Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଯାଜପୁରର ନରହନ୍ତା ହାତୀର ଏବେ ନୂଆ ଠିକଣା ଚନ୍ଦକା ଗୋଡିବାରୀ

29/01/2020 at 4:45 PM

ଯାଜପୁର ୨୯/୧: ଯାଜପୁରରେ ୪ ଜଣଙ୍କୁ ମାରିଥିବା ନରହନ୍ତା ଦନ୍ତାର ନୂଆ ଠିକଣା ଚନ୍ଦକା ଗୋଡିବାରୀ । ଦନ୍ତା କେଉଁଠି ରହିବ ତାକୁ ନେଇ ଦୁଇ ଦିନ ଧରି ଟଣାଓଟରା ଚାଲିଥିଲା । ଶେଷରେ ତାକୁ କୁମ୍ଭାରଖୁଣ୍ଟିରେ ରଖାଯାଇଛି । ଗୋଡରେ ପଡିଛି ବେଡି । ପୂର୍ବରୁ ଏଠାରେ ନନ୍ଦ ଯଶୋଦାଙ୍କ ସହ ନରହନ୍ତା ଶଙ୍କର ବି ରହିଛି ।

ନରହନ୍ତା ଦନ୍ତାର ନୂଆ ଠିକଣା ଚନ୍ଦକା ଗୋଡିବାରି । ଭୋର ୩ଟାରେ ଚଣ୍ଡିଖୋଲରୁ ଏକ ହାଇୱା ଯୋଗେ ଆସି ଗୋଡିବାରିରେ ପହଞ୍ଚିଥିଲା ଦନ୍ତା । ଚେତାଶୂନ୍ୟ ହାତୀ ଉପରେ ପ୍ରଥମେ ପାଣି ସ୍ପ୍ରେ କରି ତାର ଚେତା ଫେରାଇଥିଲେ ପଶୁ ଚିକିତ୍ସକ । କୁମ୍ଭାରଖୁଣ୍ଟିରେ ତା ଗୋଡରେ ବେଡି ବନ୍ଧାଯାଇଛି । ବନ ବିଭାଗ କର୍ମଚାରୀମାନେ ହାତୀର ଦେଖାଶୁଣା କରୁଛନ୍ତି । ଦିନ ୯ଟା ବେଳେ ସେ କିଛି ଖାଦ୍ୟ ଖାଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ହାତୀଟି ସୁସ୍ଥ ଥିବା ପଶୁ ଚିକିତ୍ସକ କହିଛନ୍ତି ।

ପୂର୍ବରୁ ଏଠାରେ ନନ୍ଦ, ଯଶୋଦା ଏବଂ ଶଙ୍କର ରହିଛନ୍ତି । ନନ୍ଦ, ଯଶୋଦା ଗୋଡିବାରିର ମୁଖ୍ୟ ଫାଟକରେ ରହୁଛନ୍ତି । କିନ୍ତୁ ନରହନ୍ତା ଶଙ୍କର ଗୋଡରେ ବେଡି ପକାଯାଇ କୁମ୍ଭାରଖୁଣ୍ଟିରେ ରଖାଯାଇଛି । ଶଙ୍କର ପାଖରେ ଯାଜପୁରର ନରହନ୍ତା ହାତୀଙ୍କୁ ବନ୍ଧା ଯାଇଛି । ଏହି ଦନ୍ତା ହାତୀକୁ ଏବେ ପାଖାପାଖି ଅଠର ବର୍ଷ ହେବ ତେଣୁ ଏତେ ବଡ ଜଙ୍ଗଲୀ ହାତୀକୁ ପୋଷା ମନେଇବା ସହଜସାଧ୍ୟ ନୁହେଁ । ତେଣୁ ଜଙ୍ଗଲି ହାତୀକୁ ଜଙ୍ଗଲରେ ରଖିବାକୁ ନିଷ୍ପତ୍ତି ହୋଇଛି ।

ଗୋଡିବାରିରେ ହାତୀକୁ ନୂଆ ସାଥୀ ମିଳିଛି । ଦନ୍ତାର ଗତିବିଧିରେ ପରିବର୍ତ୍ତନ ଆସିଲେ ତାକୁ ଜଙ୍ଗଲରେ ମୁକ୍ତ ଭାବେ ଛଡାଯିବାର ସମ୍ଭାବନା ରହିଛି । କିନ୍ତୁ ଏନେଇ କିଛି ନିଷ୍ପତ୍ତି ହୋଇନଥିବା ବନବିଭାଗ ପକ୍ଷରୁ ଜଣାପଡିଛି ।

   Related Posts