ନୂଆଦିଲ୍ଲୀ୩|୧୦: ଉତ୍ତର କୋରିଆର ଏକଛତ୍ରବାଦୀ ନେତା କିମ୍ ଜୋଙ୍ଗଙ୍କ ସଂପର୍କରେ କିଛି ଅଜଣା କଥା ହୁଏତେ କେହି ଜାଣି ନଥିବେ। କିମ୍ ଜୋଙ୍ଗ ସଂପର୍କରେ ପୂର୍ବରୁ ଆପଣ ଉଣାଅଧିକେ ଜାଣିଥିବେ। କିନ୍ତୁ କିମ୍ ଜୋଙ୍ଗଙ୍କ ନିଷ୍ଠୁରତା ସଂପର୍କରେ ଜାଣନ୍ତୁ…
କିମ୍ ଜୋଙ୍ଗଙ୍କ ପତ୍ନୀ ହେଉଛନ୍ତି ଲି ସୋଲ୍ ଜୁ । ତାଙ୍କ ବିଷୟରେ ଉତ୍ତର କୋରିଆର ଗଣମାଧ୍ୟମରେ କମ୍ ଖବର ଆସିଥାଏ । କେତକ ବିଦେଶୀ ଗଣମାଧ୍ୟମର ସୂଚନା ଅନୁସାରେ ୧୯୮୫ରୁ ୮୯ ମସିହା ମଧ୍ୟରେ ରି ସୋଲ ଜୁ ଜନ୍ମ ଗ୍ରହଣ କରିଥିଲେ। ୨୦୦୫ ମସିହାରେ ଏସିଆନ ଆଥ୍ଲେଟିକ୍ ଚାମ୍ପିଆନସିପ୍ ସମୟରେ ସେ କ୍ୟାପିଟାଲ ସିଟି ପୋଙ୍ଗୟାଙ୍ଗକୁ ଯାଇଥିଲେ। ସେହି ସମୟରେ ସେ ଚିୟରଲିଡର ଭାବେ ସେଠାରେ ନିଜ ଦେଶର ଖେଳାଳଙ୍କୁ ଉତ୍ସାହିତ କରିଥିଲେ। ଏହି ସମୟରେ ଏକଛତ୍ରବାଦୀ ନେତା କିମ୍ ଜୋଙ୍ଗଙ୍କ ସହ ତାଙ୍କର ଦେଖା ହୋଇଥିଲା।
୨୦୦୯ ମସିହାରେ କିମ୍ ଜୋଙ୍ଗଙ୍କ ବିବାହ ତାଙ୍କ ବାପାଙ୍କ ପସନ୍ଦରେ ହୋଇଥିଲା। ବିବାହର ଠିକ୍ ଏକ ବର୍ଷ ପରେ ଅର୍ଥାତ ୨୦୧୦ ମସିହାରେ କିମ୍ ଜୋଙ୍ଗ ବାପା ହୋଇଥିଲେ। କିମ୍ ଜୋଙ୍ଗ ଏହି ଖୁସି ଖବରକୁ ତାଙ୍କ ବିଶାଳ ସାମ୍ରାଜ୍ୟରେ ଘୋଷଣା କରି ନଥିଲେ। କିମ୍ ଜୋଙ୍ଗଙ୍କୁ ରି ସୋଲ ଜୁ ବିବାହ କରିବା ପର୍ବରୁ ସେ ଅର୍କେଷ୍ଟ୍ରାରେ ଗୀତ ଗାଉଥିଲେ।
ସୂଚନାଯୋଗ୍ୟ ଯେ, ହ୍ୟୁନ ସଙ୍ଗ-ଓ୍ବଲ ନାମକ ଯୁବତୀ କିମ ଜୋଙ୍ଗଙ୍କ ଗାର୍ଲ ଫ୍ରେଣ୍ଡ ଥିଲେ। ହ୍ୟୁନ ସଙ୍ଗ-ଓ୍ବଲ ମଧ୍ୟ ଭଲ ଗାୟିକା ଥିଲେ। ହ୍ୟୁନଙ୍କ ମ୍ୟୁଜିକାଲ ଗ୍ରୁପ ପର୍ଣ୍ଣ ଫିଲ୍ମ ତିଆରି କରୁଥିଲେ। ଏହି କଥା ଜାଣିବା ପରେ କିମ୍ ଜୋଙ୍ଗ ତାଙ୍କୁ ଗୁଳି କରି ମାରି ଦେଇଥିଲେ।