ଲକ୍ଷ୍ମୀପୁରରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ଅପରାଧ ନୁହେଁ ? ରାକେଶ ଟିକାୟତ କହିଲେ- ପିଟିଥିବା ଲୋକଙ୍କୁ ଦୋଷୀ ଭାବନ୍ତୁ ନାହିଁ

Published By : Prameya-News7 Bureau | October 09, 2021 IST

ନୂଆଦିଲ୍ଲୀ ୦୯।୧୦: ଲକ୍ଷ୍ମୀପୁର ଖେରି ହିଂସା ସମୟରେ ଭିଡ ଦ୍ଵାରା ବିଜେପି କର୍ମୀଙ୍କ ହତ୍ୟାକୁ  ଭୁଲ୍ ମାନନ୍ତି ନାହିଁ ଭାରତୀୟ କୃଷକ ସଂଗଠନର ଜାତୀୟ ମୁଖପାତ୍ର ରାକେଶ ଟିକାୟତ। ସେ କହିଛନ୍ତି ଏହାକୁ ଆମେ  ଭୁଲ୍ ବୋଲି ମାନୁ ନାହୁଁ।

ଟିକାୟତ କହିଛନ୍ତି, ଲକ୍ଷ୍ମୀପୁରରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟା କରିଥିବା ଲୋକଙ୍କୁ ଅପରାଧୀ ଭାବନ୍ତୁ ନାହିଁ। ସେମାନେ କେବଳ ପ୍ରଦର୍ଶନକାରୀଙ୍କ ଉପରେ ଗାଡି ଚଢାଇଥିବା କାରଣରୁ ପ୍ରତିକ୍ରିୟାସ୍ଵରୂପ ଏମିତି କରିଛନ୍ତି। ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପିଟି ପିଟି ହତ୍ୟା କରାଯିବା କେବଳ ଏକ ପ୍ରତିକ୍ରିୟାଶୀଳ କାର୍ଯ୍ୟାନୁଷ୍ଠାନ ଥିଲା ବୋଲି ଟିକାୟତ କହିଛନ୍ତି।

ଅକ୍ଟୋବର ୩ରେ ଲକ୍ଷ୍ମୀପୁର ଖେରି ଜିଲ୍ଲାର ତିକୁନିଆ ଅଞ୍ଚଳରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତର  ବିରୋଧ ସମୟରେ ହିଂସାରେ ଚାରି କୃଷକ ସମେତ ଆଠ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ସମେତ ଅନେକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ବିଜେପି କର୍ମୀ, କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ଜଣେ ଡ୍ରାଇଭର ଏବଂ ଜଣେ ସ୍ଥାନୀୟ ରିପୋର୍ଟର ସାମିଲ୍ ଥିଲେ।

ଅନ୍ୟପଟେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଲକ୍ଷ୍ମୀପୁର ଖେରି କୃଷକ ମୃତ୍ୟୁ ମାମଲାରେ ଜେରା ପାଇଁ ଶନିବାର ସକାଳ ୧୦ଟା ୩୦ରେ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟ ପହଞ୍ଚିଥିଲେ। ହେଲେ ଲକ୍ଷ୍ମୀପୁର ଖେରି ପୋଲିସ ଅଧୀକ୍ଷକ ବିଜୟ ଢୁଲ ଆଶିଷ ମିଶ୍ରଙ୍କୁ କଣ ଜେରା କରାଯାଇଛି ତା ଉପରେ କିଛି କହିବାକୁ ମନା କରି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.