Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

କିମଙ୍କ ଆଦେଶ : ପ୍ରତ୍ୟେକ ଦେଶବାସୀଙ୍କୁ ପ୍ରତିଦିନ ୯୦ କିଲୋ ମଳ ତ୍ୟାଗ କରିବାକୁ ହେବ, ନଚେତ…

17/05/2020 at 4:23 PM

ପିୟୋଙ୍ଗୟାଙ୍ଗ ୧୭/୦୫ : ଉତ୍ତର କୋରିଆ ଏକ ରହସ୍ୟମୟ ଦେଶ | ସେଠାରୁ କୌଣସି ଖବର ବାହାରକୁ ଆସେନାହିଁ | ନଚେତ କିଛି ଅଜବ ଖବର ଆସିଥାଏ | ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ୍ ଦେଶବାସୀଙ୍କୁ ପ୍ରତିଦିନ ୯୦ କିଲୋ ମଳ ତ୍ୟାଗ କରିବାକୁ ନିର୍ଦେଶ ଦେଇଛନ୍ତି | ତେବେ ଏହିଭଳି ଅଜବ ନିର୍ଦେଶ ପଛରେ କଣ କାରଣ ଥାଇପାରେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି | ଚାଷ ପାଇଁ ଯେପରି ଖତ ଅଭାବ ନ ପଡେ ସେଥିପାଇଁ ସେ ଏହିଭଳି ନିର୍ଦେଶ ଦେଇଛନ୍ତି | 

ଦେଶର ପରିସ୍ଥିତିକୁ ଦୃଷ୍ଟିରେ ରଖି ଚାଷ ଅବସ୍ଥା ସୁଧାରିବାକୁ କିମ ଏହିଭଳି ନିର୍ଦେଶ ଦେଇଛନ୍ତି | Radio Free Asia ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆର ସମସ୍ତ ସୁସ୍ଥ ବ୍ୟକ୍ତିକୁ ପ୍ରତିଦିନ ଅତିକମରେ ୯୦ କିଲୋ ମଳ ତ୍ୟାଗ କରିବାକୁ ପଡିବ ଏବଂ ଏହାକୁ ଖତ ତିଆରି ପାଇଁ ବ୍ୟବହାର କରାଯିବ | ଏହିଭଳି ଭାବେ ହିସାବ କରିବାକୁ ଗଲେ ପ୍ରତ୍ୟେକ ବ୍ୟକ୍ତି ମାସକୁ ପାଖାପାଖି ୩ ଟନ ମଳ ତ୍ୟାଗ କରିବ | ତେବେ ଯଦି କିଏ ୯୦ କିଲୋରୁ କମ୍ ମଳ ତ୍ୟାଗ କରେ ତେବେ ତାକୁ ଦଣ୍ଡ ଦିଆଯିବ | ଦଣ୍ଡ ହିସାବରେ ଉକ୍ତ ବ୍ୟକ୍ତିକୁ ୩୦୦ କିଲୋ ଖତ, କିମ୍ବା ପଶୁପକ୍ଷୀଙ୍କ ମଳରେ ତିଆରି ଖତ ସରକାରଙ୍କୁ ଦେବାକୁ ହେବ | 

ଯେହେତୁ କୌଣସି ସୁସ୍ଥ ବ୍ୟକ୍ତି ଦିନକୁ ୯୦ କିଲୋ ମଳ ତ୍ୟାଗ କରିପାରିବନି ସେଥିପାଇଁ ସମସ୍ତଙ୍କୁ ପଶୁପକ୍ଷୀଙ୍କ ଖତ ଉପଲବ୍ଧ କରାଇବାକୁ ହେବ | ତେବେ ଯେଉଁମାନେ ଖତ ଯୋଗାଇ ପାରିବେନି ତାଙ୍କୁ ଜରିମାନା ଦେବାକୁ ହେବ | ସେହି ଟଙ୍କାରେ ସରକାର ଖତ କିଣିବେ |

ଲୋକଙ୍କୁ ମଳ ତ୍ୟାଗ ପାଇଁ ପ୍ରୋତ୍ସାହିତ କରିବା ପାଇଁ ଏହାକୁ ଷୋସିଆଲିଷ୍ଟର ରୂପ ଦିଆଯାଇଛି | ରିପୋର୍ଟ ଅନୁଯାୟୀ, ଯେହେତୁ କେହି ଏତେ ଅଧିକ ମଳ ତ୍ୟାଗ କରି ପାରିବନି, ସେଥିପାଇଁ ଜରିମାନା ବ୍ୟବସ୍ଥା ରଖାଯାଇଛି | ତେବେ ଏହା ଗରିବ ଲୋକଙ୍କୁ ଆହୁରି ଗରିବ କରିବା ତରିକା ବୋଲି ଲୋକେ କହିଛନ୍ତି | କିନ୍ତୁ କିମଙ୍କ ଭୟରେ କେହି ତାଙ୍କ ନିର୍ଦେଶକୁ ବିରୋଧ କରିପାରୁନାହାନ୍ତି |

