ଆଖି ବୁଜିଲା ଯାଜପୁରରେ ୪ଜଣଙ୍କ ଜୀବନ ନେଇଥିବା ନରହନ୍ତା ଦନ୍ତା : ଏକାଧିକ ଥର ଟ୍ରାଙ୍କୁଲାଇଜ୍ ଯୋଗୁଁ ସଂକ୍ରମଣ ସନ୍ଦେହ

Published By : Prameya-News7 Bureau | March 09, 2020 IST

ଚନ୍ଦକା ୯/୩: ଆଖି ବୁଜିଲା ନରହନ୍ତା ଦନ୍ତା । ଯାଜପୁରରେ ୪ଜଣଙ୍କୁ ମାରିଦେଇଥିବା ଦନ୍ତାର ଆଜି ମୃତ୍ୟୁ ହୋଇଛି । ଚନ୍ଦକା ଡମପଡା ଅଭୟାରଣ୍ୟରୁ ମୃତ ଅବସ୍ଥାରେ ହାତୀକୁ ଉଦ୍ଧାର କରାଯାଇଛି । ଯାଜପୁର ଜିଲ୍ଲାରେ ଆତଙ୍କ ଖେଳାଇଥିବା ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି ଭୁବନେଶ୍ବର ଅଣାଯାଇଥିଲା ।

ତେବେ ଦନ୍ତାର ଗୋଡରେ ଯେଉଁଠି ଶିକୁଳି ବନ୍ଧା ହୋଇଥିଲା ସେହି ଜାଗାରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ସେହିପରି ଭୁବନେଶ୍ବର ଆଣିବା ପାଇଁ ତାକୁ ଏକାଧିକ ଥର ଟ୍ରାଙ୍କୁଲାଇଜ୍ ବି କରାଯାଇଥିଲା । ତେବେ କଣ ପାଇଁ ଦନ୍ତାର ମୃତ୍ୟୁ ହେଲା ତାହା ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.