Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଉତ୍ତରକୋରିଆ ଶାସକ କିମ୍‌ଙ୍କ ଆଦେଶ, ଦେଶରେ ବଞ୍ଚିବାକୁ ଚାହୁଁଛ ତ କମ୍ ଖାଅ…

28/10/2021 at 12:19 PM

ନୂଆଦିଲ୍ଲୀ ୨୮।୧୦: ଉତ୍ତର କୋରିଆରେ ଏବେ ଦେଖାଦେଇଛି ଖାଦ୍ୟ ସଙ୍କଟ । ଯାହାକି ଦିନକୁ ଦିନକୁ ଭୟଙ୍କର ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତରକୋରିଆର ତାନାଶାହା ଶାସକ କିମ-ଜଙ୍ଗ-ଉନ୍‌ ଦେଇଛନ୍ତି କଡ଼ା ନିର୍ଦ୍ଦେଶ । ଦେଶରେ ବଞ୍ଚିବାକୁ ହେଲେ କମ୍‌ ଖାଇବାକୁ ପଡିବ ବୋଲି କିମ ଜଙ୍ଗ ଉନ୍‌ କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  ୨୦୨୫ ପର୍ଯ୍ୟନ୍ତ ଦେଶରେ ଏପରି ଖାଦ୍ୟ ସଙ୍କଟ ଦେଖାଦେବ । ତେଣୁ ଦେଶରେ ଯିଏ ବଞ୍ଚିବାକୁ ଅଛି, ତାକୁ କମ୍‌ ଖାଇବାକୁ ପଡିବ । ଦେଶରେ ଗତ କିଛି ଦିନ ହେଲା ଏପରି ଖାଦ୍ୟ ସଙ୍କଟ ଦେଖାଦେଇଛି ।  ଏଠାରେ ରହୁଥିବା ଲୋକଙ୍କ ପାଇଁ ଆବଶ୍ୟକ ଅନୁସାରେ କମ୍‌ ଖାଦ୍ୟ-ପାଣିର ଯୋଗାଣ ହେଉଛି । ଏପିରିକି ଖାଦ୍ୟ ଓ ପାଣିର ଦାମ୍‌ ମଧ୍ୟ ଆବଶ୍ୟକ ଠାରୁ ଢେର୍‌ ଅଧିକ ରହିଛି । ଏଥିପାଇଁ ଖାଦ୍ୟ ଆମଦାନୀକୁ ଦାୟୀ କରିଛନ୍ତି କିମ୍‌ । ଦେଶରେ ଖାଦ୍ୟ ଉତ୍ପାଦନ ଆପୃତି ଯୋଜନା ବିଫଳ ରହିଛି ।

ସେହିପରି ଉତ୍ତର କୋରିଆରେ ଲାଗିଥିବା ପ୍ରତିବନ୍ଧ, କରୋନା ମହାମାରୀ, ଗତବର୍ଷର ଝଡ଼ ତୋଫାନ ଲାଗି ଦେଶରେ ଖାଦ୍ୟ ସାମଗ୍ରୀ ଉପରେ ପ୍ରଭାବ ପକାଇଛି । କିମ୍‌ ଜଙ୍ଗ ଉନ୍‌ କିଛି ଦିନ ତଳେ ପ୍ରବଳ ବର୍ଷା ଲାଗି ପ୍ରଭାବିତ ହୋଇଥିବା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ସେନାକୁ ନିୟୋଜିତ କରିଛନ୍ତି ।  ଦେଶ ଏବେ ଖରାପ ସ୍ଥିତି ଦେଇ ଗତି କରୁଛି । ପଡୋଶୀ ଦେଶ ସହିତ ହୋଇଥିବା ଏକ ବୈଠକରେ ୨୦୨୫ ଯାଏଁ ଏଭଳି ଖାଦ୍ୟର ସ୍ଥିତି ଲାଗି ରହିବ ବୋଲି କିମ୍‌ କହିଛନ୍ତି ।

ସୂଚନାଯୋଗ୍ୟ ଯେ,  ଉତ୍ତରକୋରିଆରେ ଦେଖା ଦେଉଥିବା ଏବେକାର ସଙ୍କକୁ ୧୯୯୦ରେ ଦେଶ ସାମ୍ନା କରିଥିବା ପ୍ରାକୃତିକ ଦୁର୍ବିପାକ ସହିତ ଯୋଡାଯାଉଛି । ସୋଭିୟତ ସଂଘର ପତନ ପରେ ଏଭଳି ପ୍ରାକୃତିକ ବିପଦ ଦେଖାଦେଇଥିଲା । ଉତ୍ତରକୋରିଆରେ ଖାଦ୍ୟ ଅଭାବରୁ ସେହି ସମୟରେ ପ୍ରାୟ ୩୦ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା ।  

   Related Posts