ମୁହଁ ଖୋଲିଲେ ହତ୍ୟାକାରୀ ତନୁଶ୍ରୀ: କହିଲେ, ସାଇ ବେକରେ ଓଡଣୀ ଗୋଡାଇ ଥିଲି, ତା'ପରେ କ'ଣ ହେଲା ମୁଁ କିଛି ଜାଣିନି...

Published By : Prameya-News7 Bureau | June 19, 2020 IST

ଭୁବନେଶ୍ବର୧୯/୬: ରାଜୀବ ନଗର ଶିଶୁ ହତ୍ୟା ଘଟଣାରୁ ଉଠିଲା ପରଦା । ଦୀର୍ଘ ୧୫ ଦିନ ଭିତରେ ମୁହଁ ଖୋଲିଲେ ହତ୍ୟାକାରୀ ତନୁଶ୍ରୀ ପରମାଣିକ । ଦୀର୍ଘ ଏକ ଘଣ୍ଟା ଧରି ପୋଲିସର ଜେରା ପରେ ତନୁଶ୍ରୀ ସାଇରାମକୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ତେବେ କାହିଁକି ହତ୍ୟା କଲେ ତାର କାରଣ କହି ନାହାନ୍ତି । ପ୍ରଥମ ଥର ପାଇଁ ତନୁଶ୍ରୀକୁ ଜେରା କରିଛି ଖଣ୍ଡଗିରି ଥାନା ପୋଲିସ । ହତ୍ୟାକାଣ୍ଡ  କରିବା ପରେ ଏମ୍ସରେ ଚିକିତ୍ସିତ ହେଉଥିବା ତନୁଶ୍ରୀକୁ ଡାକ୍ତର ଆଗରେ ଜେରା କରିଛି ପୋଲିସ । 

ଘଟଣାଟି ଥିଲା ଏମିତି ….

ପୋଲିସର ପ୍ରଶ୍ନ – ସାଇରାମକୁ ତୁମେ ହତ୍ୟା କରିଛି ?

ତନୁଶ୍ରୀ – ହଁ …

ପୋଲିସ – କିପରି ହତ୍ୟା କଲ ?

ତନୁଶ୍ରୀ – ମୋ ଝିଅ ସହ ଖେଳୁଥିବା ବେଳେ ସାଇରାମ ବେକରେ ଓଡଣୀ ଗୋଡାଇ ଥିଲି … ତାପରେ କଣ ହେଲା ମୁଁ କିଛି ଜାଣିନି। …

ପୋଲିସ – କାହିଁକି ଓ କେଉଁ ପରିସ୍ଥିତିରେ ହତ୍ୟା କଲ ?

ତନୁଶ୍ରୀ – ପୋଲିସର ଏଭଳି ପ୍ରଶ୍ନରେ ତନୁଶ୍ରୀ କୌଣସି ସଠିକ ଉତ୍ତର ଦେଇ ନାହାନ୍ତି ।

ସେପଟେ ପୋଲିସ ତଶୁଶ୍ରୀ ଓ ତାଙ୍କ ଝିଅର ବୟାନ ମେଳ କରି ତଦନ୍ତ କରୁଛି । ତନୁଶ୍ରୀ ହତ୍ୟାକାରୀ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷୀ, ପାରିପାର୍ଶ୍ବିକ ପ୍ରମାଣ ଆଧାରରେ ତଦନ୍ତ କରୁଛି ପୋଲିସ । ଅନ୍ୟପଟେ ଏହି ଘଟଣାରେ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକ । ଦୀର୍ଘ ୧୬ ଦିନରେ ପରେ ହତ୍ୟା ପଛର କାରଣ ଏବେବି ରହସ୍ୟ ଘେରରେ । ପୋଲିସର ଠିକ ଢଙ୍ଗରେ ତଦନ୍ତ କରୁ ନାହିଁ । ସାଇର ହତ୍ୟାକାରୀ ତନୁଶ୍ରୀକୁ କଠୋର ଦଣ୍ଡ ଦିଅଯାଉ ବୋଲି ପରିବାର ଲୋକ କହିଛନ୍ତି । ସାଇକୁ ବିଭତ୍ସ ଭାବେ ହତ୍ୟା କରିଥିବା ତନୁଶ୍ରୀ ସ୍ବୀକାର କରିଛି ସତ, ମାତ୍ର କେଉଁ କାରଣ ଯୋଗୁଁ ହତ୍ୟା କଲା ତାହା ଏବେ ବି ରହସ୍ୟ ଘେରରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.