Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ଅତ୍ୟନ୍ତ କ୍ରୁର ମୃତ୍ୟୁଦଣ୍ଡ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ନିଜ ପିଉସାଙ୍କୁ ଛାଡି ଦେଇଥିଲେ ଭୋକିଲା କୁକୁରମାନଙ୍କ ସାମ୍ନାରେ

23/04/2020 at 11:37 AM

ପ୍ୟୋଙ୍ଗୟାଙ୍ଗ ୨୩/୦୪ : ଉତ୍ତର କୋରିଆରେ ରହିବା ପାଇଁ କିଛି ମହତ୍ଵପୂର୍ଣ୍ଣ ସର୍ତ୍ତ ରହିଛି ଯାହା ପାଳନ କରିବା ବାଧ୍ୟତାମୂଳକ | ସରକାରଙ୍କ ପ୍ରତି ବିଶ୍ଵସ୍ଥ ରହିବା ଓ କୌଣସି କଥାର ବିରୋଧ ନ କରିବା ହେଲା ସବୁଠାରୁ ବଡ ସର୍ତ୍ତ | ଏହି ଦୁଇଟି ସର୍ତ୍ତ ନ ମାନିଲେ ମୃତ୍ୟୁ ଦଣ୍ଡ ସୁନିଶ୍ଚିତ | ତେବେ ଏହି ଦୁଇଟି ଡ଼ସନ୍ଦ ଅନ୍ୟ ଦେଶମାନଙ୍କରେ ଦିଆଯାଉଥିବା ମୃତ୍ୟୁ ଦଣ୍ଡ ଠାରୁ ସମ୍ପୂର୍ଣ୍ଣ ଭିନ୍ନ | ଚୀନର ମିଡ଼ିଆ ରିପୋର୍ଟ ଅନୁଯାୟୀ, କିମ ଜୋଙ୍ଗ ଦେଶଦ୍ରୋହ ମାମଲାରେ ନିଜ ପିଉସାଙ୍କୁ ଉଲଗ୍ନ କରି କୁକୁରମାନଙ୍କ ପାଖରେ ଛାଡି ଦେଇଥିଲେ | କୁକୁରମାନେ ତାଙ୍କୁ କାମୁଡି ଖାଇ ଦେଇଥିଲେ |

ଏକ ରିପୋର୍ଟ ଅନୁଯାୟୀ, ପାଖାପାଖି ୬ ବର୍ଷ ପୂର୍ବରୁ ଏକ ଖବର ହଇଚଇ ସୃଷ୍ଟି କରିଥିଲା | ଚୀନର ଏକ ଖବରକାଗଜ ଦାବି କରିଥିଲା ଯେ କିମ ଜୋଙ୍ଗ ନିଜ ପିଉସାଙ୍କୁ ଅତି କ୍ରୁର ଭାବେ ହତ୍ୟା କରିଛନ୍ତି | ଉତ୍ତର କୋରିଆ ସରକାର କିମ୍ବା ତାଙ୍କ ମିଡ଼ିଆ ଏଥିରେ କୌଣସି ପ୍ରତିକ୍ରିୟା ରଖିନଥିଲେ | ଖବର ଅନୁଯାୟୀ କିମ ଜୋଙ୍ଗ ନିଜ ପିଉସାଙ୍କୁ ଉଲଗ୍ନ କରି ଜଙ୍ଗଲୀ କୁକୁରଙ୍କ ଏନକ୍ଲୋଜରରେ ଛାଡି ଦେଇଥିଲେ | ଏହି କୁକୁରମାନେ ୩ ଦିନରୁ ଭୋକିଲା ଥିଲେ | ଏହି ଘଟଣା ୨୦୧୩ ମସିହା ଡିସେମ୍ବର ୧୨ ତାରିଖରେ ଘଟିଥିଲା | କିମ ଜୋଙ୍ଗଙ୍କ ପିଉସା Jang Song-thaek ଙ୍କ ଉପରେ ଦେଶଦ୍ରୋହ ଏବଂ ଭ୍ରଷ୍ଟାଚାର ଅଭିଯୋଗ ହୋଇଥିଲା | ତେବେ ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିଲା |

 

