ବାଇଡେନ ପ୍ରଶାସନର ପରୀକ୍ଷା ନେବାକୁ ଷଡଯନ୍ତ୍ର ରଚୁଛନ୍ତି କିମ୍ ଜୋଙ୍ଗ ଉନ ! ଶପଥ ପୂର୍ବରୁ ବଡ ଧରଣର ମିସାଇଲ ପରୀକ୍ଷଣ କରିପାରେ ଉତ୍ତର କୋରିଆ

Published By : Prameya-News7 Bureau | November 16, 2020 IST

ନୂଆଦିଲ୍ଲୀ ୧୬।୧୧: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ପ୍ରାୟ ଏକ ମାସ ଜନତା ନଜରରୁ ଦୂରେଇ ରହିବାରୁ ଏମିତି ଆଶଙ୍କା ପ୍ରକାଶ ପାଇଛି ଯେ, ଆମେରିକା ନିର୍ବାଚନରେ ବିଜୟ ପରେ  ବାଇଡେନଙ୍କ ରଣନୀତି ଏବଂ ଆଭିମୁଖ୍ୟର ପରୀକ୍ଷା ନେବା ପାଇଁ ଏକ ଭୟଙ୍କର ଷଡଯନ୍ତ୍ର ରଚୁଛନ୍ତି।

ବିଶେଷଜ୍ଞଙ୍କ ଅନୁଯାୟୀ ଉତ୍ତର କୋରିଆ ଜାନୁଆରୀ ୨୦ରେ ଆମେରିକା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପୂର୍ବରୁ ଏକ ମିସାଇଲ ପରୀକ୍ଷଣ କରି ପାରେ। ମିସାଇଲ ପରୀକ୍ଷଣ କରିବାରେ ଉତ୍ତର କୋରିଆର ଇତିହାସ ରହିଛି। ଏକ ନୂତନ ରଣନୈତିକ ଅସ୍ତ୍ର ରଖାଯିବା କିମ୍‌ଙ୍କ ପ୍ରତିଶ୍ରୁତି ପରେ ଚଳିତ ବର୍ଷ ପ୍ରାରମ୍ଭରେ ଉତ୍ତର କୋରିଆ ସ୍ଵଳ୍ପଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା।

{"id":362885,"sizeSlug":"large"}

ବାଇଡେନ  ରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କରିବାକୁ ଯାଉଛନ୍ତି। ପୂର୍ବ ବିଦେଶ ଅଧିକାରୀ, ବୈଦେଶିକ ବ୍ୟାପାର ସମ୍ବନ୍ଧିତ ପରିଷଦର ସଦସ୍ୟ କହିଛନ୍ତି ଯେ, ପ୍ୟୋଙ୍ଗୟାଙ୍ଗ ବାଇଡେନଙ୍କ ନୂତନ ପ୍ରଶାସନ ସାମ୍ନାରେ ନିଜର ଛାପ ଛାଡିବାକୁ ପ୍ରସ୍ତୁତି କରୁଥାଇ ପାରନ୍ତି।

ଏହା ସମ୍ଭବ ଯେ, ପ୍ୟୋଙ୍ଗୟାଙ୍ଗ ନୂତନ ରାଷ୍ଟ୍ରପତିଙ୍କ ସହିତ ଏବଂ ଓ୍ଵାଶିଂଟନ ସହିତ ନିଜର ଆଲୋଚନା କରିବା ପୂର୍ବରୁ ଶୀଘ୍ର କିମ୍ବା ଏହା ପୂର୍ବରୁ ଆଣବିକ ସଂପନ୍ନ ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ କରିପାରେ। ବାଇଡେନଙ୍କ ଗୋଷ୍ଠୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଫଳତା ଦୃଷ୍ଟିକୋଣ ପ୍ରତି ସଚେତନ ରହିବେ। କାରଣ ଉତ୍ତର କୋରିଆ ଗୋଟିଏ ପରେ ଗୋଟିଏ ମିସାଇଲ ପରୀକ୍ଷଣ କରି ଚାଲିଥିବା ବେଳେ ଟ୍ରମ୍ପ ପ୍ରଶାସନ ଆଖି ବୁଜି ବସିଥିବା ବାଇଡେନ ଗୋଷ୍ଠୀ ଅନୁଭବ କରିଛନ୍ତି।  

{"id":362886,"sizeSlug":"large"}

ବାଇଡେନ ପ୍ରଶାସନ ପ୍ୟୋଙ୍ଗୟାଙ୍ଗ ପ୍ରତି କେମିତି ଆଭିମୁଖ୍ୟ ରଖୁଛି ତାହା ଜାଣିବାକୁ କିମ ଜୋଙ୍ଗ ଉନ ଯୋଜନା ପ୍ରସ୍ତୁତ କରୁଥିବା କୁହାଯାଉଛି। ୨୦୧୭ରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା ମାତ୍ରେ କିମ ଟ୍ରମ୍ପ ପ୍ରଶାସନକୁ ଉତ୍ତେଜିତ କରିଥିଲା। ଉତ୍ତର କୋରିଆର ତାନାଶାହା କହିଥିଲେ ଯେ, ପୂରା ଆମେରିକାର ଭୂଭାଗ ପ୍ୟୋଙ୍ଗୟାଙ୍ଗ କ୍ଷେପଣାସ୍ତ୍ରର ପରିଧିରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.