Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତ କିମ୍‌ ଜୋଙ୍ଗଙ୍କ ପାର୍ଟି: ନଜରରେ ଆମେରିକା ନିର୍ବାଚନ, ସିଧାପ୍ରସାରଣ ଉପରେ ରୋକ୍‌

10/10/2020 at 3:36 PM

ନୂଆଦିଲ୍ଲୀ ୧୦/୧୦: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ୍ ନିଜର ଜୀବନଶୈଳୀ ପାଇଁ ସାରା ବିଶ୍ବରେ ପରିଚିତ। ଏପରିକି ନିଜର ହିଂସ୍ର ବ୍ୟବହାର ପାଇଁ ମଧ୍ୟ କିମ୍‌ଙ୍କୁ ଜଣାଯାଏ। କିମ୍‌ ଜୋନ୍‌ଙ୍କ ଶାସନରେ ଦେଶବାସୀ ଅସ୍ତବ୍ୟସ୍ତ ହୋଇପଡ଼ୁଥିବା ବେଳେ କିମ୍‌ କିନ୍ତୁ ନିଜର ପତିଆରା ବଜାୟ ରଖିବାକୁ ସବୁ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି।

ଉତ୍ତର କୋରିଆରେ ଶାସନ କରୁଥିବା କିମ୍‌ଙ୍କ ପାର୍ଟି ଆର୍ଥିକ ସଙ୍କଟ ସତ୍ବେ ୭୫ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ରାଜଧାନୀ ପୋଙ୍ଗୟାଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସୈନ୍ୟ ପରେଡ୍‌ରେ ନିଜେ କିମ୍‌ ଜୋଙ୍ଗ ଉପସ୍ଥିତ ରହିପାରନ୍ତି ବୋଲି ସୂଚନା ମିଳିଛି। ପରେଡ୍‌ ସମୟରେ ଉତ୍ତର କୋରିଆ ନିଜର ନୂତନ ତଥା ଆଧୁନିକ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରିପାରେ।

ତେବେ ପୋଙ୍ଗୟାଙ୍ଗର କିଙ୍ଗ ଉଲ୍‌ ସୁଙ୍ଗ ଛକରେ ଆୟୋଜିତ ହେବାକୁ ଥିବା ପାର୍ଟିର ପ୍ରତିଷ୍ଠା ଦିବସର ସମସ୍ତ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ ନାହିଁ। କିନ୍ତୁ ୨୦୧୭ର ସୈନ୍ୟ ପରେଡ୍ ସିଧାପ୍ରସାରଣ ହୋଇଥିବା ବେଳେ ୨୦୧୮ର ଦୁଇଟି ପରେଡ୍ ରେକର୍ଡ କରି ପରବର୍ତ୍ତୀ ସମୟରେ ପ୍ରସାରଣ କରାଯାଇଥିଲା। ଦକ୍ଷିଣ କୋରିଆର କିଛି ବିଶ୍ଳେଷକଙ୍କ ମତରେ ୭୫ ତମ ପ୍ରତିଷ୍ଠା ଦିବସରେ ଉତ୍ତର କୋରିଆ ନୂତନ ବାଲିଷ୍ଟିକ୍‌ ମିସାଇଲ୍‌ ଓ ବିଭିନ୍ନ ପରାମାଣୁ ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରିପାରେ।

ନଭେମ୍ବର ମାସରେ ଆମେରିକାରେ ନିର୍ବାଚନ ହେବାକୁ ଯାଉଛି। ଉତ୍ତର କୋରିଆ ନିଜର ଶକ୍ତି ପ୍ରଦର୍ଶନ କରି ଆମେରିକାର କୌଣସି ପ୍ରକାର ହରକତ୍‌ରୁ ବଞ୍ଚିବାକୁ ଚେଷ୍ଟା କରିପାରେ। କାରଣ ଆମେରିକାରେ ସରକାର ପରିବର୍ତ୍ତନ ହେଲେ ସିଓଲ୍‌ ସହ ସମ୍ପର୍କରେ ସୁଧାର ପାଇଁ ଆମେରିକା ବିଚାର କରିପାରେ ବୋଲି ବିଶ୍ଳେଷକ ମତ ଦେଇଛନ୍ତି।

   Related Posts