Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

କିମ୍ ଜୋଙ୍ଗ୍-ଉନ୍ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ ବିଚିତ୍ର ଖାଦ୍ୟ ଦାବି

8/05/2020 at 3:55 PM

ପିୟୋଙ୍ଗୟାଙ୍ଗ ୦୮/୦୫ : ପାଖାପାଖି ୩ ସପ୍ତାହ ଗାୟବ ରହିବା ପରେ ମେ ୧ ତାରିଖ ଶୁକ୍ରବାର ଦିନ ଉତ୍ତର କୋରିଆ ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଦୁନିଆ ସାମ୍ନାକୁ ଆସିଥିଲେ | ସେ ଗାୟବ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗୁଜବ ହୋଇଥିଲା | ଆଉ କେହି ସନ୍ଦେହ କରୁଥିଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି | କିନ୍ତୁ ସମସ୍ତ ଗୁଜବକୁ ଖଣ୍ଡନ କରି ମେ ୧ ତାରିଖରେ ଦୁନିଆ ସାମ୍ନାକୁ ଆସିଥିଲେ | ଏକ ସାର କାରଖାନାର ଉଦଘାଟନୀ ଉତ୍ସବରେ ତାଙ୍କୁ ଦେଖିବାକୁ ମିଳିଥିଲା | ତେବେ ସେ ଦୁନିଆ ସାମ୍ନାକୁ ଆସିବା ପରେ ମଧ୍ୟ ଲୋକଙ୍କ ମନରେ ନାନା ପ୍ରଶ୍ନ ଉଠିଛି ଯେ ସେ କାହିଁକି ଗାୟବ ଥିଲେ ଏବଂ ନିଜ ମୃତ୍ୟୁ ଗୁଜବ ସୃଷ୍ଟି ହେବା ପରେ ମଧ୍ୟ ସେ କିଭଳି ଚୁପ ଅଛନ୍ତି | ଉତ୍ତର କୋରିଆର ଏକ ସୂତ୍ର ଦାବି କରିଛି ନିଜ ଚାରିପାଖେ ଥିବା ଗଦ୍ଦାରଙ୍କ ସମ୍ପର୍କରେ ପତା କରିବାକୁ କିମ କିଛି ଦିନ ପାଇଁ ଗାୟବ ଥିଲେ | ତେବେ ଖୁବ ଶୀଘ୍ର ଗଦ୍ଦାରଙ୍କୁ ଦଣ୍ଡ ବିଧାନ ଦିଆଯାଇପାରେ ବୋଲି ମତ ପ୍ରକାଶ ପାଇଛି | କିମ ୯ ବର୍ଷ ହେଲା ଉତ୍ତର କୋରିଆର ଶାସକ ଦାୟିତ୍ୱ ନେଇଛନ୍ତି | ତଥାପି କିମଙ୍କ ସମ୍ପର୍କରେ କେହି ଅଧିକ କିଛି ଜାଣି ନାହାନ୍ତି | କିନ୍ତୁ ଶାସକ ପରିବାର ପାଇଁ କାର୍ଯ୍ୟ କରୁଥିବା ଜଣେ ଅନ୍ତର୍ନିହିତ ବ୍ୟକ୍ତି କିଛି ତଥ୍ୟ ପ୍ରଦାନ କରିଛନ୍ତି | ଏଥିରେ ଏକ ଅସାଧାରଣ ଖାଦ୍ୟ ପ୍ରସ୍ତୁତି ଶୈଳୀ ରହିଛି ଯାହାକୁ ସେମାନେ ସର୍ବୋତ୍ତମ ରୋଷେଇ ବୋଲି କହିଥାନ୍ତି | ଏହି ଖାଦ୍ୟ ଶୈଳୀ ସେହି ସମୟରେ ଆସିଥିଲା ଯେତେବେଳେ ଦେଶରେ ଖାଦ୍ୟ ସଙ୍କଟ ଦେଖା ଦେଇଥିଲା | ଦେଶରେ ଅନେକ ଲୋକ ଅନାହାରରେ ପ୍ରାଣ ହେଉଥିଲେ |

ଜାପାନୀ ସୁଶୀ ସେଫ କେଞ୍ଜି ଫୁଜିମୋତୋ ସ୍ମୃତିଚାରଣ କରି କହିଛନ୍ତି ୨୦୦୩ ମସିହାରେ ଶାସକ ପରିବାର ପାଇଁ ସେ ପ୍ରଥମେ ରୋଷେଇ କରିଥିଲେ | କିମ ଜୋଙ୍ଗଙ୍କ ପରିବାର କ’ଣ ଖାଇବାକୁ ପସନ୍ଦ କରନ୍ତି ଏବଂ ସେମାନେ କରିଥିବା ଆଶ୍ଚର୍ଯ୍ୟଜନକ ଦାବି ବିଷୟରେ ରେକର୍ଡ କରିବାରେ ସେଫ କେଞ୍ଜି ପ୍ରଥମ ବ୍ୟକ୍ତି ଥିଲେ | ତାଙ୍କୁ ୧୯୮୮ ମସିହାରେ କିମ ଜୋଙ୍ଗ ଇଲଙ୍କ ଚାକିରୀ ଦେଇଥିଲେ | ସେ ନିଜ ମାଲିକଙ୍କ ପାଇଁ ତାଙ୍କ ମନପସନ୍ଦର ଖାଇବା ପ୍ରସ୍ତୁତ କରୁଥିଲେ |

