Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ବ୍ରିଟିଶ ସାଂସଦଙ୍କ ହତ୍ୟାକାରୀ ମୂଳ ସୋମାଲିଆ ଅଧିବାସୀ, ପିତା କହିଲେ ପୁତ୍ରର କାଣ୍ଡରେ ମୁଁ ସ୍ତବ୍ଧ

17/10/2021 at 8:51 PM

ଲିଗ୍-ଅନ-ସି:  ବ୍ରିଟେନ କଞ୍ଜରଭେଟିଭ ପାର୍ଟିର ସାଂସଦ ଡେଭିଡ ଏମେସ୍‌ଙ୍କ ହତ୍ୟାକାରୀକୁ ଚିହ୍ନଟ କରାଯାଇଛି। ତା ନାମ ଅଲି ହର୍ବି ଅଲ୍ଲୀ ଓ ସେ ମୂଳ ସୋମାଲିଆ ନାଗରିକ ବୋଲି ଜଣାପଡିଛି। ତାଙ୍କ ପିତା ହର୍ବି ଅଲି କୁଲେନ ସୋମାଲିଆ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଥିଲେ। ପୁଅର ଆକଣ୍ଡରେ ସେ ହତବାକ୍‌ ଓ ଘଟଣାରେ ସେ ଅତ୍ୟନ୍ତ ମର୍ମାହତ ବୋଲି କୁଲେନ କହିଛନ୍ତି। କେତେବେଳେ ତା ମୁଣ୍ଡରେ ଆତଙ୍କବାଦ ଘର କରିଗଲା ସେ ଜାଣିପାରିନଥିବା କହିଛନ୍ତି।

ଅଲି ହର୍ବି ହୁଏତ ବ୍ରିଟେନ ନାଗରିକତା ସ୍ୱୀକାର କରିଥିଲା ବୋଲି ବ୍ରିଟିଶ ଗଣମାଧ୍ୟମମାନେ ଆଶଙ୍କା କରୁଛନ୍ତି।  ସାଂସଦ ଏମେସ୍‌ଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏକ ଚର୍ଚରେ ଶୁକ୍ରବାର ଦିନ ଛୁରିମାଡ ହୋଇଥିଲା। ଏଥିରେ ଗୁରୁତର ଆହତ ଏମେସ୍‌ଙ୍କ ମୃତ୍ୟୁ ହୋଇଛି। ଶାସକ ଦଳ ସାଂସଦଙ୍କ ହତ୍ୟାକୁ ନେଇ ଦେଶରେ ଚାଞ୍ଚଲ୍ୟ ଖେଳି ଯାଇଛି। ତେବେ ସବୁଠାରୁ ଯାହା ବଡ କଥା ହତ୍ୟାକାରୀ ବିଦେଶୀ ମୂଳର ବୋଲି ଚିହ୍ନଟ ହେବା ଏବେ କୁହାଯାଉଛି।

ରାଜାଧାନୀ ଲଣ୍ଡନରୁ ୬୨ କିଲୋମିଟର ଦୂର ସମୁଦ୍ର କୂଳ ସହର ଲେଗ-ଅନ-ସିରେ ଏହି ହତ୍ୟାକାଣ୍ଡ ହୋଇଥିଲା। ୬୯ ବର୍ଷ ବୟଷ୍କ ସାଂସଦ ତାଙ୍କ ନିର୍ବାଚନମଣ୍ଡଳିର ସମସ୍ୟା ଲୋକଙ୍କଠାରୁ ଶୁଣୁଥିବା ବେଳେ ଅଚାନକ ଅଲି ହର୍ବି ଅଲୀ ସାଂସଦଙ୍କ ନିକଟକୁ ଆସି ତାଙ୍କୁ ଛୁରି ଭୂଷିଥିଲା। ଦେଶରେ ସାଂସଦଙ୍କ ଉପରେ ଏହା ଦ୍ୱିତୀୟ ଆକ୍ରମଣ ଘଟଣା। ଏହା ପୂର୍ବରୁ ୨୦୧୬ ମସିହାରେ ଲୋବର ପାର୍ଟି ସାଂସଦ ଜୋ କୋକ୍ସଙ୍କୁ ହତ୍ୟା କରାଯାଇଥିଲା।

ଘଟଣା ପରେ ବ୍ରିଟେନ ଗୃହମନ୍ତ୍ରୀ ପ୍ରିତି ପଟେଲ ସାଂସଦଙ୍କ ସୁରକ୍ଷା କଡ଼ାକଡି କରିବା ଲାଗି ସରକାର ବିଚାର କରୁଥିବା କହିଛନ୍ତି। ଏ ବାବଦେ ଖୁବ୍ ଶୀଘ୍ର ଘୋଷଣା ହୋଇପାରେ ବୋଲି ସେ ରବିବାର କହିଛନ୍ତି। ସାଂସଦଙ୍କ ହତ୍ୟାକୁ ଗୃହମନ୍ତ୍ରୀ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି। ଏଣୁ ଦେଶର ନିର୍ବାଚିତ ସାଂସଦଙ୍କ ସୁରକ୍ଷାକୁ ଏବେ ଗୁରୁତର ସହ ବିଚାର କରାଯାଉଥିବା ସେ କହିଛନ୍ତି।  ତେବେ ହତ୍ୟାକାରୀଙ୍କ ପିତା ତାଙ୍କ ପୁଅ କେବେ ଏଭଳି କାଣ୍ଡ କରିବ ସେ ଭାବିମଧ୍ୟ ନଥିଲେ ବୋଲି କହିଛନ୍ତି।

   Related Posts