ଜଣେ କୋଭିଡ୍-୧୯ ରୋଗୀ ଚିହ୍ନଟ ପରେ ଡରିଗଲେ କିମ୍, ଉତ୍ତର କୋରିଆରେ ଜରୁରୀ ପରିସ୍ଥିତି ଜାରି

Published By : Prameya-News7 Bureau | July 26, 2020 IST

ନୂଆଦିଲ୍ଲୀ ୨୬।୦୭: ଜଣେ ସନ୍ଦିଗ୍ଧ କରୋନା ପଜିଟିଭ୍ ମିଳିବା ପରେ ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ସୀମାବର୍ତ୍ତୀ ସହରରେ ଜରୁରୀକାଳୀନ ଘୋଷଣା କରିବା ସହ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। କରୋନା ସନ୍ଦିଗ୍ଧ ଅବୈଧ ଭାବେ ସୀମା ଅତିକ୍ରମ କରି ଦକ୍ଷିଣ କୋରିଆରୁ ଆସିଥିବା ରାଜ୍ୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ପ୍ରଥମ କରୋନା କେସ୍‌ ଚିହ୍ନଟ ପରେ କିମ୍‌ଙ୍କ ପ୍ରଶାସନ ସତର୍କ ହୋଇ ଯାଇଛନ୍ତି।

ଯଦି ସନ୍ଦିଗ୍ଧ କରୋନା ପଜିଟିଭ୍ ଚିହ୍ନଟ ହୁଅନ୍ତି  ତେବେ ଉତ୍ତର କୋରିଆ ପ୍ରଶାସନ ପାଇଁ ଦେଶରେ ଏହା ପ୍ରଥମ କରୋନା କେସ୍ ହେବ। କିମ୍ ଜୋଙ୍ଗ ଉନ ଏକ ଜରୁରୀକାଳୀନ ପ୍ରଶାସନିକ ବ୍ୟୁରୋ ବୈଠକ ଡକାଇଛନ୍ତି। ବୈଠକରେ କୁହାଯାଇଛି ମାରାତ୍ମକ କରୋନା ଭାଇରସ୍‌ ଦେଶରେ ଆହୁରି ପ୍ରବେଶ କରିପାରେ। ଉତ୍ତର କେସିଏନଏ ରାଜ୍ୟ ସମାଚାର ପକ୍ଷରୁ ଏହି ସୂଚନା ଦେଇଛନ୍ତି।

କେସିଏନଏ ଅନୁଯାୟୀ, ତିନି ବର୍ଷ ପୂର୍ବେ ଦକ୍ଷିଣ କୋରିଆରେ କରୋନା ସନ୍ଦିଗ୍ଧ ବ୍ୟକ୍ତି ଗଢବାଲି ସୀମା ଦେଇ ଚଳିତ ମାସ କରୋନା ଲକ୍ଷଣ ସହ କାଏସଙ୍ଗ ସହରକୁ ଫେରିଥିଲେ। ଏହି ସହର ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ବିଭାଜିତ କରୁଛି।

କେସିଏନଏ କହିଛି କରୋନା ସନ୍ଦିଗ୍ଧ ଦେଶକୁ  ଫେରିବା କାଏସଙ୍ଗ ସହର ପାଇଁ ଜରୁରୀକାଳୀନ ସ୍ଥିତି ସୃଷ୍ଟି କରିଛି। ମାତ୍ର ଏଜେନ୍ସି ଏହାର ସୂଚନା ଦେଇ ନାହିଁ ଯେ ବ୍ୟକ୍ତିଙ୍କ କରୋନା ଟେଷ୍ଟ ହୋଇଛି କି ନାହିଁ। କିନ୍ତୁ ତାଙ୍କ ସ୍ଵାବ ପରୀକ୍ଷଣରୁ ଏକ ଅନିଶ୍ଚିତତା ପରିଣାମ ଆସିଥିବା ଅନେକ ମେଡିକାଲ ରିପୋର୍ଟରୁ ପ୍ରକାଶ।

ଜଣେ ବିଶେଷଜ୍ଞଙ୍କ ଅନୁଯାୟୀ  ଘୋଷଣା କରାଯିବା ବଡ କଥା ନୁହେଁ ବରଂ ଉତ୍ତର କୋରିଆରେ ପ୍ରଥମ କରୋନା ସଂକ୍ରମଣ ଚିହ୍ନଟ ହେବା ଏବଂ ତାଙ୍କର ମେଡିକାଲ ପରୀକ୍ଷା କରାଇ ଚିକିତ୍ସା ସହାୟତା ଯୋଗାଇ ଦେବା ବଡ କଥା ପାଲଟିଛି।

ଉଲ୍ଲେଖନୀୟ ଉତ୍ତର କୋରିଆରେ ସ୍ଵାସ୍ଥ୍ୟ ବ୍ୟବସ୍ଥା ବହୁତ ଶୋଚନୀୟ। ସେଠାକାର ଏକ ଛତ୍ରବାଦ ସରକାର ପ୍ୟୋଙ୍ଗୟାଙ୍ଗରେ ସାଧାରଣ ହସ୍ପିଟାଲଟିଏ ମଧ୍ୟ ନିର୍ମାଣ କରି ପାରୁ ନାହାନ୍ତି। ଏହା ପୂର୍ବରୁ କରୋନା ସନ୍ଦିଗ୍ଧ ଚିହ୍ନଟ ହେବା ପରେ ଏକ ଛତ୍ରବାଦ ଶାସକ ଗୁଳି କରି ହତ୍ୟା କରିଥିବା ଖବର ପ୍ରସାରଣ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.