙ୍କ ହେଲେ ଚାଙ୍ଗ୍ ସନ୍ ମିନ୍ । ସେ ଦକ୍ଷିଣ କୋରିଆ ଗଣମାଧ୍ୟମରେ ଦାବି କରିଛନ୍ତି, କିମ୍ ଜଙ୍ଗ୍ ଏବେ କୋମାରେ ରହିଛନ୍ତି । କିନ୍ତୁ ସେ ଜୀବିତ ଅଛନ୍ତି । କିମ୍‌ଙ୍କ ବଦଳରେ ଏବେ କ୍ଷମତା ତାଙ୍କ ଉଭଣୀଙ୍କ ହାତରେ ନ୍ୟସ୍ତ କରାଯାଇଛି । ଯଦି କିମ୍ ଶାସନ ଗାଦିରୁ ହଟନ୍ତି ତେବେ ଦେଶରେ ବିପର୍ଯ୍ୟୟ ସୃଷ୍ଟି ହେବ ।

ଚଳିତ ବର୍ଷ କିମଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଖବର ଆସିଥିଲା । ଏପରିକି ତାଙ୍କର ଦେହାନ୍ତ ହୋଇଥିବା ମଧ୍ୟ କେହି ଦାବି କରିଥିଲେ । ଏପରିକି ତାଙ୍କର ହୃଦୟରେ ଅପରେସନ କରାଯାଇଥିଲା ।

ନିକଟରେ ମାଇ ଫେଭରେଟ୍ ଡିକ୍ଟାଟର୍ସର ଲେଖକ କ୍ରିସ୍ ମିକୁଲ୍ କହିଥିଲେ ଯେ, କିମ୍ ଏକଛତ୍ରବାଦୀ ହେଲେ ମଧ୍ୟ ଉଦାର । ସେ ବିଦେଶରେ ପଢୁଥିବା ଛାତ୍ରଙ୍କ ପାଇଁ ଅନେକ କିଛି କରିଛନ୍ତି । ଏପରିକି ଦେଶର ନାଗରିକ ମାନଙ୍କ ପାଇଁ ମଧ୍ୟ ଅନେକ କିଛି କରିଛନ୍ତି । ସେ ଅନେକ ସଫଳତା ଅର୍ଜନ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଏବେ ସେ ଆଣବିକ ଶକ୍ତି ହାସଲ କରିଛନ୍ତି । ସେ ନିଜର ଲକ୍ଷ୍ୟ ହାସଲରେ ମଧ୍ୟ ସଫଳ ବୋଲି ମିକୁଲ୍ କହିଛନ୍ତି ।

   Related Posts