କିମ୍ ଜୋଙ୍ଗ୍ ଅସଲି ନା ନକଲି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା : ଉଭୟଙ୍କ ମଧ୍ୟରେ ରହିଛି ଅନେକ ପାର୍ଥକ୍ୟ

Published By : Prameya-News7 Bureau | May 08, 2020 IST

ପିୟୋଙ୍ଗୟାଙ୍ଗ ୦୮/୦୫ : ଉତ୍ତର କୋରିଆ ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଗତ କିଛି ଦିନ ହେଲା ପାଖାପାଖି ୨୧ ଦିନ ଯାଏଁ ଗାୟବ ଥିଲେ | ତାଙ୍କ ଗାୟବ ହେବାକୁ ନେଇ ନାନା ଗୁଜବ ସୃଷ୍ଟି ହୋଇଥିଲା | ସେ ଅସୁସ୍ଥ ଥିବା ନେଇ ମଧ୍ୟ ଗୁଜବ ସୃଷ୍ଟି ହୋଇଥିଲା | ଆଉ କିଛି ସୂତ୍ରରୁ ଜଣାପଡିଛି ଯେ, ନିଜ ଚାରିପାଖେ ଥିବା ଗଦ୍ଦାରଙ୍କ ବିଷୟରେ ପତା କରିବାକୁ ସେ କିଛି ପାଇଁ ଦିନ ଗାୟବ ହୋଇଯାଇଥିଲେ | କିନ୍ତୁ ମେ ୧ ତାରିଖରେ ଏକ ସାର କାରଖାନା ଉଦଘାଟନ କରୁଥିବା ଫଟୋ ସାମ୍ନାକୁ ଆସିଥିଲା | କିମ ଦୁନିଆ ସାମ୍ନାକୁ ଆସିବା ପରେ ସମସ୍ତଙ୍କ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପଡିଥିଲା | କିନ୍ତୁ ପୁଣିଥରେ କିମଙ୍କୁ ନେଇ ନାନା ଯୁକ୍ତି ଆରମ୍ଭ ହୋଇଛି |

ଦୁନିଆ ସାମ୍ନାକୁ ଆସିଥିବା ବ୍ୟକ୍ତି କିମ ନୁହନ୍ତି ବରଂ ଭଳି ଦେଖାଯାଉଥିବା ଆଉ ଜଣେ ବ୍ୟକ୍ତି ଅର୍ଥାତ ତାଙ୍କର ଡୁପ୍ଲିକେଟ | ତେବେ ଏହି ଦାବି କେତେ ସତ କେତେ ମିଛ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | ବ୍ରିଟେନର ପୂର୍ବତନ ସାଂସଦ ଲୁଇସ ମେନ୍ସ ଦାବି କରିଛନ୍ତି ଯେ, ଗାୟବ ହେବାପରେ ପୁଣିଥରେ ଦୁନିଆ ସାମ୍ନାକୁ ଆସିଥିବା ବ୍ୟକ୍ତି କିମ ନୁହନ୍ତି | କେବଳ ଏତିକି ନୁହେଁ ଲୁଇସ ଟ୍ୱିଟରରେ ପ୍ରମାଣ ମଧ୍ୟ ଦେଇଛନ୍ତି | ଲୁଇସ କିମଙ୍କ ଦାନ୍ତ, ହାତରେ ଥିବା ଚିହ୍ନ, କାନର ଆକୃତିରେ ପାର୍ଥକ୍ୟ ଦର୍ଶାଇଛନ୍ତି |

{"id":266718,"sizeSlug":"large"}

ଲୁଇସ କହିଛନ୍ତି, ଯଦି ଆପଣ କୋରିଆନ ପ୍ରୋପାଗଣ୍ଡା ଦ୍ୱାରା ଜାରି କରାଯାଇଥିବା ଫଟୋ ଦେଖିବେ ତାହେଲେ ଜାଣିପାରିବେ କିମ ଜୋଙ୍ଗଙ୍କ ଦାନ୍ତରେ ଅନ୍ତର ରହିଛି | ଗୋଟିଏ ଫଟୋରେ ତାଙ୍କ ସିଧା ଥିବାବେଳେ ଅନ୍ୟଟିରେ ବଙ୍କା ଅଛି | ଏହାସହ ଥୋଡି ମଧ୍ୟ ପୁରା ଗୋଲ ନାହିଁ | କିମଙ୍କ ହାତରେ ଥିବା ଚିହ୍ନକୁ ନେଇ ଅଧିକ ଚର୍ଚ୍ଚା ହେଉଛି | ଏହି ଚିହ୍ନ କିମଙ୍କ ହାର୍ଟ ଅପରେସନ ବୋଲି କୁହାଯାଏ | ତେବେ କିଛି ଲୋକଙ୍କ କହିବାନୁଯାୟୀ ଅସଲି କିମ ଜୋଙ୍ଗଙ୍କ ହାତରେ ଏହିଭଳି କୌଣସି ଚିହ୍ନ ନାହିଁ |

{"id":266719,"sizeSlug":"large"}

ତେବେ କୌଣସି ଏକଛତ୍ରବାସ ଶାସକ ନିଜ ଭଳି ଦେଖାଯାଉଥିବା ଜଣେ ନକଲି ବ୍ୟକ୍ତିଙ୍କୁ ଦୁନିଆ ସାମ୍ନାକୁ ଆଣିବା ଘଟଣା ପ୍ରଥମ ନୁହେଁ | ଇତିହାସରେ ଏମିତି ଅନେକ ଘଟଣା ରହିଛି | ହିଟଲର, ଷ୍ଟାଲିନ ଓ ସଦ୍ଦାମ ହୁସେନ ଭଳି ଏକଛତ୍ରବାଦ ଶାସକ ନିଜ ସୁରକ୍ଷା ପାଇଁ ନିଜର ନକଲି ଚେହେରାକୁ ବ୍ୟବହାର କରୁଥିଲେ | ବର୍ତ୍ତମାନ କିମ ଜୋଙ୍ଗ ଉନଙ୍କ ଭଉଣୀଙ୍କ ସମ୍ପର୍କରେ ମଧ୍ୟ ଏହିଭଳି ଏକ ଅବି କରାଯାଇଛି | ତାଙ୍କର ମଧ୍ୟ ପୁରୁଣା ଫଟୋ ସହ ନୂଆ ଫଟୋକୁ ତୁଳନା କରି ଦାବି କରାଯାଉଛି ଯେ ପିୟୋଙ୍ଗୟାଙ୍ଗ ସମାରୋହରେ ତାଙ୍କର ଜଣେ ଡୁପ୍ଲିକେଟକୁ ବସାଇ ଦିଆଯାଇଥିଲା | ସମାରୋହରେ ଯିଏ ଉପସ୍ଥିତ ଥିଲେ ସେ କିମଙ୍କ ଅସଲି ଭଉଣୀ ନୁହନ୍ତି | ତେବେ ଏହିସବୁ ଦାବି କେତେ ସତ କେତେ ମିଛ ତାହା କହିବା ମୁସ୍କିଲ |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.