କେଉଁଠି ଅଛନ୍ତି କିମ୍ ଜଙ୍ଗ୍ ? ସାମ୍ନାକୁ ଆସିଲା ସାଟେଲାଇଟ୍ ଇମେଜ୍

Published By : Prameya-News7 Bureau | April 26, 2020 IST

ଉତ୍ତର କୋରିଆ, ୨୬|୦୪:  ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଲଗାତାର ଭାବେ ବିଭିନ୍ନ ଆକଳନ କରାଯାଉଛି । ତେବେ ଏକ ସାଟେଲାଇଟ୍ ଇମେଜରେ କିମ୍ ଏକ ଟ୍ରେନରେ ଛିଡା ହୋଇଥିବା ନଜର ଆସିଛନ୍ତି । ତାଙ୍କ ଦେହାନ୍ତ ହେବା ନେଇ ଚର୍ଚ୍ଚା ମଧ୍ୟରେ ଏହି ସାଟେଲାଇଟ୍ ଇମେଜ୍ ସାମ୍ନାକୁ ଆସିଛି ।

୩୮ ନର୍ଥ ନାମକ ସଂସ୍ଥା ଶନିବାର ଏକ ରିପୋର୍ଟରେ ରହିଛି ଯେ, ଏହି ଟ୍ରେନଟି ଓ୍ୱନସନର ଲିଡରସିପ୍ ଷ୍ଟେସନରେ ଏପ୍ରିଲ ୨୧ରୁ ୨୩ ମଧ୍ୟରେ ରହିଥିଲା । ଏହି ଷ୍ଟେସନ କିମଙ୍କ ପରିବାର ପାଇଁ ରିଜର୍ଭ ରହିଥାଏ ।ତେବେ ଏହି ଟ୍ରେନରୁ କିମଙ୍କ ବିଷୟରେ ବେଶୀ କିଛି ସୂଚନା ମିଳିପାରି ନାହିଁ । ଏପରିକି ତାଙ୍କ ସ୍ୱାସ୍ଥ୍ୟାବସ୍ଥା କପରି ରହିଛି ତାହା ମଧ୍ୟ ଜଣାପଡୁନାହିଁ । ତେବେ ସେ ଦେଶର ପୂର୍ବ ଉପକୂଳରେ କୌଣସି ଏକ ସ୍ଥାନରେ ରହୁଥିବା ରିପୋର୍ଟରେ ପ୍ରକାଶ ପାଇଛି ।

{"id":260506,"width":684,"height":512,"sizeSlug":"large"}

ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା ଯେତେବେଳେ ସେ ଗତ ୧୫ ତାରିଖରେ ତାଙ୍କ ଜେଜେ ବାପାଙ୍କ ଜନ୍ମଦିନ ଉତ୍ସବରେ ଉପସ୍ଥିତ ନଥିଲେ । ତାଙ୍କୁ ଶେଷଥର ପାଇଁ ଏପ୍ରିଲ ୧୧ରେ ଏକ ବୈଠକରେ ଦେଖିବାକୁ ମିଳିଥିଲା । ତେବେ ଏଚକେଏସଟିଭିର ଉପ ନିର୍ଦ୍ଦେଶକ କୁଇଂ ଫେଙ୍କ୍ କିମ୍ ପ୍ରାଣ ହରାଇଥିବା ଏକ ଖବର ପୋଷ୍ଟ୍ କରିଥିଲେ । ଏହାପରେ ଏହି ଖବର ଚାରିଆଡେ ବ୍ୟାପିଯାଇଥିଲା ।

{"id":260507,"width":695,"height":520,"sizeSlug":"large"}

ଡେଲି ଏନକେର ରିପୋର୍ଟ ଅନୁସାରେ, କିମ୍ ଏପ୍ରିଲ ୧୨ ତାରିଖରେ ଏକ ହାର୍ଟ ଅପରେସନରୁ ସୁସ୍ଥ ହୋଇଥିଲେ । ଏହାପରେ ଅଧିକାଂଶ ଗଣମାଧ୍ୟମ କିମ୍ ଓ୍ନସନ୍ ଅଞ୍ଚଳରେ ରହୁଥିବା ଦାବି କରୁଛନ୍ତି । ଶୁକ୍ରବାର ଏକ ସ୍ଥାନୀୟ ଖବର କାଗଜରେ କିମ୍ ଟ୍ରେନରେ ଛିଡା ହୋଇଥିବା ଫଟୋ ପ୍ରକାଶିତ ହୋଇଥିଲା । ତେବେ ତାଙ୍କର ବ୍ୟକ୍ତିଗତ ବିମାନ ପିଓଙ୍ଗୟାଙ୍ଗରେ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.