କିମ୍ ଜୋଙ୍ଗ ଉନ୍‌ଙ୍କ ସ୍ବାସ୍ଥ୍ୟ ଖରାପ କି ? କମିଛି ଓଜନ, ଦେଖାଯାଉଛନ୍ତି ପତଳା, ହାତ ଘଣ୍ଟା ଢିଲା

Published By : Prameya-News7 Bureau | June 10, 2021 IST

କୋରିଆ, ୧୦।୬: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍‌ ଉନ୍ ଏଇ ସପ୍ତାହରେ ପୁଣି ଥରେ ଲୋକଙ୍କ ମଧ୍ୟରେ ନଜର ଆସିଛନ୍ତି l କିନ୍ତୁ ସବୁଥର ପରି ଏଥର ମଧ୍ୟ ତାଙ୍କୁ ନେଇ ଦେଶ ବିଦେଶରେ ଚର୍ଚ୍ଚା ଜୋର ଧରିଛି l

ପ୍ରାୟ ଏକ ମାସ ପରେ ଦୁନିଆ ସାମ୍ନାକୁ ଆସିଥିବା କିମ ଏବେ ପୂର୍ବ ଅପେକ୍ଷା ପତଳା ଦେଖା ଯାଉଛନ୍ତି l ତାଙ୍କ ଓଜନ କମିଯାଇଥିବା ଜଣାପଡୁଛି l ତାଙ୍କ ସ୍ୱାସ୍ଥ୍ୟକୁ ନେଇ କୁହାଯାଉଛି ଯେ ସେ ଲମ୍ବା ସମୟ ଧରି କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି l ଏହି କାରଣରୁ ତାଙ୍କର ଓଜନ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି l ଏଥିସହିତ ରୋଗ କାରଣରୁ ସେ ବହୁତ ସମୟ ଲୋକଙ୍କ ଠାରୁ ଦୁରେଇ ରହୁଥିବା କୁହାଯାଉଛି l
ଗଣମାଧ୍ୟମର ରିପୋର୍ଟ ମୁତାବକ, କିମଙ୍କ ପାଖ ଲୋକଙ୍କ ସୂଚନା ଅନୁସାରେ ସେ ତାଙ୍କର ଓଜନ କମ କରିଦେଇଛନ୍ତି l

ଗତ ବର୍ଷ ନଭେମ୍ବର - ଡିସେମ୍ବର ମାସର ତାଙ୍କ ଫୋଟୋ ସହ ଯଦି ଚଳିତ ବର୍ଷ ମେ-ଜୁନ ମାସ ଫୋଟୋ ତୁଳନା କରାଯାଏ ତେବେ ସେ ଧୀରେ ଧୀରେ ପତଳା ହୋଇ ଯାଉଥିବା ନଜର ଆସୁଛନ୍ତି l କିମଙ୍କ ଫୋଟୋକୁ ତର୍ଜମା କରିଥିବା ବ୍ୟକ୍ତି କହିଛନ୍ତି ଯେ ତାଙ୍କର ସ୍ବିସ ଘଣ୍ଟା ଯାହାକି ସେ ହାତରେ ପିନ୍ଧନ୍ତି ତାହା ଏବେ ଢିଲା ହେଉଛି l ଏଥିରୁ ଜଣାପଡୁଛି ଯେ ସେ ପୂର୍ବ ଅପେକ୍ଷା ଏବେ ପତଳା ହେଇ ଯାଉଛନ୍ତି l କୁହାଯାଉଛି ଯେ ଯଦି ସେ ନିଜ ଓଜନ ନିଜେ କମ କରୁଛନ୍ତି ତେବେ ଠିକ ଅଛି l କିନ୍ତୁ ରୋଗ କାରଣରୁ ଏହା ହେଉଥିଲେ ତାହା ତାଙ୍କ ପ୍ରତି ବିପଦ ହୋଇପାରେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.