କିମ ଜୋଙ୍ଗ Jang Song-thaek ଙ୍କୁ ୧୨୦ ଟି ଜଙ୍ଗଲୀ କୁକୁରଙ୍କ ଭିତରେ ଛାଡି ଦେଇଥିଲା | କୁକୁରମାନେ ପାଖାପାଖି ଘଣ୍ଟେ ଯାଏଁ ତାଙ୍କୁ କାମୁଡି ଛିଣ୍ଡାଇ ଖାଇଥିଲେ | ଏହି ସମସ୍ତ ଘଟଣାକୁ କିମ ଏନକ୍ଲୋଜର ବାହାରେ ଛିଡା ହୋଇ ଦେଖୁଥିଲେ | ତାଙ୍କ ସହ ୩୦୦ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ଥିଲେ | ଏହାପରେ ନୂଆ ବର୍ଷରେ ଦେଶବାସୀଙ୍କୁ ନିଜ ସମ୍ବୋଧନରେ କିମ କହିଥିଲେ ଯେ ସେ ଦେଶର ମଇଳା ଭ୍ରଷ୍ଟାଚାର ଦଳକୁ ଶେଷ କରିଦେଇଛନ୍ତି |

୨୦୧୧ ମସିହାରେ ପିତାଙ୍କ ମୃତ୍ୟୁ ପରେ କିମ ରାଜନୀତିରେ ପ୍ରବେଶ କରିଥିଲେ | ସେତେବେଳେ ତାଙ୍କର ବିଶେଷ ରାଜନୈତିକ ଜ୍ଞାନ ନଥିଲା | ସେଥିପାଇଁ ତାଙ୍କ ପିଉସା ଅନଅଫିସିଆଲ ଭାବେ କିମଙ୍କୁ ଶାସନ କରିବାରେ ସାହାଯ୍ୟ କରିଥିଲେ | କିନ୍ତୁ ଅଳ୍ପ ସମୟ ପରେ କିମଙ୍କୁ ନିଜ ପିଉସାଙ୍କ ଠାରୁ ବିପଦ ଥିବା ଅନୁଭବ କରିଥିଲେ | ଯେଉଁଥିପାଇଁ ସେ ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ |

ଉତ୍ତର କୋରିଆରେ ଏହିଭଳି ଦଣ୍ଡ ସାଧାରଣ କଥା | ଏହିଭଳି ଦଣ୍ଡକୁ ସ୍ଥାନୀୟ ଭାଷାରେ “quan jue” କୁହନ୍ତି | ଅର୍ଥାତ କୁକୁରଙ୍କ ଦ୍ୱାରା ମୃତ୍ୟୁ ଦଣ୍ଡ | ସବୁଠାରୁ ଖରାପ କାମ କରୁଥିବା ଲୋକଙ୍କୁ ଏହିଭଳି ଦଣ୍ଡ ଦିଆଯାଇଥାଏ | ଜଙ୍ଗଲୀ ପଶୁଙ୍କ ଜରିଆରେ ଦଣ୍ଡ ଦେବରଏହିଭଳି କ୍ରୁର ତରିକା ସମ୍ପର୍କରେ ଇତିହାସରେ ମଧ୍ୟ ଅନେକ ଘଟଣା ରହିଛି | ଭାରତ ମଧ୍ୟ ପଛରେ ନାହିଁ | ମଧ୍ୟକାଳରୁ ଆରମ୍ଭ କରି ଉନବିଂଶ ଶତାବ୍ଦୀର ମଧ୍ୟ ଭାଗ ପର୍ଯ୍ୟନ୍ତ ରାଜା ମହାରାଜା ଦୋଷୀଙ୍କ ମୁଣ୍ଡକୁ ହାତୀ ଗୋଡ ତଳେ ରଖିଦେଉଥିଲେ | ଏହି ଦଣ୍ଡବିଧାନକୁ Gunga Rao କୁହାଯାଉଥିଲା | ଏହିଭଳି ଦଣ୍ଡବିଧାନକୁ ନିଜ ଆଖିରେ ଦେଖିଥିବା ମୋରକ୍କନ ଟ୍ରାଭେଲର Ibn Battuta କହିଛନ୍ତି ଯେ ଏଥିପାଇଁ ହାତୀମାନଙ୍କୁ ଅଲଗା ପ୍ରଶିକ୍ଷଣ ଦିଆଯାଇଥିଲା ଯେ କିଭଳି ସେମାନେ ମଣିଷ ମୁଣ୍ଡକୁ ଦଳି ଚକଟି ମାରିବେ | ଏହାପରେ ହାତୀମାନେ ସେହି ମଣିଷ ଶରୀରକୁ ମଧ୍ୟ ଦଳି ଚକଟି ଦେଉଥିଲେ | ଅପରାଧୀର ମୃତ୍ୟୁ ପରେ ତା ଶବକୁ କୁକୁରଙ୍କୁ ଖାଇବାକୁ ଦିଆଯାଉଥିଲା |

