Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପ୍ରଥମେ ଡରାଇଲା ନିଆଁ ଏବେ ଭୟଙ୍କର ବୁଢ଼ିଆଣୀ : ୧୫ମିନିଟରେ ନେଉଛି ଜୀବନ

27/01/2020 at 1:15 PM

ସିଡନି ୨୭/୧: ଅଷ୍ଟେଲିଆରେ ନିଆଁ ଏବଂ ବର୍ଷା ଯୋଗୁଁ ବନ୍ୟା ପରେ ଏବେ ଏକ ନୂଆ ସମସ୍ୟା ଦେଖା ଦେଇଛି। ଅଷ୍ଟେଲିଆର ସହରରେ ଏବେ ମୃତ୍ୟୁର ନୂଆ ନାଁ ହେଉଛି ବୁଢ଼ିଆଣୀ। ଏହା ଏପରି ଏକ ବୁଢ଼ିଆଣୀ ଯାହା କାମୁଡ଼ିବା ଦ୍ବାରା ମାତ୍ର ୧୫ମିନିଟ୍ ମଧ୍ୟରେ ବ୍ୟକ୍ତିର ମୃତ୍ୟୁ ହୋଇଯାଉଛି। ଏହି ବୁଢ଼ିଆଣୀର ନାଁ ଫନେଲ୍ ଓ୍ବେବ୍ ସ୍ପାଇଡର।

ଅଷ୍ଟେଲିଆର ଜଙ୍ଗଲରେ ନିଆଁ ଲାଗିଥିବା ସମୟରେ ଏହି ବୁଢ଼ିଆଣୀ ମାଟି ତଳେ ଲୁଚିଯାଇଥିଲା। କିନ୍ତୁ ଏହା ପରେ ବନ୍ୟା ଯୋଗୁଁ ଏଗୁଡ଼ିକ ସହର ଆଡ଼କୁ ମାଡ଼ି ଯାଇଥିଲା।

ଫଳରେ ଅଷ୍ଟେଲିଆର ସହରରେ ଫନେଲ୍ ଓ୍ବେବ୍ ସ୍ପାଇଡରର ଜାଲ ବ୍ୟାପିବାକୁ ଲାଗିଛି। ଅଷ୍ଟେଲିଆରେ ଫନେଲ୍ ଓ୍ବେବ୍ ସ୍ବାଇଡରର ୪୦ଟି ପ୍ରଜାତି ରହିଛି। ଏହା ବିଶ୍ବର ସବୁଠୁ ବିଷାକ୍ତ ଏବଂ ଭୟଙ୍କର ବୁଢ଼ିଆଣୀରୁ ଗୋଟିଏ। ଏହା କାମୁଡ଼ିବା ଫଳରେ ୧୫ମିନିଟ୍ ମଧ୍ୟରେ ମନୁଷ୍ୟର ମୃତ୍ୟୁ ହୋଇଯାଇଛି।

ସିଡନି,ନ୍ୟୁ ସାଉଥ ଓ୍ବେଲସରେ ଏହି ବୁଢ଼ିଆଣୀ ଗୁଡ଼ିକର ପ୍ରକୋପ ଅଧିକ ବଢ଼ି ଯାଇଛି।ଏହି ବିଷାକ୍ତ ବୁଢ଼ିଆଣୀର ବିଷରୁ ଆଣ୍ଟି ଭେନମ୍ ଔଷଧ ପ୍ରସ୍ତୁତ କରାଯାଇଥାଏ। ଏହାର ଡଙ୍କ ଏତେ ଭୟଙ୍କର ହୋଇଥାଏ ଯେ ଏହା କାମୁଡ଼ୁଥିବା ସ୍ଥାନରେ ଗାଢ଼ ଲାଲ ରଙ୍ଗର ଦାଗ ଛାଡ଼ିଯାଇଥାଏ।

ଯେଉଁ ବ୍ୟକ୍ତିଙ୍କୁ ଏହି ବୁଢ଼ିଆଣୀ କାମୁଡ଼ିଥାଏ ତାଙ୍କ ପାଟିରୁ ବାରମ୍ବାର ଛେପ ବାହାରିଥାଏ। ଭୟଙ୍କର ଯନ୍ତ୍ରଣା ହୋଇଥାଏ। ମାଂସପେଶୀ ଟାଣି ହୋଇଯାଇଥାଏ। ବାନ୍ତି ହୋଇଥାଏ। ରକ୍ତଚାପ ବଢ଼ିଯାଇଥାଏ ଏବଂ ୧୫ମିନିଟ୍ ମଧ୍ୟରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ।

   Related Posts