ସେଲୁନକୁ ଯାଇ କିମ୍ ଜୋଙ୍ଗଙ୍କ ଭଳି ହେୟାର ଷ୍ଟାଇଲ କରିବାକୁ କହିଲେ ଯୁବକ, ତାପରେ ହେଲା କିଛି ଏମିତି...

Published By : Prameya-News7 Bureau | September 13, 2021 IST

ନୂଆଦିଲ୍ଲୀ ୧୩/୦୯ : ଉତ୍ତର କୋରିଆ ତାନାଶାହ କିମ୍ ଜୋଙ୍ଗ୍ ଉନଙ୍କ ପ୍ରଶଂସକ ମଧ୍ୟ ଅଛି। କିମ୍ ଜୋଙ୍ଗ୍ ନିଜ କ୍ରୁର ଓ ଏକଛତ୍ରବାଦୀ ନିଷ୍ପତ୍ତି ଯୋଗୁଁ ସାରା ବିଶ୍ୱରେ ସମାଲୋଚନାର ସମ୍ମୁଖୀନ ହୋଇଥାନ୍ତି। କିନ୍ତୁ ତାଙ୍କ ଫଲୋୟର୍ସଙ୍କ ପାଇଁ ସେ ଚର୍ଚ୍ଚାରେ ମଧ୍ୟ ରୁହନ୍ତି। ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବକ ସେଲୁନକୁ ଯାଇ ହେୟାର ଷ୍ଟାଇଲିଷ୍ଟଙ୍କୁ କିମ ଜୋଙ୍ଗଙ୍କ ଭଳି ଚୁଟି କାଟିଦେବାକୁ କହିଛନ୍ତି। ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ତେବେ ଭିଡିଓ କେଉଁ ଜାଗାର ତାହା କୁହାଯାଇନି।

ସୋସିଆଲ ମିଡ଼ିଆର ଭିଡିଓ ସେୟାରିଂ ଆପ୍ ରେଡ଼ିଟରେ ଏହି ଭିଡିଓକୁ ସେୟାର କରାଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ଚୁଟି କାଟିବାକୁ ସେଲୁନକୁ ଯାଇଛନ୍ତି। ସେ କୌଣସି ଷ୍ଟାଇଲିସ ହେୟାର କଟ ଚାହୁଁ ନାହାନ୍ତି ବରଂ କିମ ଜୋଙ୍ଗଙ୍କ ଭଳି କରିବାକୁ ଚାହୁଁଛନ୍ତି। ଷ୍ଟାଇଲିଷ୍ଟ ମଧ୍ୟ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରି ନିଜ କାମରେ ଲାଗିପଡ଼ିଲେ।

{"id":510807,"width":682,"height":384,"sizeSlug":"full","linkDestination":"none"}

ଚୁଟି କାଟିବା ପରେ ଦୁହେଁ ଯୁବକଙ୍କ ଲୁକ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଯୁବକଙ୍କ ଚୁଟି ଷ୍ଟାଇଲ ପୁରା କିମ ଜୋଙ୍ଗଙ୍କ ଭଳି ଦେଖାଯାଉଥିଲା। ଭିଡିଓ ଖୁବ ଭାଇରାଲ ହେଉଛି।

ସୂଚନା ଅନୁଯାୟୀ, ଉତ୍ତର କୋରିଆ ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଗତ କିଛି ଦିନ ହେଲା ନିଜର ନୂଆ ଲୁକକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ନିଜ ଓଜନ ହ୍ରାସ କରିଛନ୍ତି। ଯଦି ହେୟାର ଷ୍ଟାଇଲ କଥା ଦେଖାଯାଏ ତାହେଲେ ଉତ୍ତର କୋରିଆ ଯୁବକ କେବଳ ସେହି ହେୟାର ଷ୍ଟାଇଲ ହିଁ କରିପାରିବେ ଯାହା ସରକାର ଧାର୍ଯ୍ୟ କରିଛନ୍ତି। ଏଠାକାର ଯୁବକଙ୍କୁ ଫଙ୍କି ହେୟାର ଷ୍ଟାଇଲ ଓ ରିପ୍ଡ ଜିନ୍ସ ପିନ୍ଧିବାକୁ ଅନୁମତି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.