ଭାରତ ଛଡା ଚୀନ, ଶ୍ରୀଲଙ୍କା ଏବଂ ଭିଏତନାମରେ ମଧ୍ୟ ହାତୀ ଜରିଆରେ ମୃତ୍ୟୁ ଦଣ୍ଡ ଦିଆଯାଉଥିଲା | କିନ୍ତୁ ଧୀରେ ଧୀରେ ପରସ୍ପର ସହ ବ୍ୟବସାୟିକ ସମ୍ପର୍କ ସୁଦୃଢ ହେବା ପରେ ଏହିଭଳି ଦଣ୍ଡବିଧାନ ପ୍ରକ୍ରିୟା ଶେଷ ହୋଇଥିଲା | ଏହାପରେ ମୃତ୍ୟୁ ଦଣ୍ଡ ପାଇଁ ଫାସୀ କିମ୍ବା ଗଳା କାଟି ମୃତ୍ୟୁ ଦଣ୍ଡ ପ୍ରଚଳନ ହେଲା | 

ରୋମାନ ସାମ୍ରାଜ୍ୟରେ ମଧ୍ୟ ଜଙ୍ଗଲୀ ପଶୁଙ୍କ ଜରିଆରେ ଅପରାଧୀକୁ ମୃତ୍ୟୁ ଦଣ୍ଡ ଦିଆଯାଉଥିଲା | ଏହି ଦଣ୍ଡବିଧାନରେ ସାଧାରଣତଃ ଭୋକିଲା ବାଘ କିମ୍ବା ଭୋକିଲା ଜଙ୍ଗଲୀ କୁକୁରଙ୍କୁ ବ୍ୟବହାର କରାଯାଉଥିଲା | ଅପରାଧୀଙ୍କୁ ଉଚ୍ଚ ଏନକ୍ଲୋଜରରେ ରଖ ଯାଉଥିଲା | ଯେଉଁଠାରେ ସିଂହ କିମ୍ବା କୁକୁରମାନଙ୍କୁ ଏକ ସଂକୀର୍ଣ୍ଣ ରାସ୍ତା ଦ୍ୱାରା ପଠାଯାଇଥିଲା | ତେବେ କିଛି ଦିନରୁ ଭୋକିଲା ଥିବା ଜଙ୍ଗଲୀ ପଶୁଙ୍କୁ ହିଁ ବ୍ୟବହାର କରାଯାଉଥିଲା ଯେପରି ଶିକାର ପାଇଁ ଅଧିକ ସମୟ ନ ଲାଗେ | ଏନକ୍ଲୋଜର ଚାରିପଟେ ଜନତା ବସିଥାନ୍ତି | ଏହା ସେମାନଙ୍କ ପାଇଁ ଏକ ପ୍ରକାର ମନୋରଞ୍ଜନ ଥିଲା ଏବଂ ଶାସକ ଦ୍ୱାରା ସନ୍ଦେଶ ଦେବାର ତରିକା ମଧ୍ୟ ଥିଲା ଯେ ଭୁଲ କଲେ ଏହିଭଳି ଦଣ୍ଡ ମିଳିବ |

ରୋମରେ ବହୁତ ବର୍ଷ ପୂର୍ବରୁ ଦଣ୍ଡବିଧାନ ତରିକା ଅତ୍ୟନ୍ତ ଭୟାନକ ଥିଲା | ଏହି ଦଣ୍ଡ ଏତେ ଭୟଙ୍କର ଥିଲା ଯେ କ୍ରୁରରୁ ଅତି କ୍ରୁର ଲୋକ ମଧ୍ୟ ଭୟଭୀତ ହୋଇଯିବ | ପାଖାପାଖି ୧୯୦୦ ବର୍ଷ ପୂର୍ବରୁ ରୋମରେ ଜଣେ ମହିଳା ବୈଜ୍ଞାନିକ ଥିଲେ | ଲୋକୁଷ୍ଠା ନାମକ ଏହି ବୈଜ୍ଞାନିକ ଶାସକଙ୍କ ସାହାଯ୍ୟ ପାଇଁ ବିଭିନ୍ନ ପ୍ରକାର ଔଷଧ ତିଆରି କରୁଥିଲେ | ବିଷ ତିଆରି କରିବା ମଧ୍ୟ ତାଙ୍କର ଏକ ବିଶେଷତ୍ୱ ଥିଲେ | ତେବେ ଦେଶଦ୍ରୋହ ଏବଂ ହଜାର ହଜାର ଲୋକଙ୍କୁ ବିଷ ଦେବା ଅଭିଯୋଗରେ ଲୋକୁଷ୍ଠାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା | ତାଙ୍କୁ ସହରର ବିଚ ରାସ୍ତାରେ ଉଲଗ୍ନ କରି ଛିଡା କରାଯାଇଥିଲା ଏବଂ ଏକ ପ୍ରଶିକ୍ଷଣ ଜିରାଫ ଦ୍ୱାରା ତାଙ୍କର ବଳାତ୍କାର କରାଯାଇଥିଲା |

   Related Posts