Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ନିଜ ପତ୍ନୀଙ୍କୁ ଗାଏବ କରିଦେଲେ କିମ୍‌ଜୋଙ୍ଗ ? ୯ ମାସ ହେଲା ନଜର ଆସିନାହାନ୍ତି ରୀ ସୋଲ୍‌

23/10/2020 at 7:52 PM

ପୋଙ୍ଗୟାଙ୍ଗ ୨୩/୧୦:  ଏକଛତ୍ରବାଦୀ ଶାସକ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌ଜୋଙ୍ଗ ଉନ୍ ପୁଣିଥରେ ଚର୍ଚ୍ଚାରେ। ଏଥର କିନ୍ତୁ ନିଜ ଶାସନ ପାଇ ନୁହେଁ ବରଂ ନିଜ ପତ୍ନୀଙ୍କୁ ଗାଏବ କରି ଚର୍ଚ୍ଚାକୁ ଆସିଛନ୍ତି କିମ୍‌ଜୋଙ୍ଗ। କିମ୍‌ଜୋଙ୍କ ଉନ୍‌ଙ୍କ ପତ୍ନୀ ହେଉଛନ୍ତି ରୀ ସୋଲ୍‌ ଜୁ। ରୀ’ ଦୀର୍ଘ ୯ ମାସ ହେଲା ନଜର ଆସିନାହାନ୍ତି। କୌଣସି ସଭା କିମ୍ବା ସର୍ବସାଧାରଣ ସ୍ଥାନରେ ତାଙ୍କୁ ଦେଖିବାକୁ ମିଳୁନାହିଁ। କିମ୍‌ଙ୍କ ସହ ରୀ ପ୍ରାୟତଃ ବିଭିନ୍ନ ସଭା ସମିତିରେ ଯୋଗ ଦେଉଥିବା ଦେଖିବାକୁ ମିଳେ। କିନ୍ତୁ ୯ ମାସ ହେବ କାହିଁକି ରୀଙ୍କୁ ଦେଖିବାକୁ ମିଳୁନି ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ଓ୍ବେଷ୍ଟର୍ଣ୍ଣ ମିଡିଆ ରିପୋର୍ଟ ଅନୁସାରେ ରୀଙ୍କୁ ନିଜେ ତାଙ୍କ ସ୍ବାମୀ କିମ୍‌ ହିଁ ଗାଏବ କରିଛନ୍ତି।

ଏମିତି ମଧ୍ୟ ଶୁଣିବାକୁ ମିଳୁଛି ରୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ ଆଉ ତାଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଇନାହିଁ। ସେପଟେ ସାରା ବିଶ୍ବରେ ଏବେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ରୀଙ୍କୁ ନେଇ ଏଭଳି ଆଶଙ୍କା ହେବା ସ୍ବଭାବିକ। ବ୍ରିଟିସ୍‌ ଗଣମାଧ୍ୟମ ରିପୋର୍ଟ ମୁତାବକ ରୀ ଶେଷ ଥର ପାଇଁ ଚଳିତବର୍ଷ ଜାନୁଆରୀରେ ନଜର ଆସିଥିଲେ। ପୋଙ୍ଗୟାଙ୍ଗରେ ନବବର୍ଷ ପାଳନ ଅବସରରେ ନିଜ ସ୍ବାମୀଙ୍କ ସହ ରୀ ବସିଥିବାର ଫଟୋ ଭାଇରାଲ ହୋଇଥିଲା। ତେବେ ସେବେଠାରୁ ତାଙ୍କୁ ଆଉ ଦେଖିବାକୁ ମିଳିନାହିଁ।

କିନ୍ତୁ ରୀଙ୍କୁ ନେଇ ଏବେ ବିଭିନ୍ନ ପ୍ରକାର ଚର୍ଚ୍ଚା ଶୁଣିବାକୁ ମିଳୁଛି। କିମ୍‌ଙ୍କ ଝିଅ ଏବେ ପାଠପଢ଼ା ଆରମ୍ଭ କରିଥିବା ବେଳେ ରୀ ତାଙ୍କୁ ପଢ଼ାଇବାରେ ବ୍ୟସ୍ତ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି। ଏପରି ମଧ୍ୟ କୁହାଯାଉଛି ଯେ, କିମ୍‌ଙ୍କ ଖୁଡ଼ୀଙ୍କ ଦେହ ଭଲନାହିଁ। ତେଣୁ ରୀ ତାଙ୍କ ସେବାରେ ବ୍ୟସ୍ତ ଅଛନ୍ତି। ଏହାସହ ଏମିତି ମଧ୍ୟ ଖବର ପ୍ରସାରିତ ହେଉଛି ଯେ, ରୀଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ରହିଥିବାରୁ ତାଙ୍କର ଚିକିତ୍ସା ଚାଲିଛି। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

   Related Posts