ତେବେ ଏହିଭଳି ଅଜବ ଆଇଡ଼ିଆ ସେତେବେଳେ ଆସିଥିଲା ଯେତେବେଳେ ଉତ୍ତର କୋରିଆରେ ଖତ ଅଭାବ ଦେଖା ଦେଇଥିଲା | ୨୦୧୦ ମସିହାରେ ଦକ୍ଷିଣ କୋରିଆ ଉତ୍ତର କୋରିଆକୁ ଖତ ଯୋଗାଇବା ପାଇଁ ମନା କରିଦେଇଥିଲା | କାରଣ ଉତ୍ତର କୋରିଆ ଦକ୍ଷିଣ କୋରିଆର ଏକ ନୌସେନା ଜାହାଜ ଉପରେ ମିସାଇଲରେ ଆକ୍ରମଣ କରିଥିଲା | ମିସାଇଲ ଆକ୍ରମଣ ଦ୍ୱାରା ଜାହାଜରେ ଥିବା ୪୬ ଜଣଙ୍କ ହତ୍ୟା କରିଥିଲା | ଘଟଣା ପରେ ଦକ୍ଷିଣ କୋରିଆ ଉତ୍ତର କୋରିଆ ସହ ନିଜର ସମସ୍ତ ରାଜନୈତିକ ଓ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଥିଲା | ସେତେବେଳେ ଉତ୍ତର କୋରିଆ ଖତ ପାଇଁ ସମ୍ପୂର୍ଣ ଭାବେ ଦକ୍ଷିଣ କୋରିଆ ଉପରେ ନିର୍ଭର କରୁଥିଲା | ଦକ୍ଷିଣ କୋରିଆ ମନା କରିଦେବା ପରେ ଉତ୍ତର କୋରିଆରେ ଖତ ଅଭାବୀ ଦେଖାଦେଇଥିଲା ଏବଂ ଚାଷରେ କ୍ଷତି ହୋଇଥିଲା | ଏହାପରେ କିମ୍ ଦେଶବାସୀଙ୍କୁ ଏହିଭଳି ନିର୍ଦେଶ ଦେଇଛନ୍ତି | 

ମଳ ଜମା କରି ସରକାରୀ ଅଧିକାରୀଙ୍କ ଜରିଆରେ କୋରିଆର ବିଭିନ୍ନ ପ୍ଲାଣ୍ଟକୁ ପାଠ ଯାଇଥାଏ | ସେଠାରେ ତାହାକୁ ଖତରେ ପରିଣତ କରାଯାଏ | ନିକଟରେ କିମ ୨୦ ଦିନ ଯାଏଁ ଗାୟବ ହୋଇଯାଇଥିଲେ | ୨୦ ଦିନ ପରେ ତାଙ୍କୁ ଏକ କାରଖାନା ଉଦ୍ଘାଟନୀ ଉତ୍ସବରେ ଦେଖିବାକୁ ମିଳିଥିଲା | ଅପରପକ୍ଷରେ ଗୁଇନ୍ଦା ବିଭାଗ କହିବାନୁଯାୟୀ, ସେଠାରେ ଖତ କାରଖାନା ନୁହେଁ ବରଂ କୌଣସି ସିକ୍ରେଟ କାର୍ଯ୍ୟ ପାଇଁ କାରଖାନା ତିଆରି କରାଯାଇଛି | କାରଣ କାରଖାନା ବହୁତ ବଡ | ସେଥିପାଇଁ ଅନୁମାନ କରାଯାଉଛି ଯେ, କାରଖାନାର ଗୋଟିଏ ଭାଗରେ ଖତ ପ୍ରସ୍ତୁତ କରାଯାଉଛି କିନ୍ତୁ ଏକ ବଡ ଭାଗରେ ପରମାଣୁ ଅସ୍ତ୍ର ସମ୍ବନ୍ଧୀୟ କିଛି କାମ କରାଯାଉଛି | ତେବେ ଅନୁମାନ କରାଯାଉଛି ଯେ ଖତରେ ଥିବା ଫସଫରୀକ ଏସିଡରେ ପରମାଣୁ ଅସ୍ତ୍ର ପାଇଁ ୟୁରାନିୟମ ମଧ୍ୟ ବାହାର କରାଯାଇଥାଏ |

   Related Posts