କିମ ପରିବାର ସହ ଭଲ ସମ୍ପର୍କ ଥିଲେ ମଧ୍ୟ ସେ ନିଜ ସୀମା ପାର କରିବାକୁ କେବେ ସାହସ କରିନଥିଲେ | ଏମିତି କୌଣସି କାମ କରିନଥିଲେ ଯାହା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ | ଥରେ କିମଙ୍କ ବାସଭବନର ଗୋଟିଏ କୋଠରୀ ସଫା କରିନଥିବା ଯୋଗୁଁ ତାଙ୍କୁ ଏକ ଲେବର କ୍ୟାମ୍ପରେ ରହିବାକୁ ନିର୍ଦେଶ ଦିଆଯାଇଥିଲା |

ଫୁଜିମୋତୋ କିମଙ୍କ ସୁଶୀ ଖାଦ୍ୟ ପ୍ରତି ଥିବା ଦୁର୍ବଳତା ସମ୍ପର୍କରେ ବଖାଣିଛନ୍ତି | ସେ ମାଛରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରୁଥିଲେ ଯାହା କିମଙ୍କୁ ପସନ୍ଦ | ସିଙ୍ଗାପୁର, ରୁଷ, ଇରାନରୁ ବିଭିନ୍ନ ପ୍ରକାର ଫଳ ଆଣିବା ପାଇଁ ତାଙ୍କୁ ବିମାନରେ ପଠାଯାଉଥିଲା ଏବଂ ଜାପାନରୁ ମାଛ ଅଣାଯାଉଥିଲା | ସେତେବେଳେ ପୁରା ଦେଶ ଖାଦ୍ୟ ପାଇଁ ସଂଗ୍ରାମ କରୁଥିଲା | ଅନେକ ଲୋକ ଅନାହାରରେ ପ୍ରାଣ ହେଉଥିଲେ | ଉତ୍ତର କୋରିଆ ଶାସକ ସେତେବେଳେ ଖାଦ୍ୟରେ ବ୍ୟବହାର ହେଉଥିବା ଦାମୀ ଉପାଦାନ ବଡ ବଡ ଦୋକାନରୁ ମଗାଉଥିଲେ | ୨୦୧୧ ମସିହାରେ କିମ ଜୋଙ୍ଗ ଉତ୍ତର କୋରିଆର ଶାସକ ହେବାର ୪ ବର୍ଷ ପରେ ଦୁନିଆର ସର୍ବୋତ୍କୃଷ୍ଟ ପାଣିର, ଶାମ୍ପେନ ଏବଂ ମଦ୍ୟପାନ କରୁଥିଲେ |

କିମଙ୍କ ପୂର୍ବ ଶାସକ ସମୟରେ ପରିବାର ସଦସ୍ୟଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟର ପ୍ରତ୍ୟେକ ଇଞ୍ଚକୁ ଯାଞ୍ଚ କରାଯାଉଥିଲା ସେ ସଠିକ ଅଛି ନା ନାହିଁ |

କିମ ଜୋଙ୍ଗ-ଇଲ ନିୟମିତ ଭାବେ ତାଙ୍କୁ କହିଥିଲେ: “ଖାଦ୍ୟ ସର୍ବ ପ୍ରଥମେ ଦୃଷ୍ଟି ଆକର୍ଷଣ କରିଥାଏ – ଏହାର ସୁନ୍ଦରତା ଏବଂ ରଙ୍ଗ ଉପଭୋଗ କରିବା ଉଚିତ୍ |” ବମ୍ବେସେଲରେ ପ୍ରକାଶନରେ ପ୍ରକାଶ ପାଇଲା ଯେ ନେତାଙ୍କ ଭୋଜନ ପାଇଁ ସର୍ବୋତ୍ତମ ଚାଉଳ ସନ୍ଧାନ କରିବାକୁ କର୍ମଚାରୀଙ୍କୁ ବାଧ୍ୟ କରାଯାଉଥିଲା | ଫୁଜିମୋତୋ ପ୍ରକାଶ କରିଛନ୍ତି ଯେ କେବଳ ସର୍ବୋତ୍ତମ ଏବଂ ଆକର୍ଷଣୀୟ ଭୋଜନ ହିଁ କିମ ଜୋଙ୍ଗ-ଇଲଙ୍କ ରାତ୍ରୀ ଭୋଜନ ପ୍ଲେଟକୁ ଯାଉଥିଲା |

   Related Posts